ପ୍ରତ୍ୟେକ ଦିନ ରାତି ୧୨ଟା ପରେ ଶୋଉଛନ୍ତି କି ? ତେବେ ଏହି ଖବର ନିଶ୍ଚୟ ପଢନ୍ତୁ ।

Spread the love

ଆଜିକାଲିର ଯୁବପିଢି ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି । କିଏ ପାଠ ପଢାପଢି କରନ୍ତି ତ କିଏ ନିଜ କାମ କରିଥାଏ ଓ ଅନ୍ୟ କିଛି ଲୋକ ମୋବାଇଲ ବ୍ୟବହାର କରିଥାନ୍ତି । କିନ୍ତୁ ଗୋଟିଏ ଅନୁସନ୍ଧାନ କରିବା ପରେ, ଗୋଟିଏ ମଜାଦାର ବିଷୟ ଜଣାପଡ଼ିଲା; ଯାହାକୁ ଆମେ ଆପଣଙ୍କୁ ଏବେ କହିବାକୁ ଯାଉଛୁ । ରାତି ୧୨ଟା ପରେ ଶୋଇବା ଲୋକମାନେ ଅନ୍ୟଙ୍କଠାରୁ କିଛି ଅଲଗା ହୋଇଥାନ୍ତି, ଆସନ୍ତୁ ଆମେ ଏ ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

ରାତିରେ ବିଳମ୍ବରେ ଶୋଇବା ଲୋକଙ୍କ ମସ୍ତିଷ୍କ କାମ କରିବାରେ ଦ୍ରୁତ ଓ ଶକ୍ତିଶାଳୀ ହୋଇଥାଏ :

ଏହି ଅନୁସନ୍ଧାନ କରିବା ପରେ ଗୋଟିଏ ବିଷୟ ସାମ୍ନାକୁ ଆସିଲା କି, ଯେଉଁମାନେ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ହୋଇ ରହିଥାନ୍ତି, ସେମାନଙ୍କ ମସ୍ତିଷ୍କର ଆକାର ବଡ଼ ହୋଇଥାଏ ଓ ଯେଉଁମାନେ ରାତିରେ ଶୀଘ୍ର ଶୋଇଥାନ୍ତି, ସେମାନଙ୍କ ମସ୍ତିଷ୍କର ଆକାର ଅନ୍ୟମାନଙ୍କ ଠାରୁ ଅଳ୍ପ ଛୋଟ ହୋଇଥାଏ । ସେହି ଅନୁସନ୍ଧାନ କରିବା ପରେ ଏହାମଧ୍ୟ ଜଣାପଡ଼ିଛି ଯେ, ରାତିରେ ଅଧିକ ସମୟ ଅନିଦ୍ରା ହୋଇ ରହିବା ଦ୍ୱାରା ଏକାଗ୍ରତା ଶକ୍ତି ଅଧିକ ଥାଏ ଓ ସେମାନେ ରାତିରେ ଯେକୌଣସି ପ୍ରକାରର କାମ ଧ୍ୟାନରେ କରିପାରନ୍ତି ।

ରାତିରେ ଅଧିକ ସମୟ ଅନିଦ୍ରା ପାଠ ପଢ଼ୁଥିବା ଅଧିକାଂଶ ବିଦ୍ୟାର୍ଥୀମାନଙ୍କ ମସ୍ତିଷ୍କ ବହୁତ ତୀକ୍ଷଣ ହୋଇଥାଏ ଓ ବହୁତ ଦ୍ରୁତରେ କାମ କରିଥାଏ ଏବଂ ଏଭଳି ବିଦ୍ୟାର୍ଥୀମାନେ ପରୀକ୍ଷାରେ ଅଧିକ ନମ୍ବର ରଖିଥାନ୍ତି । ଯଦି ଆପଣ ମଧ୍ୟ ନିଜ ମସ୍ତିଷ୍କକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି, ତେବେ ଆପଣ ମଧ୍ୟ ରାତିରେ ପଢ଼ିବା ଆରମ୍ଭ କରିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କର ଆକାର ବଢିଥାଏ; ଯାହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଶକ୍ତିଶାଳୀ ହେବା ସହ ମସ୍ତିଷ୍କ ଦ୍ରୁତ ଗତିରେ କାମ କରିଥାଏ ।

ରାତିରେ ଅଧିକ ସମୟ ଅନିଦ୍ରା ହୋଇ ରହିବା ପ୍ରଥମେ କଷ୍ଟ ଲାଗିଥାଏ, କିନ୍ତୁ ପ୍ରୟାସ କରିଲେ ଅଳ୍ପ ଦିନରେ ଏହା ଆପଣଙ୍କ ପାଇଁ ଏକ ସରଳ କାମ ରୂପେ ପରିବର୍ତ୍ତନ ହୋଇଯିବ । ଦେଖିବେ ଆପଣ ମଧ୍ୟ ସଫଳ ହାସଲ କରିଥିବା ବିଦ୍ୟାର୍ଥୀଙ୍କ ଭଳି ପରିବର୍ତ୍ତନ ନିଶ୍ଚୟ ହେବେ । କାରଣ ମସ୍ତିଷ୍କ ଶକ୍ତିଶାଳୀ ହେଲେ ସେ ସବୁକିଛି ହାସଲ କରିହୁଏ ।