ପୁଅ ବୃଦ୍ଧ ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିବା ବେଳେ କହିଲା କି, ମୁଁ ପ୍ରତ୍ୟେକ ମାସ ଆସିବି ତୁମକୁ ମିଶିବା ପାଇଁ, କିନ୍ତୁ…..

Spread the love

ପୁଅ ବୃଦ୍ଧ ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିବା ବେଳେ କହିଲା କି, ମୁଁ ପ୍ରତ୍ୟେକ ମାସ ଆସିବି ତୁମକୁ ମିଶିବା ପାଇଁ, କିନ୍ତୁ ପୁଅ ଆସିଲା ନାହିଁ, ମରିବା ପୂର୍ବରୁ ମାଆ ପୁଅ ପାଇଁ ରଖିଥିଲେ ଦୁଇଟି ଲଫାପ । ଗୋଟିଏ ହାଲୁକା ଥିଲା ଓ ଅନ୍ୟଟି ଭାରି ଥିଲା କିନ୍ତୁ ସେଥିରେ କଣ ଥିଲା ?

ଏକ ଗରିବ ମହିଳା ନିଜ ସ୍ୱାମୀଙ୍କ ଦେହାନ୍ତ ପରେ ନିଜ ପୁଅକୁ ପଢ଼େଇ ଏକ ମଣିଷ ପରି ମଣିଷଟିଏ କରାଇଥିଲା । ଉପଯୁକ୍ତ ସମୟ ଆସିବାରୁ ଏକ ସୁନ୍ଦରୀ ଝିଅ ସହିତ ନିଜ ପୁଅକୁ ବିବାହ ମଧ୍ୟ କରାଇଥିଲେ ।

କେତେଦିନ ପର୍ଯ୍ୟନ୍ତ ସବୁ ଠିକ୍ ରେ ଚାଲୁଥିଲା କିନ୍ତୁ କିଛି ଦିନ ପରେ ମଡେର୍ଣ୍ଣ ବୋହୂକୁ ଶାଶୁ ସହିତ ରହିବାକୁ ଭଲ ଲାଗିଲା ନାହିଁ । ଗୋଟିଏ ଦିନ ସ୍ତ୍ରୀ ସ୍ୱାମୀଙ୍କୁ କହିଲେ, “ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡିଦିଅ ।” ଏହି ବିଷୟରେ ସ୍ୱାମୀ ରାଜି ନ ଥିଲା । ସେ ସ୍ତ୍ରୀକୁ ବହୁତ ବୁଝାଇଲେ କିନ୍ତୁ ସେ ନ ବୁଝିବାରୁ ସ୍ତ୍ରୀର ଚାପରେ ଆସି ମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିଥିଲେ ।

ସେଠାରେ ପୁଅ ନିଜ ମାଆଙ୍କୁ କହିଥିଲେ, “ମାଆ, ମୁଁ ତୁମ ପାଇଁ ପ୍ରତ୍ୟେକ ମାସ ଏକ ହଜାର ପଠାଉଥିବି ଓ ସମୟ ସମୟରେ ଦେଖିବାକୁ ଆସୁଥିବି ।”

ମା କହିଲେ, ଟଙ୍କା ନ ପଠେଇଲେ ବି ଚଳିବ କିନ୍ତୁ ତୁ ମୋତେ ଦେଖା କରିବାକୁ ଆସୁଥା ।

ପୁଅ ମାଆଙ୍କ ପାଇଁ ପ୍ରତ୍ୟେକ ମାସ ଏକ ହଜାର ପଠାଉଥିଲା କିନ୍ତୁ ମିଶିବାକୁ କେବେ ବି ଯାଉ ନ ଥିଲା । ଏଭଳି କିଛି ମାସ ବିତିଗଲା ।

ଗୋଟିଏ ଦିନ ବୃଦ୍ଧାଶ୍ରମରୁ ପୁଅ ପାଖକୁ କଲ୍ ଆସିଲା, “ତୁମ ମାଆଙ୍କ ଦେହ ବହୁତ ଅସୁସ୍ଥ ଅଛି, ଏବେ ତୁମ ସହିତ ମିଶିବାକୁ ଚାହୁଁଛନ୍ତି ।”

ପୁଅ କହିଲା, – “ମୁଁ ଏବେ ବ୍ୟସ୍ତରେ ଅଛି, ମୁଁ ସନ୍ଧ୍ୟାରେ ଆସି ମାଆଙ୍କ ସହିତ ମିଶିବି ।”

ସନ୍ଧ୍ୟାକୁ ଯେତେବେଳେ ମାଆଙ୍କ ସହିତ ମିଶିବାକୁ ପହଞ୍ଚିଲା, ସେତେ ବେଳକୁ ତାଙ୍କର ଦେହାନ୍ତ ହୋଇଯାଇ ଥିଲା । ବୃଦ୍ଧାଶ୍ରମରୁ ଗୋଟିଏ ଲୋକ ଆସି ସେହି ପୁଅ ହାତରେ ଦୁଇଟି ଲଫାପ ଦେଲେ ଓ କହିଲେ ଏହି ଲଫାପ ତୁମ ମାଆ ତୁମକୁ ଦେବାକୁ କହିଥିଲେ ।

ପୁଅ ପ୍ରଥମ ଲଫାପ ଖୋଲି ଦେଖିଲା ସେଥିରେ ଗୋଟିଏ ପତ୍ର ଥିଲା । ସେଥିରେ ଲେଖା ହୋଇଥିଲା ମୋ ଗେହ୍ଲା ପୁଅ, ମୋର ଅନ୍ତିମ ଇଚ୍ଛା ଥିଲା କି, ମୁଁ ତ ସହିତ ମିଶିବି । ପ୍ରେମରେ ତ ମଥା ଉପରେ ହାତ ଆଉଁସିବି ଓ ଆଶୀର୍ବାଦ ଦେବି କିନ୍ତୁ ମୋର ଏହି ଇଚ୍ଛା ପୂରଣ ହୋଇ ପାରିଲା ନାହିଁ ।

ତୁ ମୋର ଖର୍ଚ୍ଚ ପାଇଁ ମାସକୁ ଯେଉଁ ଏକ ହଜାର ଟଙ୍କା ଦେଉଥିଲୁ, ତାହା ମୁଁ ଯତ୍ନରେ ରଖିଛି । ଦ୍ୱିତୀୟ ଯେଉଁ ଲଫାପ ତ ହାତରେ ଅଛି, ସେଥିରେ ହିଁ ସେହି ଟଙ୍କା ଅଛି । ଏହି ଟଙ୍କା ମୋର କାମରେ ତ ଆସିଲା ନାହିଁ କିନ୍ତୁ ଏହି ଟଙ୍କା ମୁଁ ତ ପାଇଁ ଛାଡ଼ି ଯାଉଅଛି ।

ତୁ ତ ମୋର ଭଲ ଓ ହିତକାରୀ ପୁତ୍ର ଅଟୁ । ଯିଏ କି ମୋତେ ସମୟ ସମୟରେ ଟଙ୍କା ପଠାଉ ଥିଲୁ । କିନ୍ତୁ ମୋତେ ଡର ଲାଗୁଛି ତର ଯେଉଁ ସନ୍ତାନ ହେବ ସେ ତ ପାଇଁ ପ୍ରତି ମାସରେ ହଜାରେ ଟଙ୍କା ଲେଖାଏଁ ପଠାଇ ନ ପାରେ । ସେହି ସମୟରେ ଏହି ଟଙ୍କା ତ କାମରେ ଆସିବ ।

ବୃଦ୍ଧ ସମୟରେ ମା’ ବାପାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ ପ୍ରେମ ଓ ନିଜ ଲୋକଙ୍କର ହୋଇଥାଏ, ଟଙ୍କାର ନୁହେଁ । ଯେତେବେଳେ ଏହିସବୁ (ପ୍ରେମ, ଭଲ ପାଇବା) ନିଜ ପରିବାରଙ୍କ ଠାରୁ ହିଁ ମିଳି ନ ଥାଏ, ତେବେ ସେମାନେ ଭିତରୁ ଭାଙ୍ଗି ପଡ଼ନ୍ତି । ଆଜିକାଲି ଏହା ଏକ ସାଧାରଣ କଥା ହେବାକୁ ଲାଗୁଛି । ତେଣୁ ନିଜ ବୃଦ୍ଧ ମା’ ବାପାଙ୍କ ସହ ସମୟ ବିତାଅ ଓ ବହୁତ ଭଲପାଅ ।

ମାତୃତ୍ଵ ଦିବସର ହର୍ଦ୍ଧିକ ଶୁଭେଚ୍ଛା ।