ମାଆଙ୍କ ଦ୍ଵିତୀୟ ବିବାହରେ ପୁଅ ଦେଲା ଅଭିନନ୍ଦନ, ଲେଖିଲା- ତୁମେ ମୋ ପାଇଁ ବହୁତ କିଛି ସହ୍ୟ କରିଥିଲ, କିନ୍ତୁ ବର୍ତ୍ତମାନ…

Spread the love

ମାଆ ନିଜର ସନ୍ତାନ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଜୀବନ ଉର୍ତ୍ସଗ କରି ଦେଇଥାନ୍ତି । ସନ୍ତାନଙ୍କ ପାଇଁ ମାଆ କିଛି ମଧ୍ୟ ସହ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି । ମାଆଙ୍କ ବଳିଦାନ ଉପରେ ଏକ ଗ୍ରନ୍ଥ ଲେଖିଲେ ମଧ୍ୟ ତାହା କମ୍ ହେବ । ଏହି କଥୋପକଥନରେ କେରଳ ନିବାସୀ ଜଣେ ମହିଳା ନିଜ ପୁତ୍ର ପାଇଁ ଯାହା କିଛି ସହ୍ୟ କରିଛନ୍ତି, ତାହା ଅବିସ୍ମରଣୀୟ ଅଟେ । ନିଜ ପୁତ୍ରର ଭବିଷ୍ୟ ଉଜ୍ଜ୍ଵଳ କରିବା ପାଇଁ ମହିଳା ଜଣକ ଘରୋଇ ଅତ୍ୟାଚାର ମଧ୍ୟ ସହ୍ୟ କରିଥିଲେ, ଏହାପରେ ସେ ଦ୍ଵିତୀୟ ବିବାହ କରିଥିଲେ । ମାଆଙ୍କ ଦ୍ଵିତୀୟ ବିବାହ ପରେ ତାଙ୍କର ପୁଅ ବହୁତ ଖୁସି ହୋଇଥିଲା ଏବଂ ପୁଅ ସୋସିଆଲ ମିଡ଼ିଆରେ ଏହାର ସୂଚନା ଦେଇଥିଲା । ତେବେ ଚାଲନ୍ତୁ ଜାଣିବା ଏହି ଲେଖାରେ ଆପଣଙ୍କ ପାଇଁ କଣ ରହିଛି ?

କେରଳର ଗୋକୁଲ ଶ୍ରୀଧର ନିଜ ମାଆଙ୍କ ଦ୍ଵିତୀୟ ବିବାହ ବିଷୟରେ ମଲାୟଲାମ ଭାଷାରେ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଗୋକୁଲ ଶ୍ରୀଧର ନିଜର ମାଆଙ୍କ ଦ୍ଵିତୀୟ ବିବାହ ବିଷୟରେ ନିଜେ ଲୋକଙ୍କୁ ସୂଚନା ଦେଇଥିଲେ । ଗୋକୁଲ ଶ୍ରୀଧର ନିଜ ମାଆଙ୍କ ପ୍ରଥମ ବିବାହ ବିଷୟରେ ବହୁତ କିଛି କହିଥିଲେ, ଏହି ପୋଷ୍ଟ ମାଧ୍ୟମରେ । ଗୋକୁଲ ଶ୍ରୀଧର କହିଥିଲେ ଯେ, ପ୍ରଥମ ବିବାହ ପରେ ତାଙ୍କ ମାଆ ବହୁତ କଷ୍ଟ ସହ୍ୟ କରିଥିଲେ, ଯାହାପରେ ସେ ଅନେକ ଥର ମୋତେ କହୁଥିଲେ ଯେ, ସେ ଏହି ସବୁ ମୋ ପାଇଁ କରୁଛନ୍ତି, ଯାହାଫଳରେ ମୋର ଭବିଷ୍ୟତ ନଷ୍ଟ ହେବ ନାହିଁ, ବର୍ତ୍ତମାନ ମୋର ପାଳି ।

ବୈବାହିକ ଜୀବନ ପାଇଁ ଅଭିନନ୍ଦନ ମାଆ – ଗୋକୁଲ ଶ୍ରୀଧର :

ଗୋକୁଲ ଶ୍ରୀଧର ନିଜ ମାଆଙ୍କୁ ଦ୍ଵିତୀୟ ବିବାହର ଅଭିନନ୍ଦନ ଜଣାଇ ଆବେଗ ପ୍ରବଣ ହୋଇ ଲେଖିଥିଲେ, ଯେଉଁଥିରୁ ତାଙ୍କର ଦୁଃଖ ସ୍ପଷ୍ଟ ରୂପେ ଦେଖା ଯାଉଥିଲା । ଗୋକୁଲ ଶ୍ରୀଧର କହିଥିଲେ ଯେ, ମୋ ମାଆ ମୋ ପାଇଁ ବହୁତ କିଛି ସହ୍ୟ କରିଛନ୍ତି । ଅନେକ ଥର ତାଙ୍କୁ ଶାରିରୀକ ଏବଂ ମାନସିକ ଭାବରେ ଅତ୍ୟାଚାର ସହିବାକୁ ପଡୁଥିଲା । ପୁଅ ଆଗକୁ ଲେଖିଥିଲା ଯେ, ଅନେକ ଥର ସେ ନିଜେ ତାଙ୍କ ମାଆଙ୍କୁ ଶାରିରୀକ ଅତ୍ୟାଚାର ସହିବାର ଦେଖିଛନ୍ତି କିନ୍ତୁ ବର୍ତ୍ତମାନ ଏବେ ମୁଁ ତାଙ୍କ ପାଇଁ କିଛି କରିବାକୁ ଚାହୁଁଛି । ସେଥିପାଇଁ ମୁଁ ବର୍ତ୍ତମାନ ତାଙ୍କର ବୈବାହିକ ଜୀବନ ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଏବଂ ସେ ସର୍ବଦା ଖୁସିରେ ରୁହନ୍ତୁ ।

ମୋତେ କିଛି ଲୁଚେଇବା ପାଇଁ ଦରକାର ନାହିଁ – ଗୋକୁଲ ଶ୍ରୀଧର :

ଗୋକୁଲ ଶ୍ରୀଧର ଆଗକୁ ଲେଖିଛନ୍ତି; ମୁଁ ବହୁତ କିଛି କହିବାକୁ ଚାହୁଁଥିଲି କିନ୍ତୁ ମାଆ ମୁଁ କହିପାରୁ ନାହିଁ । ମୁଁ ବିବାହର କଥା କହିବା ପାଇଁ ଡରୁଥିଲି କିନ୍ତୁ ପରେ ମୁଁ ତୁମ ବିଷୟରେ ଚିନ୍ତା କରିଲି ଏବଂ ଏହି ବିଷୟରେ ଲେଖିଦେଲି । କାରଣ ବର୍ତ୍ତମାନ ଆପଣଙ୍କ ଭାଗ୍ୟର ଖୁସି ଆପଣଙ୍କୁ ନିଶ୍ଚୟ ମିଳିବା ଦରକାର । ଗୋକୁଲ ଶ୍ରୀଧର ଆହୁରି ଲେଖିଥିଲେ ଯେ, ମୋ ମାଆଙ୍କର ଅନେକ ସ୍ଵପ୍ନ ରହିଛି, ଯାହାକୁ ମୁଁ ବର୍ତ୍ତମାନ ପୂରଣ କରିବି । କାରଣ ମାଆଙ୍କୁ ନିଜର ସ୍ଵପ୍ନ ପୁରଣ କରିବାର ଅଧିକାର ଅଛି ।

ସୋସିଆଲ ମିଡ଼ିଆରେ ଲୋକମାନେ ପ୍ରଶଂସା କରିଲେ :

କୌଣସି କାରଣରୁ ଗୋକୁଲ ଶ୍ରୀଧର ଲେଖିବାକୁ ପ୍ରଥମେ ଡରୁଥିଲେ କିନ୍ତୁ ଲୋକମାନେ ତାଙ୍କର ଭାବନାକୁ ବୁଝିଲେ ଏବଂ ତାଙ୍କର ବହୁତ ପ୍ରଶଂସା କରିଲେ । କେତେ ଲୋକ ଗୋକୁଲ ଶ୍ରୀଧରଙ୍କ ପାଇଁ ଲେଖିଥିଲେ ଯେ, ସତରେ ତୁମେ ପୁତ୍ରର କର୍ତ୍ତବ୍ୟ ପୁରଣ କରିଲ । ନିଜର ମାଆଙ୍କୁ ସୁଖ ଦେଇ ତୁମେ ବହୁତ ଭଲ କାମ କରିଲ । ବର୍ତ୍ତମାନ ତାଙ୍କର ଏହି ଲେଖାକୁ ହଜାରରୁ ଅଧିଲ ଲୋକ ପଢ଼ି ସାରିଲେଣି ଏବଂ ସେତିକି ଲୋକମାନେ ପସନ୍ଦ ମଧ୍ୟ କରି ସାରିଲେଣି । ଅନେକ ଲୋକ ଏହାକୁ ଗୋକୁଲ ଶ୍ରୀଧରଙ୍କର ସାହସ ବୋଲି କହୁଛନ୍ତି, ଯିଏ କି ନିଜ ମାଁଙ୍କ ପାଇଁ ସମାଜ ସହିତ ଶତ୍ରୁତା କରି ଦେଇଛନ୍ତି ।