ଆପଣଙ୍କ କିମ୍ବା ଆପଣଙ୍କ କୌଣସି ନକଟତରଙ୍କର ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ, ତେବେ ସେମାନଙ୍କ ସହ ଜଡିତ କିଛି ଖାସ କଥା ଜଣାନ୍ତୁ ।

Spread the love

ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କ ନାମର ଖାସ ମହତ୍ୱ ରହିଛି । ଜନ୍ମ ପରେ ଚନ୍ଦ୍ର ଯେତେବେଳେ ରାଶିରେ ପ୍ରବେଶ କରେ, ତେବେ ଛୁଆମାନଙ୍କ ନାମକରଣ କରାଯାଏ । ଏହି ନାମ ପାଇଁ ଗୋଟିଏ ଖାସ ଅକ୍ଷର ଚୟନ କରାଯାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ନାମର ଅଲଗା ଅଲଗା ମହତ୍ୱ ଥାଏ । ଯେକୌଣସି ବ୍ୟକ୍ତିର ନାମରୁ ତାହାର ବ୍ୟବହାର, ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧରେ ଜ୍ଞାନ ଉପଲବ୍ଧ ହୁଏ । ଯେକୌଣସି ନାମର ଦୁଇଟି ଅର୍ଥ ହୋଇପାରେ । ହୁଏତ ସେହି ନାମ ଆମକୁ ଶୁଭ ସଂକେତ ଦେଇପାରେ ନଚେତ ଖରାପ ସମୟ ପାଇଁ ଆମକୁ ସତର୍କତା କରାଇଦିଏ । ଯଦି ଆପଣଙ୍କ ନାମ ‘S’ ଅକ୍ଷରରେ ଆରମ୍ଭ ହୋଇଥାଏ, ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଦେଖିବା ଯଦି ‘S’ ଇଂରାଜୀ ଆଲଫବେଟର ୧୯ ନମ୍ବର ଅକ୍ଷର କିନ୍ତୁ ଏହି ନାମର ବ୍ୟକ୍ତିମାନଙ୍କ ଜୀବନ ବହୁତ ରୋଚକ ଏବଂ ସ୍ଵତନ୍ତ୍ର ହୋଇଥାଏ । ଆଜିର ଏହି ଆର୍ଟିକେଲରେ ଆମେ ଆପଣଙ୍କୁ ‘S’ ନାମ ସହ ଜଡିତ କିଛି ଏମିତି ଚରିତ୍ର ବିଷୟରେ କହିବୁ, ଯାହା ବୋଧେ ଆପଣ ଆଗରୁ ଜାଣି ନଥିବେ ।

ଏହା ହେଉଛି ‘S’ ନାମଧାରୀ ବ୍ୟକ୍ତିଙ୍କ ଭଲ ଗୁଣ :

୧. ଏହି ନାମର ବ୍ୟକ୍ତିମାନେ ଦେଖିବାକୁ ଯେତିକି ଆକର୍ଷଣୀୟ ହୋଇଥାନ୍ତି ଓ ତାଠାରୁ ଅଧିକ ଲୋକପ୍ରିୟ ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାଖରେ ଟଙ୍କାର ଅଭାବ ରହେ ନାହିଁ । ଏମାନେ ନିଜର ମଧୁର ବଚନ ଦ୍ଵାରା ସମ୍ମୁଖରେ ଥିବା ବ୍ୟକ୍ତିଙ୍କୁ ମୁଗ୍ଧ କରି ଦିଅନ୍ତି । ଝିଅମାନେ ଏମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ଏମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜ ଲକ୍ଷ ହାସଲ କରିବା ପାଇଁ ଦିନରାତି ଏକ କରି ଦିଅନ୍ତି ।

୨. ଏମାନେ ପାଠ ପଢାରେ ମଧ୍ୟ ବେଶ ସକ୍ରିୟ ଥାନ୍ତି ଏବଂ ଏମାନଙ୍କୁ ଯେଉଁଠାରୁ ବି ଜ୍ଞାନ ଟିକେ ମିଳିଲେ ତାକୁ ଏକତ୍ରିତ କରି ଗ୍ରହଣ କରନ୍ତି । ଏମାନଙ୍କ ହୃଦୟ ବହୁତ ସଫା ଏବଂ ଅନ୍ୟକୁ କଷ୍ଟ ହେଲା ଭଳି ଏମିତି କିଛି କଥା କୁହନ୍ତି ନାହିଁ । ବେଳବେଳେ ଏମାନଙ୍କ ରାଗ ଏମାନଙ୍କୁ ଭାରି ପଡ଼ିଥାଏ । ଏମାନେ ସତ୍ୟର ପୂଜାରୀ ଅଟନ୍ତି । ପ୍ରେମ ସମ୍ବନ୍ଧରେ ଆବଶ୍ୟକତା ଠାରୁ ଅଧିକ ଗମ୍ଭୀର ଚିନ୍ତା କରିଥାନ୍ତି ।

୩. ଏମାନେ ନିଜ ବିବାହିତ ଜୀବନରେ ପ୍ରଭାବ ବିସ୍ତାର କରି ରାଖିବାକୁ ଚାହାନ୍ତି । ତେଣୁ ସେମାନଙ୍କର ବୈବାହିକ ଜୀବନ ଠିକ ରୂପେ ପରିଚାଳିତ ହୁଏ ନାହିଁ ଏବଂ ସହଯୋଗୀଙ୍କ ସହ ଫାଟ ସୃଷ୍ଟି ହୋଇଯାଇଥାଏ । ଯଦି ଆପଣଙ୍କ ନାମ ‘S’ ଅକ୍ଷରରେ ଆରମ୍ଭ ହୋଇଥାଏ, ତେବେ ୨୦୧୯ ରାଶିଫଳ ଅନୁସାରେ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି । ଭାଙ୍ଗି ଯାଇଥିବା କାମ ସଜାଡ଼ି ଯିବ ଏବଂ ଧନଲାଭର ଯୋଗ ରହିଛି ।

୪. ଏହି ନାମର ବ୍ୟକ୍ତିମାନେ କୋମଳ ହୃଦୟର ହୋଇଥାନ୍ତି । ଏମାନେ କାହାର ଦୁଃଖ ଦେଖିପାରନ୍ତି ନାହିଁ ଏବଂ ସର୍ବଦା ଅନ୍ୟର ସହାୟତା କରିବାକୁ ତତ୍ପର ହୁଅନ୍ତି ।ଏମାନଙ୍କ ମଧୁର ବଚନ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ଏମାନେ ନିଜର ସ୍ୱଇଚ୍ଛାରେ ଅନ୍ୟର ହୃଦୟରେ ବାସ କରନ୍ତି । ଯଦି ଏମାନଙ୍କୁ କିଏ ଆଘାତ ଦିଅନ୍ତି, ତେବେ ଏମାନେ ଚୁପଚାପ ସହି ଯାଆନ୍ତି କିନ୍ତୁ ତାଙ୍କୁ ନିଜର ଦୁଃଖ ପ୍ରକାଶ କରନ୍ତି ନାହିଁ । ଏମାନେ ସମସ୍ତଙ୍କର ସହାୟତ ପାଇଁ ଆଗକୁ ଆସି ସହଯୋଗ କରନ୍ତି କିନ୍ତୁ ସେମାନଙ୍କ ଆପଣର ଲୋକ ହିଁ ଶେଷର ସେମାନଙ୍କୁ ଧୋକା ଦେଇଥାନ୍ତି ।

୫. ସଚ୍ଚୋଟ କଥା ଯଦି କହିବା, ତେବେ ଏହି ନାମର ବ୍ୟକ୍ତିଙ୍କ ଜାତକରେ ସାଧୁତା ସବୁଠୁ ବଡ଼ ଗୁଣ । ଏମାନେ ଧାର କରଜ ବିରୋଧୀ ଅଟନ୍ତି । ଯଦି ଏମାନଙ୍କୁ ଦୁର୍ଭାଗ୍ୟ ବଶତଃ କେବେ କରଜ କରିବାକୁ ପଡ଼େ; ତେବେ ଏମାନେ ଯେତେ ଶୀଘ୍ର ହେବ କରଜ ସୁଝିବାକୁ ଚେଷ୍ଟା କରନ୍ତି ଓ ଯେତେ ପର୍ଯ୍ୟନ୍ତ ତାଙ୍କ ଋଣ ସୁଝା ହୁଏ ନାହିଁ, ସେମାନେ ସେତେ ପର୍ଯ୍ୟନ୍ତ ନିଶ୍ଚିନ୍ତରେ ଶୁଅନ୍ତି ନାହିଁ । ପ୍ରେମ ସମ୍ବନ୍ଧରେ ଏମାନେ ଟିକେ ସ୍ୱାର୍ଥପର ହୋଇଥାନ୍ତି । କାରଣ ଏମାନେ ନିଜର ଭଲପାଇବା କାହା ସହିତ ସେୟାର କରନ୍ତି ନାହିଁ ।