ଆପଣ ଜାଣନ୍ତି କି, କାହିଁକି ଯାଆଁଳା ଛୁଆ ଜନ୍ମ ହୋଇଥାଏ ? ଆସନ୍ତୁ ଏ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

Spread the love

ମିଡ଼ିଆ ରିପୋର୍ଟସ ଅନୁସାରେ ଅଭିନେତ୍ରୀ ସେଲିନା ଜେଟଲି ଦ୍ୱିତୀୟ ଥର ପାଇଁ ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି । ସେଲିନାଙ୍କ ପୂର୍ବରୁ କରିଓଗ୍ରାଫର ଫରାହ୍ଣା ଖାନ୍ ମଧ୍ୟ ତିନୋଟି ସନ୍ତାନକୁ ଏକାଥରକେ ଜନ୍ମ ଦେଇଥିଲେ । ଏଠାରେ ପ୍ରଶ୍ନ ଏହା ଉଠୁଛି; କାହିଁକି କେତେକ ମହିଳାଙ୍କ ଦ୍ୱାରା ଅଧିକାଂଶ ସମୟରେ ଯାଆଁଳା ବା ତିନୋଟି ସନ୍ତାନ ଜନ୍ମ ହୋଇଥାନ୍ତି ? ଆସନ୍ତୁ ଏହି ବିଷୟରେ ଆମେ ଆଜି ଜାଣିବା । କେତେକ ବିଶେଷଜ୍ଞଙ୍କ ଜରିତ ମତାମତକୁ ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଠାରେ ଉପସ୍ଥାପିତ କରୁଅଛୁ ।

ଏହାକୁ କୁହନ୍ତି ବହୁଗୁଣିତ ଗର୍ଭାବସ୍ଥା –

ଇଣ୍ଡିଆନ ଫାର୍ଟିଲିଟି ସୋସାଇଟିର ହେଡ୍ ଓ ନ୍ୟୋନୈଟୋଲଜିଷ୍ଟ ଏଆଣ୍ଡ୍ ଏମ୍ବ୍ରାୟୋଲଜିଷ୍ଟ ଡ଼.ରଣଧିର ସିଂହକା କହୁଛନ୍ତି କି, ଗୋଟିଏରୁ ଅଧିକ ସନ୍ତାନକୁ ଜନ୍ମ ଦେବାର ଘଟଣାକୁ ମେଡ଼ିକାଲ ଟେର୍ମରେ ବହୁଗୁଣିତ ଗର୍ଭାବସ୍ଥା କୁହାଯାଏ । ଏହାର ଅର୍ଥ ଏହାକି କୌଣସି ମହିଳାର ଗର୍ଭରେ ଦୁଇରୁ ଅଧିକ ସନ୍ତାନ ଅଛନ୍ତି । ଗୋଟିଏ ହିଁ ଅଣ୍ଡା କୋଷରୁ ଉତ୍ପନ୍ନ କିନ୍ତୁ ଦୁଇଟି ଭିନ୍ନ ଭିନ୍ନ ଆପ୍ୟତ କୋଷ ।

ସର୍ବସମ ଯାଆଁଳା –

ଗୋଟିଏ ହିଁ ଅଣ୍ଡା କୋଷରୁ ଜନ୍ମ ହୋଇଥିବା ସନ୍ତାନକୁ ସର୍ବସମ କୁହାଯାଏ । ଏହା ସେତେବେଳେ ହୋଇଥାଏ, ଯେତେବେଳେ ଗୋଟିଏ ଅଣ୍ଡା କୋଷରେ ଗୋଟିଏ ଶୁକ୍ରାଣୁ ସହିତ ଗର୍ଭାଧାନ ହୋଇଥାଏ । ଏହାପରେ ଗର୍ଭାଧାନ ଅଣ୍ଡା ଦୁଇ ବା ଅଧିକ ଅଂଶରେ ପୃଥକ ହୋଇଯାନ୍ତି । ଏଭଳି ଘଟଣା ବହୁତ କମ୍ ଥର ଦେଖିବାକୁ ମିଳିଥାଏ । ଏହି କ୍ଷେତ୍ରରେ ପିଲାମାନଙ୍କର ଚେହେରା ଓ ପ୍ରକୃତ ପାଖାପାଖି ଏକା ଭଳି ହୋଇଥାଏ ।

ଫ୍ରେଟରନାଲ୍ ଯାଆଁଳା –

ଅଲଗା ଅଲଗା ଅଣ୍ଡା କୋଷରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଫ୍ରେଟରନାଲ୍ କୁହାଯାଏ । ଏହା ସେତେବେଳେ ହୋଇଥାଏ; ଯେତେବେଳେ ଦୁଇ ବା ଅଧିକ ଅଣ୍ଡା ଅଲଗା ଅଲଗା ଶୁକ୍ରାଣୁରେ ଗର୍ଭାଧାନ ହୋଇଥାଏ ।

ଯଦି ମହିଳାଙ୍କ ପରିବାରରେ ଆଗରୁ ହିଁ ଫ୍ରେଟରନାଲ୍ ଯାଆଁଳା ଅଛନ୍ତି; ତେବେ ଏହାର ସମ୍ଭାବନା ବଢିଯାଇ ଥାଏ । ଅଧିକାଂଶ ଯାଆଁଳା ଏହିଭଳି ହୋଇଥାନ୍ତି । ଏଭଳି ଯାଆଁଳା ପିଲାମାନେ ଏକା ଭଳି ଦେଖାଯାଇ ପାରନ୍ତି ବା ଭିନ୍ନ ଭିନ୍ନ ରୂପେ ମଧ୍ୟ ଦେଖାଯାଇ ପାରନ୍ତି ।