ହସ୍ପିଟାଲରେ ଭର୍ତ୍ତି ହେଲେ ସଲମାନ୍ ଖାନଙ୍କ ଏହି ଅଭିନେତ୍ରୀ, କହିଲେ- ‘ଜୀବନରେ ଏମିତି ପ୍ରଥମ ଥର ହୋଇଛି’ ।

Spread the love

ଫିଲ୍ମ ‘ଲକୀ-ନୋ ଟାଇମ ଫର ଲଭ’ରେ ସଲମାନ୍ ଖାନଙ୍କ ସହିତ ନଜର ଆସିଥିଲେ, ବର୍ତ୍ତମାନ ସ୍ନେହା ଉଲ୍ଲାଲ ଚର୍ଚ୍ଚାର ଆସିଛନ୍ତି । ବର୍ତ୍ତମାନ ସ୍ନେହା ଉଲ୍ଲାଲ ତାଙ୍କ ଫିଲ୍ମ ପାଇଁ ନୁହେଁ, ତାଙ୍କ ଶାରୀରିକ ଅବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତଳେଦିନେ ସ୍ନେହା ଉଲ୍ଲାଲଙ୍କ ଶରୀର ଖରାପ ହୋଇଥିଲା, ଯାହାଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କୁହାଗଲା । ହଁ, ସ୍ନେହା ଉଲ୍ଲାଲ ହସ୍ପିଟାଲରେ ଭର୍ତ୍ତି ହେବା କଥା ନିଜେ ତାଙ୍କ ଇଂଷ୍ଟଗ୍ରାମରେ କହିଛନ୍ତି, ଯାହାପରେ ତାଙ୍କ ବନ୍ଧୁମାନେ ତାଙ୍କର ଶୀଘ୍ର ଆରୋଗ୍ୟର କାମନା କରିଛନ୍ତି । ସବୁବେଳେ ସ୍ନେହା ଉଲ୍ଲାଲ ତାଙ୍କ ବନ୍ଧୁ ମାନଙ୍କ ସମ୍ପର୍କରେ ରୁହନ୍ତି, ଯାହାଫଳରେ ସେ ଅନେକ ଥର ଫୋଟମାନେ ସେୟାର କରଥାନ୍ତି । ତେବେ ଆସନ୍ତୁ ଜାଣିବା ଆମ ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ଅଭିନେତ୍ରୀ ସ୍ନେହା ଉଲ୍ଲାଲ ବହୁତ ଗୁଡିଏ ଫିଲ୍ମରେ କାମ କରିଛନ୍ତି, ତାଙ୍କ ଅଭନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ସ୍ନେହା ଉଲ୍ଲାଲଙ୍କ ଅନେକ ବନ୍ଧୁ ଅଛନ୍ତି, କିନ୍ତୁ ବର୍ତ୍ତମାନ ସେ ଅଭିନୟ ଜଗତରୁ ଦୁରେଇ ଯାଇଛନ୍ତି । ସ୍ନେହା ଉଲ୍ଲାଲ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି, କାରଣ ତାଙ୍କ ଚେହେରା ଐଶ୍ୱରୀୟା ରାୟଙ୍କ ସହିତ ମିଶୁଛି ।ଏହା ସହିତ ଲୋକେ ତାଙ୍କୁ ସଲମାନ୍ ଖାନଙ୍କ ହିରୋଇନ ଭାବେ ଜାଣନ୍ତି । କାରଣ ତାଙ୍କୁ ତାଙ୍କର ଅସଲି ପରିଚୟ ସଲମାନ୍ ଖାନଙ୍କ ସହ ଫିଲ୍ମ କଲା ପରେ ମିଳିଥିଲା ।

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ନେହା ଉଲ୍ଲାଲ :

ନିକଟରେ ସ୍ନେହା ଉଲ୍ଲାଲ ଇଂଷ୍ଟଗ୍ରାମରେ ଗୋଟିଏ ଫୋଟ ସେୟାର କରି ଲେଖିଛନ୍ତି ଯେ, ସେ ଜୀବନରେ ପ୍ରଥମ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ବହୁତ ଭୟଭୀତ, କିନ୍ତୁ ମୁଁ ଶୀଘ୍ର ଭଲ ହୋଇଯିବି । ପ୍ରକୃତରେ ସ୍ନେହା ଉଲ୍ଲାଲକୁ ବହୁତ ଜୋରରେ ଜ୍ୱର ହୋଇ ଯାଇଥିଲା, ଯାହାଫଳରେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଦେଇଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଖଟରେ ଆରାମ କରିବା ପାଇଁ କୁହାଗଲା । ସ୍ନେହା ଉଲ୍ଲାଲ ଆଗକୁ ଆହୁରି ଲେଖିଛନ୍ତି ଯେ, ମୁଁ ଘରକୁ ଯିବା ପାଇଁ ବ୍ୟସ୍ତ ଅଛି, କିନ୍ତୁ ଡାକ୍ତର ବର୍ତ୍ତମାନ ମୋତେ ଏଠାରେ ରହିବା ପାଇଁ କହୁଛନ୍ତି ।

ସ୍ନେହା ଉଲ୍ଲାଲ ସିନେମା ଜଗତରୁ ଦୂରରେ ଅଛନ୍ତି :

ସ୍ନେହା ଉଲ୍ଲାଲ ବଲିଉଡ ଛଡ଼ା ସାଉଥ ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପ୍ରଦର୍ଶନ କରିଛନ୍ତି । ସାଉଥ ଫିଲ୍ମରୁ ସେ ବହୁତ ସଫଳତା ହାସଲ କରିଛନ୍ତି, କିନ୍ତୁ ବର୍ତ୍ତମାନ ସେ ସିନେମା ଜଗତରୁ ଦୁରେଇ ଯାଇଛନ୍ତି । ନିକଟରେ ଏକ ସଙ୍ଗୀତ ଭିଡ଼ିଓରେ ସ୍ନେହା ଉଲ୍ଲାଲ ଫେରିଥିଲେ କିନ୍ତୁ ପୁଣି ଥରେ ସେ ଅଭିନୟ ଜଗତରୁ ଦୁରେଇ ଯାଇଛନ୍ତି । ଏହା ପଛର କାରଣ, ଏମିତି କୁହାଯାଏ ଯେ, ଫିଲ୍ମରେ ସେତେ ସଫଳତା ମିଳିଲା ନାହିଁ ଯେତିକି ସେ ଚାହୁଁଥିଲେ । ସ୍ନେହା “ଆର୍ଯ୍ୟନ”, “ଜାନେ ଭି ଦୋ ୟାରୋଂ” ତେଲଗୁ ଫିଲ୍ମ “କିଙ୍ଗ” ଏବଂ “କରେଣ୍ଟ” ଆଦି ଫିଲ୍ମରେ ଅଭିନୟ କରିଛନ୍ତି ।

ଐଶ୍ୱରୀୟା ରାୟଙ୍କ ଅବିକଳ ହେଉଛନ୍ତି ସ୍ନେହା ଉଲ୍ଲାଲ :

୨୦୦୫ ମସିହାରେ ସ୍ନେହା ଉଲ୍ଲାଲ ଯେତେବେଳେ ସଲମାନ ଖାନଙ୍କ ସହିତ ଫିଲ୍ମ କରିଥିଲେ, ସେତେବେଳେ ତାଙ୍କର ତୁଳନା ଐଶ୍ୱରୀୟା ରାୟଙ୍କ ସହିତ କରାଯାଇ ଥିଲା । ଲୋକଙ୍କ କହିବା ଅନୁସାରେ ସ୍ନେହା ଉଲ୍ଲାଲଙ୍କ ଚେହେରା ଐଶ୍ୱରୀୟା ରାୟଙ୍କ ସହ ମିଶୁଛି । ସେହି ସମୟରେ ସ୍ନେହା ଉଲ୍ଲାଲ ଏବଂ ଐଶ୍ୱରୀୟା ରାୟ ବହୁତ ଚର୍ଚ୍ଚାରେ ଥିଲେ, କାହିଁକି ନା ଏପଟେ ସ୍ନେହା ଉଲ୍ଲାଲ ସଲମାନ୍ ଖାନଙ୍କ ଫିଲ୍ମର ହିରୋଇନ ଥିଲାବେଳେ, ସେପଟେ ଐଶ୍ୱରୀୟା ରାୟ ସଲମାନଙ୍କ ପୂର୍ବ ବାନ୍ଧବୀ ଥିଲେ । କହିବାକୁ ଗଲେ ସ୍ନେହା ଉଲ୍ଲାଲ ଏବଂ ଐଶ୍ୱରୀୟା ରାୟଙ୍କ ଚେହେରା ବହୁତ ମିଶୁଛି ।