1 ଅପ୍ରେଲରୁ ପ୍ରତ୍ୟେକଙ୍କ ଘରେ ଲାଗିବ ସ୍ମାର୍ଟ ପ୍ରିପେଡ଼ ବିଦ୍ୟୁତ ମିଟର

Spread the love

ବିଦ୍ୟୁତ ଚୋରି ରୋକିବା ପାଇଁ ୧ଅପ୍ରେଲରୁ ପ୍ରତ୍ୟେକଙ୍କ ଘରେ ପ୍ରିପେଡ ବିଦ୍ୟୁତ ମିଟର ଅନିର୍ବାର୍ଯ୍ୟ ବୋଲି ଘୋଷଣା କରାଗିଲା । କେନ୍ଦ୍ର ସରକାର ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କ ଘରେ ବିଦ୍ୟୁତ ମିଟର ଲାଗିବର ଲକ୍ଷ ରଖିଛି । ଯାହାପରେ ବିନା ବିଦ୍ୟୁତ ମିଟର ରିଚାର୍ଜରେ ଘରେ ବିଦ୍ୟୁତ ଜଳିବ ନାହିଁ । ଉପଭୋକ୍ତାଙ୍କୁ ମୋବାଇଲ ରିଚାର୍ଜ ଭଳି ବିଦ୍ୟୁତ ମିଟର ରିଚାର୍ଜ କରିବାକୁ ପଡିବ । ଏଣିକି ଉପଭୋକ୍ତାଙ୍କ ଘରକୁ ନା ବିଦ୍ୟୁତ ବିଲ୍ ଯିବା ନା ବିଦ୍ୟୁତ ବିଭାଗ କର୍ମଚାରୀମାନେ ବିଲ୍ ଆଦାୟ କରିବା ପାଇଁ ବୁଲିବେ ।

ଜାଣିବା କଥା : ଅପ୍ରେଲ ୧ ରୁ ପ୍ରତ୍ୟେକଙ୍କ ଘରେ ପ୍ରିପେଡ ବିଦ୍ୟୁତ ମିଟର ଲାଗିବା ଅନିର୍ବାର୍ଯ୍ୟ କରାଗଲା । ସର୍ବସାଧାରଣ ଜନତା ନିଜର ମୋବାଇଲ ଫୋନ ମାଧ୍ୟମରେ ବିଦ୍ୟୁତ ପ୍ରିପେଡ ମିଟର ରିଚାର୍ଜ କରିପାରିବେ । ଉପଭୋକ୍ତାଙ୍କୁ ବିଲ୍ ପଠାଇବା ସବୁ ଦିନ ପାଇଁ ବନ୍ଦ ହେବ ।

ପ୍ରିପେଡ଼ ବିଦ୍ୟୁତ ମିଟର ଉତ୍ପାଦନ ବଢାଇବା ପାଇଁ ପ୍ରସ୍ତାବ :

ବୈଦ୍ୟୁତିକ ମନ୍ତ୍ରୀ ଆରକେ ସିଂହ ପ୍ରିପେଡ଼ି ବିଦ୍ୟୁତି ମିଟର ଉତ୍ପାଦନକାରୀ କମ୍ପାନୀକୁ ଅଧିକରୁ ଅଧିକ ବିଦ୍ୟୁତ ମିଟର ଉତ୍ପାଦନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଗାମୀ ତିନିବର୍ଷ ମଧ୍ୟରେ ଏହି ପ୍ରିପେଡ଼ ମିଟରର ଯଥେଷ୍ଟ ଆବଶ୍ୟକତା ପଢିବା, ତେଣୁ ଅଧିକରୁ ଅଧିକ ପ୍ରିପେଡ଼ ମିଟର ବନାଇବା ଅତ୍ୟନ୍ତ ଜରୁରୀ ଅଟେ ।

ପ୍ରିପେଡ଼ ମିଟର ଦ୍ୱାରା କଣ ଫାଇଦା ହେବ :

ଏହି ପ୍ରିପେଡ଼ ମିଟର ଘରେ ଘରେ ଲାଗିବ ପରେ ଉପଭୋକ୍ତାଙ୍କ ଘରକୁ ବିଲ୍ ପଠାଇବା ଝଞ୍ଜଟ ଚିର ଦିନ ପାଇଁ ସମସ୍ତ ହେବ । ଉପଭୋକ୍ତାମାନେ ମଧ୍ୟ ବିଦ୍ୟୁତ କତ୍ତୃପକ୍ଷ ନିକଟରେ କୌଣସି ଋଣଗ୍ରସ୍ତ ହେବେ ନାହିଁ । ପ୍ରିପେଡ଼ ବିଦ୍ୟୁତ ମିଟରର ଏହି ସବୁ ସୁବିଧା ଦେଖି ଏହାକୁ ଅତି ଶୀଘ୍ର ଓ ଅଧିକରୁ ଅଧିକ ଉତ୍ପାଦନ କରିବା ପାଇଁ କମ୍ପାନୀ କର୍ମଚାରୀମାନେ ତତ୍ପର ହେଉଛନ୍ତି ।

ବର୍ତ୍ତମାନ ବଜାରରେ ସିଙ୍ଗଲ ଫେଜ୍ ପ୍ରିପେଡ଼ ବିଦ୍ୟୁତ ମିଟର ଆଠ ହଜାର ଟଙ୍କାରେ ମିଳୁଛି । ଯଦି ଟିକିଏ ଭଲ ପ୍ରିପେଡ଼ ବିଦ୍ୟୁତ ମିଟରଟି କିଣିବା ପାଇଁ ଅନ୍ୟୁନ ପଚିଶ ହଜାର ଟଙ୍କା ଖର୍ଚ୍ଚ ହେବେ ।

ମାନ୍ୟବର ମନ୍ତ୍ରୀ ମହୋଦୟ କହିଲେ ଯେ, ଆଗାମୀ 2022 ମସିହା ସୁଦ୍ଧା ଭାରତର ସମସ୍ତେ ବିନା ଦ୍ଵିଧାରେ 24 ଘଣ୍ଟା ବିଦ୍ୟୁତ ବ୍ୟବହାର କରିପାରିବେ । କିନ୍ତୁ ପ୍ରତ୍ୟେକଙ୍କ ଘରକୁ ପ୍ରିପେଡ଼ ମିଟର ମାଧ୍ୟମରେ ହିଁ ବିଦ୍ୟୁତ ଯୋଗାଇ ଦିଆଯିବ । ବିନା ବିଦ୍ୟୁତ ପ୍ରିପେଡ଼ ମିଟରରେ ଯେଉଁମାନେ ବିଦ୍ୟୁତ ବ୍ୟବହାର କରିବେ ସେହିମାନଙ୍କୁ ଆର୍ଥିକ ଜୁରିମାନାରେ ଦଣ୍ଡିତ କରାଯିବ ଏବଂ ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯିବ ।

ସର୍ବସାଧାରଣ ଜନତା ନିଜ ମୋବାଇଲ ଫୋନ ଜରିଆରେ ବିଦ୍ୟୁତ ମିଟର ରିଚାର୍ଜ କରିବେ । ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କୁ ବିଲ୍ କଲେକ୍ସନ କରିବା ଓ ମିଟର ରିଡିଙ୍ଗ ଯାଞ୍ଚ କରିବା କାମରେ ଲଗାଯିବ ନାହିଁ ।