ଲୋକସଭା ନିର୍ବାଚନ ୨୦୧୯:- ଏହି ଥର ସୋସିଆଲ ମିଡିଆରେ ବି ଲାଗୁ ହେବ ଆଚାରଣ ବିଦ୍ଧି, ଖର୍ଚ୍ଚ ମଧ୍ୟ ଯୋଡିବ ।

Spread the love

ନୂଆଦିଲ୍ଲୀ:- ଲୋକସଭା ନିର୍ବାଚନର ତିଥୀର ଘୋଷଣା କରି ଦିଆଯାଇଛି । ଏହି ଥର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ ଓ ୨୩ ମେ’ ରେ ଫଳାଫଳ ବାହାରିବ । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରଡ଼ା ଏକ ପ୍ରେସ୍ କନଫରେନ୍ସରେ ଏହାର ଘୋଷଣା କରିଛନ୍ତି । ଏହା ଘୋଷଣା କରିବା ସହିତ ଆଚାରଣ ସଂହିତା ଲାଗୁ ହୋଇଯାଇଛି । ଖାସ୍ ଖବର ଏହା ଯେ, ଏହି ଥର ସୋସିଆଲ ମିଡିଆରେ ମଧ୍ୟ ଆଚାର ସଂହିତା ଲାଗୁ ହେବ । ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ଯେ, ଏହି ଥର ସୋସିଆଲ ମିଡିଆ ଉପରେ କଡା ନଜର ରଖା ହେବ । ସୋସିଆଲ ମିଡିଆରେ କ୍ୟାମ୍ପେନିଙ୍ଗର ଖର୍ଚ୍ଚ ଯୋଡି ଦିଆଯିବ । ସେ କହିଛନ୍ତି କି ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହିଥର କୌଣସି ବି ରାଜନୈତିକ ପାର୍ଟିର ବିଜ୍ଞାପନ ଜାରି କରିବା ପାଇଁ ସୂଚନା ଦେବାକୁ ହେବ । ସ୍ୱୀକୃତି ମିଳିବା ପରେ ହିଁ ସେ ଏପରି କରି ପାରିବେ ।

୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ, ୨୩ ମେ ରେ ବାହାରିବ ଫଳାଫଳ :

ଅନ୍ୟ ପଟେ ଏହି ଥର ଫେକ୍ ନ୍ୟୁଜ ଓ ହେଟ୍ ସ୍ପିଚ୍ (Hate speech) ଉପରେ କଂଟ୍ରୋଲ କରିବା ପାଇଁ ସୋସିଆଲ ମିଡିଆରେ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ କୁହାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ନିର୍ବାଚନ ତିଥୀର ଘୋଷଣା କରି କହିଛନ୍ତି ଯେ, ସବୁ ଏଜେନ୍ସିରୁ ମତାମତ ନିଆଯାଇଛି । ନିର୍ବାଚନ ଖର୍ଚ୍ଚ ଉପରେ ବିଶେଷ ନଜର ରଖାଯିବ । ଉତ୍ସବର ଧ୍ୟାନ ମଧ୍ୟ ରଖାଯିବ ।

ସେ କହିଛନ୍ତି କି ଏହିଥର ନିର୍ବାଚନରେ ୯୦ କୋଟି ଲୋକ ଭୋଟ ଦେବେ । ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ଯେ, ଆମେ ପ୍ରଥମରୁ ହିଁ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ସାରିଛୁ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହ ସେ କଥା ହୋଇଛନ୍ତି । ତାଙ୍କୁ ପ୍ରସ୍ତୁତ ହେବା ପାଇଁ କୁହାଯାଇଥିଲା । law And Orderର ପରିସ୍ଥିତି ମଧ୍ୟ ଯାଞ୍ଚ କରାଗଲା । ଏହି ସବୁ କରିବା ପରେ ହିଁ ଆଜି ଆମେ ନିର୍ବାଚନ ତିଥୀ ଘୋଷଣା କରିଲୁ ।