ସ୍ନାନ କରିବା ପୂର୍ବରୁ ଏହି କାମ କରନ୍ତୁ ସବୁବେଳେ ରହିବେ ରୋଗମୁକ୍ତ/ଆରୋଗ୍ୟ

Spread the love

ମନୁଷ୍ୟ ନିଜ ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ଯେ, ନିଜର ଯତ୍ନ ନେବାକୁ ମଧ୍ୟ ଭୁଲି ଯାଏ । କିନ୍ତୁ ସର୍ବଦା ସୁସ୍ଥ ରହିବ ପାଇଁ ଅହରହ ପ୍ରୟାସ କରିଥାଏ । ଏବଂ ଯେତେବେଳେ କୌଣସି ରୋଗରେ ଆକ୍ରାନ୍ତ ହୁଅ ତ ନିଜେ କରିଥିବା କର୍ମକୁ ନିନ୍ଦା କରିଥାଏ । କାହିଁକି ନା ଆମେ ଚାହିଁଲେ ଆମ ଶରୀରରକୁ ରୋଗମୁକ୍ତ କରି ପାରିବ କିନ୍ତୁ ଆଜିକାର ଦିନରେ ସମସ୍ତେ ନିଜ ନିଜ କର୍ମରେ ବ୍ୟସ୍ତ । ଆଜି ଆମେ ଏହିଂ ଅନୁଛେଦରେ ଆମେ କିପରି ନିଜ ଶରିରକୁ ସର୍ବଦା ରୋଗମୁକ୍ତ ବା ଆରୋଗ୍ୟ କରି ରଖି ପାରିବ ସେହି ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ସ୍ନାନ କରିବା ପୂର୍ବରୁ ଏହି କାମ କରନ୍ତୁ :

■ ଅଳ୍ପ ବେସନରେ ଏକ ଚିମୁଟା ହଳଦୀଗୁଣ୍ଡ ମିଶାଇ ଦେହରେ ଧୀରେ ଧୀରେ ମାଲିସ୍ କରନ୍ତୁ । ତା’ପରେ ଗାଧୋଇବା ଦେହ ପାଇଁ ହିତକର ହୋଇଥାଏ ।

■ ଯଦି ଆପଣ ଚର୍ମ ଶୁଖିଲା ଥାଏ । ତେବେ ସ୍ନାନ କରିବା ପୂର୍ବରୁ ନଡ଼ିଆ ତେଲ ଓ ପାଣି ମିଶାଇ ମାଲିସ୍ କରନ୍ତୁ । ତା’ପରେ ସ୍ନାନ କଲେ ଉତ୍ତମ ।

■ ଗାଧୋଇବା ବେଳେ ଅଧବାଲଟି ପାଣିରେ ଏକ ଫାଳ କାଗଜିଲେମ୍ବୁ ଚିପୁଡ଼ି ଦେବେ । ଏମିତି କଲେ ଦେହରେ ଝାଳ ଗନ୍ଧ ଆଦୌ ରହିବ ନାହିଁ ।

■ ଶୀତଦିନେ ସୋରିଷ ତେଲ ଓ ଖରାଦିନେ ନଡ଼ିଆ ତେଲ ମାଲିସ୍ କରି ଗାଧୋଇଲେ ଦେହ ଚିକ୍କଣ ରହିବ । ଦେହ ଜମା ଫାଟିବ ନାହିଁ ।

■ ଗୁଣ୍ଡକ୍ଷୀର, ଗୁଣ୍ଡହଳଦୀ, ବେସନ ଆଦି ମିଶାଇ ସାବୁନ୍ ପରି ଦେହରେ ଲଗାଇବେ । ସୁଖିଗଲେ ସ୍ନାନ କଲେ ଦେହ ପକ୍ଷେ ହିତକର ।

■ ଅଳ୍ପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାଇ ଗାଧାନ୍ତୁ । ଆପଣଙ୍କ ଲୋମ ମୂଳ ପରିଷ୍କାର ହୋଇଯିବ ।

■ ଆପଣ ହଳଦୀ ଓ ଲିମ୍ବ ପତ୍ରକୁ ବାଟି ଦେହରେ ଲଗାଇ କିଛି ସମୟ ରଖି ଦିଅନ୍ତୁ । ଶୁଖିଗଲାପରେ ଥଣ୍ଡା ପାଣ୍ଡିରେ ଭଲ ଭାବେ ଗାଧାନ୍ତୁ । ଆପଣଙ୍କ ଦେହ ଜମା କୁଣ୍ଡାଇ ହେବ ନାହିଁ ।

■ ଅଳ୍ପ କର୍ପୂର, ଅଳ୍ପ ଗୁଣ୍ଡ ହଳଦୀ, କିଛି ଟୋପା ସୋରିଷ ତେଲ, କିଛି ବେସନ ଆଦି ମିଶାଇ ପାଣିରେ ଗୋଳାଇ ମଲମ ପରି ପ୍ରସ୍ତୁତ କରନ୍ତୁ । ଉକ୍ତ ମିଶ୍ରଣକୁ ଦେହରେ ଲଗାଇ ଗାଧୋଇଲେ ଚର୍ମ ସତେଜ ରହିବ ଓ ଆପଣଙ୍କ ରଙ୍ଗ ଉଜ୍ଜଳ ହେବ ।

■ ଏକ ଚାମଟ ଲହୁଣୀ, ଏକ ଚାମଚ ପାଣି ମିଶାଇ ଫେଣ୍ଟନ୍ତୁ। ଏଥର ଦେହରେ ମାଲିସ୍ କରନ୍ତୁ। ତା’ପରେ ସ୍ନାନ କଲେ ଆପଣଙ୍କୁ ଆରାମ୍ ଲାଗିବ ।

■ ସ୍ନାନ କରି ସାରିବା ପରେ ନାଭିରେ ଉଷୁମ ଖାଣ୍ଟି ଘିଅ ଲଗାଇଲେ ଆପଣଙ୍କ ସୁନ୍ଦର ଓଠ ଗୋଲାପୀ ହେବ ।

■ କଦାପି ଖାଇସାରି ସ୍ନାନ କରିବେ ନାହିଁ । କାରଣ ଏହା ଦେହ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।