କଣ ଆପଣଙ୍କ ସ୍ମରଣ ଶକ୍ତିର ଦୁର୍ବଳ କି ? ତେବେ ନିଶ୍ଚୟ ପଢନ୍ତୁ :- ଦୁର୍ବଳ ସ୍ମରଣ ଶକ୍ତିର କାରଣ, ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ

Spread the love

ଆଜିକାଲିର ଲୋକଙ୍କ ଜୀବନ ଶୈଳୀ ଏମିତି ହୋଇ ଗଲାଣି ଯେ, ଆମେ ନିଜେ ନିଜର ଧ୍ୟାନ ନେଇପାରୁ ନାହୁଁ । ଦିନସାରା ଖାଲି ଦୌଡା ଦୌଡ଼ି କାମ ଧନ୍ଦାରେ ବର୍ତ୍ତୀ ରହି ଦିନ ଅତିବାହିତ ହୋଇଯାଏ । ନିଜ ପାଇଁ ସମୟ ଦେବା ପାଇଁ ଆମ ପାଖରେ ସମୟ ନାହିଁ । ନିଜକୁ ଏମିତି ବ୍ୟସ୍ତ ରଖିବାର ପରିଣାମ ସ୍ୱରୂପ ଆଗାମୀ ଦିନରେ ଆମେ ବହୁତ ଗୁଡିଏ ରୋଗର ଶିକାର ହୋଇପାରିବା । କିନ୍ତୁ ଏହା ତୋ କିଛି ନୁହେଁ କହିଲେ ଚାଲେ କାରଣ ଏହାର ପ୍ରଭାବ ଆମର ମସ୍ତିଷ୍କକୁ ଭୋଗିବାକୁ ପଡିଥାଏ ।

ଆଜି ଆମେ ଏହି ପୋଷ୍ଟରେ ଆମ ମସ୍ତିଷ୍କ ଉପରେ ପଡୁଥିବା ପ୍ରଭାବ ମାନେ ଆମର ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଉ ଥିବାର କାରଣ ବିଷୟରେ ଆଲୋଚନା କରିବୁ । ଆଜି ଆମେ ଏହି ଆର୍ଟିକିଲରେ ଏହା ଜଣାଇବୁ ଯେ, ଆମେ କୌଣସି ରୋଗରେ ନ ପଡିବି ମଧ୍ୟ କାହିଁକି ଆମର ସ୍ମରଣ ଶକ୍ତି ଦିନକୁ ଦିନ କମି କମି ଯାଉଛି ? ବା କମ୍ ହେବାରେ ଲାଗିଥାଏ ? ଆପଣ ଦେଖିଥିବେ ଯେ ଆଜିକାଲି ବହୁତ କମ ବୟସର ଲୋକ ବହୁତ ଥକାପଣ ଓ ଦୁର୍ବଳ ସ୍ମରଣ ଶକ୍ତି ଥିବାର ନଜର ଆସିଥାଏ । କିନ୍ତୁ ଏହା ଏମିତି କାହିଁକି ହୋଇ ଥାଏ, ଏହା କ’ଣ ଆପଣ କେବେ ଚିନ୍ତା କରିଛନ୍ତି କି ..? ଆସନ୍ତୁ ଜାଣିବା ଏହି ବିଷୟରେ ଆଜି ଖାସ୍ ଖବର…

ସ୍ମରଣ ଶକ୍ତି ଦୁର୍ବଳ ହେବା କୌଣସି ସାମାନ୍ୟ କଥା ନୁହେଁ । ଯଦି କାହାର ସ୍ମରଣ ଶକ୍ତି ବିନା କୌଣସି କାରଣ ଥାଇ ଅଚାନକ ଦୁର୍ବଳ ହେବାକୁ ଲାଗିଥାଏ, ଏପରିକି ସେ କୌଣସି ଔଷଧର ସେବନ କରୁ ନ ଥିବେ, କିମ୍ବା ମସ୍ତିସ୍କ ଜନିତ କୌଣସି ରୋଗର ପ୍ରଭାବ ମସ୍ତିଷ୍କ ଉପରେ ପଡୁ ନ ଥାଏ, ତେବେ ଏହା ବହୁତ ବଡ ଗମ୍ଭୀର ସମସ୍ୟା ଅଟେ । ଏମିତି ହେବାର 2ଟି କାରଣ ହୋଇଥାଏ ।

1) ଅଳ୍ପ ନିଦ୍ରା ଓ ମାନସିକ ଚିନ୍ତା

2) ସମ୍ପୂର୍ଣ୍ଣ ଭାବରେ ପୋଷଣ ନ ମିଳିବା ଓ ଓମେଗା 3 ର ଅଭାବ କାରଣରୁ

ଯଦି ଆପଣଙ୍କୁ ଠିକ ଭାବରେ ନିଦ ହେଉ ନାହିଁ, ତେବେ ଆପଣଙ୍କର ମସ୍ତିଷ୍କକୁ ଶାନ୍ତି ମିଳି ପାରି ନ ଥାଏ । କେବଳ ଏତିକି ନୁହେଁ ମସ୍ତିଷ୍କକୁ ଶାନ୍ତି ନ ମିଳିବ ସ୍ଵତ୍ତ୍ୱେ ମଧ୍ୟ ଆପଣ ଅହରହ କାର୍ଯ୍ୟ କରି ଚାଲନ୍ତି ଯେଉଁଥି କାରଣରୁ ଆପଣଙ୍କର ମସ୍ତିଷ୍କ କାର୍ଯ୍ୟ କରିବାର କ୍ଷମତା ଦିନକୁ ଦିନ କମିବାରେ ଲାଗିଥାଏ ଏହା ସଂଗେ ସଂଗେ ଆପଣଙ୍କର ସ୍ମରଣ ଶକ୍ତି ମଧ୍ୟ କମ୍ ହେବାରେ ଲାଗିଥାଏ ।

ବହୁତ ଥର ଏମିତି ହୋଇଥାଏ ଯେ, ଆମେ ଖାଦ୍ୟପେୟରେ ବହୁତ ଅବହେଳା କରି ଥାଉ ଯେମିତିକି ଘିଅ ନ ଖାଇବା, ଶୁଖିଲା ଫଳ ସେବନ ଜମାରୁ ନ କରିବା ଆହୁରି ଏମିତି ବହୁତ କିଛି କରିଥାଉ । ଆଜିକାଲି ଖାଦ୍ୟପେୟରେ ବହୁତ ଅପମିଶ୍ରଣ ଆସୁଅଛି, ସେଥିପାଇଁ ଆମକୁ ପୋଷଣ ଠିକ ଭାବରେ ମିଳି ପାରୁନାହିଁ ଯାହାର ଫଳ ସ୍ୱରୂପ :- ଆମର ମସ୍ତିଷ୍କ ଦୁର୍ବଳ ହେବାରେ ଲାଗିଥାଏ ।

ଏଥିପାଇଁ ଭରପୁର ନିଦ୍ରା ଯାଆନ୍ତୁ । ନିୟମିତ ଭାବରେ ଓ ଠିକ ସମୟରେ ଖାଦ୍ୟପେୟ ଖାଆନ୍ତ ଏବଂ ନିଜେ ନିଜର ଧ୍ୟାନ ରଖନ୍ତୁ । ସ୍ୱାସ୍ଥ୍ୟ ରୁହନ୍ତୁ…. ସଜାଗ ରୁହନ୍ତୁ… । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ହାତରେ ।