ନୂଆ ବର୍ଷ ଉପଲକ୍ଷେ ନୂଆ ଅଫର, 101ରେ ସ୍ମାର୍ଟ ଫୋନ !

Spread the love

ଟେଲିକମ ଜଗତର ବଡ କମ୍ପାନୀ Vivo ଇଣ୍ଡିଆ, ନୂଆ ବର୍ଷ ଓ ବଡ଼ଦିନ (କ୍ରିସମାସ) ଉପଲକ୍ଷେ ଏକ ସ୍ୱତନ୍ତ୍ର ଉପହାର ଦେଇଅଛି । ଯାହା ଦ୍ୱାରା ସମସ୍ତ ଭାରତୀୟମାନେ ମାତ୍ର 101 ଟଙ୍କାରେ ଦେଇ ସ୍ମାର୍ଟ ଫୋନ ନେଇ ପାରିବେ । ଏହି ଅଫର (offer) ଡିସେମ୍ବର 20 ତାରିଖରୁ ଆରମ୍ଭ ହୋଇ 2019 ଜାନୁଆରୀ 31 ପର୍ଯ୍ୟନ୍ତ ଚାଲୁ ରହିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, Vivo ର ଏହି ଅଫର କେବଳ ଅଫ୍ ଲଇନ୍ କଷ୍ଟମର ବା ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ ।

ଏହି ଓଫାର ମାଧ୍ୟମରେ ଗ୍ରାହକ ଅଫ୍ ଲଇନ୍ ଜରିଆରେ Vivoର ଯେ କୌଣସି ସ୍ମାର୍ଟ ଫୋନ କିଣି ପାରିବେ ମାତ୍ର 101 ଟଙ୍କା ଦେଇ । ସର୍ତ୍ତ କେବଳ ଏହା ଯେ, Vivo ଯେ କୌଣସି ଫୋନ କିଣିବେ, ତାହାର ମୂଲ୍ୟ 10,000ରୁ ଉର୍ଦ୍ଧ ଦେବା ଦରକାର । 101 ଟଙ୍କା ଦେଇ କିଣିବା ପରେ ବାକି ଟଙ୍କା ୬ଟି ଇ.ଏମ.ଆଇ. ଜରିଆରେ ପୈଠ କରିବେ ।

Vivo କମ୍ପାନୀ ଏହି ଓଫର ନିମନ୍ତେ ଖାସ୍ କରି ବଜାଜ୍ ଫାଇନସ୍, ଏଚ୍.ଡି.ଏଫ.ସି. ଏବଂ କ୍ୟାପିଟାଲ ଫାଷ୍ଟ ଜରିଆରେ ଗ୍ରାହକଙ୍କୁ ଏହି ସୁବିଧା ଦେଇଛି । 41 ଦିନର ବୈଧତା ଥିବା ଏହି ଅଫର 45 ହଜାରରୁ ଅଧିକ stall ବା ଦୋକାନରେ ଏହି ଉପଲବ୍ଧି ହୋଇଛି, ଆପଣଙ୍କ ଘର ନିକଟସ୍ଥ ଦୋକାନରୁ କିଣି ପାରିବେ । କେବଳ ଏତିକି ନୁହେଁ, ଏଚ୍.ଡି.ଏଫ.ସି. ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଯଦି କିଣୁଛନ୍ତି ତେବେ ଶତକଡା 5% Cash Back ମିଳିବ ଏବଂ 0% down paymentର ଅଫର ପାଇପାରିବେ ।

ଏହି ଅଫର ମଧ୍ୟରେ ବିଵୋ ସ୍ମାର୍ଟ ଫୋନର ଯେକୌଣସି ମୋଡେଲ ଯେପରି କି Vivo Nex, Vivo V11, Vivo V11 Pro, Vivo Y95, Vivo Y83 Pro, Vivo Y81 4G ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି କ୍ରୟ କରିପାରିବେ ।