ପ୍ରତି ୬ ମାସରେ ଚେକ୍ କରାନ୍ତୁ ଗ୍ୟାସ୍ ଚୁହ୍ଲା, ପାଇପ୍ ଏବଂ ରେଗୁଲେଟର୍ ! ନଚେତ୍ ଦୁର୍ଘଟଣାରେ କାହାର ଜୀବନ ଚାଲି ଯାଇପାରେ ।

Spread the love

ଆଜି ଦୁନିଆରେ ଧନୀ ଠାରୁ ଆରମ୍ବ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଗ୍ୟାସ । ସମ୍ୟକ ଅସାବଧନତା ଆପଣ ଜୀବନକୁ ବିପଦରେ ପକାଇପାରେ । ଆପଣ ଘରେ, ଆପଣଙ୍କ ସାହି ପୋଡଶୀ ପ୍ରାୟ ସମସ୍ତେ ଗ୍ୟାସ୍ ସିଲିଣ୍ଡର, ଚୁହ୍ଲା, ପାଇପ୍ ଏବଂ ରେଗୁଲେଟର୍ ନିଶ୍ଚୟ ବ୍ୟବହାର କରୁଥିବେ । ପ୍ରତି ୬ ମାସରେ ଥରେ ଏହି ଯାଞ୍ଚ୍ କରିବା ନିହାତି ଆବଶ୍ୟକ । ଏହିପରି ସ୍ଥଳରେ ଆପଣଙ୍କ ଗୋଟିଏ ଭୁଲ୍ ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ଜୀବନ ଚାଲି ଯାଇପାରେ । ଆପଣ ଭୁଲ୍ ପାଇଁ, ସିଲିଣ୍ଡର ବ୍ଲାଷ୍ଟ୍, ପାଇପରୁ ଗ୍ୟାସ୍ ଲିକ୍ କିମ୍ବା ନିଆଁ ଲାଗିବା ଭଳି ସମ୍ଭାବନା ମଧ୍ୟ ବଢିଯାଏ । ଗତ କିଛି ମାସ ଧରି ଏଭଳି ଘଟଣା ଅଧିକ ବଢିଥିବା ଦେଖାଦେଇଛି; ଯେଉଁଥିରେ ପରିବାରର ଅନେକ ସଦସ୍ୟଙ୍କ ମୃ୍ତ୍ୟୁ ମଧ୍ୟ ହେଇଛି । ନିମ୍ନବର୍ଗ ତଥା ମଧ୍ୟମବର୍ଗ ପରିବାରରେ ଏଭଳି ଘଟଣା ଅଧିକ ଘଟିଥିବା ଦେଖାଦେଇଛି ।

ଏହିପରି ଯାଞ୍ଚ କରୁନ୍ତୁ ଏବଂ ଦୂର୍ଘଟଣାରୁ ବର୍ତ୍ତୀ ପାରିବେ :

୧ . ପ୍ରତି ୬ ମାସରେ ଥରେ ଗ୍ୟାସ୍ ସିଲିଣ୍ଡର, ଚୁହ୍ଲା, ପାଇପ୍ ଏବଂ ରେଗୁଲେଟର୍ ର ଯାଞ୍ଚ୍ କରନ୍ତୁ; ଏହା ଦ୍ଵାରା ଆପଣ ଦୁର୍ଘଟଣାରୁ ନିଜକୁ ନିଜ ପରିବାରକୁ ସୁରକ୍ଷା ରଖିପାରିବେ ।

୨ . ୧୨ ରୁ ୨୪ ମାସ ଭିତରେ ଏଜେନ୍ସିର ନିରୀକ୍ଷଣ ଟିମ୍ ଠାରୁ ଯାଞ୍ଚ କରାଇ ନିଅନ୍ତୁ ।

୩ . ସିଲିଣ୍ଡର ନେଉଥିବା ସମୟରେ ଏହାର ବଲବ୍ ନିଶ୍ଚିତ ଭାବରେ ଚେକ୍ କରନ୍ତୁ ।

୪ . ଗ୍ୟାସ ସିଲିଣ୍ଡର ନିକଟରେ କୌଣସି ଜଳନଶୀଳ ପଦାର୍ଥ ଯେପରି କି କିରୋସିନୀ ରଖନ୍ତୁ ନାହିଁ ।

ଉପରୋକ୍ତ ଯାଞ୍ଚ କରିବା ଦ୍ଵାରା ଆପଣ ଜୀବନ ଓ ଆପଣଙ୍କ ପରିବାରର ଜୀବନ ସୁରକ୍ଷିତ ରହିପାରିବ । ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ । ଜନସଚେତନ ପାଇଁ ଶେୟର କରି ଅନ୍ୟକୁ ମଧ୍ୟ ଜାଣନ୍ତୁ ।