ପିତାଙ୍କ ଶବ ପାଖରେ ରାତିସାରା ବସି ଝିଅଟି ପଢୁ ଥିଲା । ତା’ପରା ଦିନ ସକାଳୁ ବୋର୍ଡ ପରୀକ୍ଷା ଦେଇଥିଲା ।

Spread the love

ପ୍ରଣତିର ପିତା କର୍କଟ ଯୋଗୁଁ ମୃତ୍ୟୁବରଣ କରିଥିଲେ । ପ୍ରଣତି ସାରାରାତି ପିତାଙ୍କ ଶବ ପାଖରେ ବସି ପାଠ ପଢୁଥିଲା । ପିତାଙ୍କ ଗୋଟିଏ କଥା ସାହସ ଯୋଗାଇଥିଲା ।

ଶିକ୍ଷା ହାସଲ କରିବା ପାଇଁ ଲୋକେ କଣ କଣ ସବୁ ନ କରନ୍ତି । ପ୍ରକୃତ ଶିକ୍ଷା ଏସିରେ ବସି ଏବଂ ସମ୍ପୂର୍ଣ ସୁଖସମୃଦ୍ଧିରେ ପ୍ରାପ୍ତ ହୋଇନଥାଏ । ପ୍ରକୃତ ଶିକ୍ଷା ସେହି ଲୋକେ ପ୍ରାପ୍ତି କରିଥାନ୍ତି, ଯେଉଁମାନଙ୍କ ମଧ୍ୟରେ ଶିକ୍ଷା ଗ୍ରହଣ କରିବାର ମନୋବଳ ଓ ଇଚ୍ଛା ଶକ୍ତି ରହିଥାଏ । ଆପଣ ଦେଖିଥିବେ ଇୟୁପିଏସସି ଏବଂ ଏସଏସସି ପରୀକ୍ଷା ପାସ କରିବା ପାଇଁ ଛାତ୍ରମାନେ ସର୍ବଦା ଗରିବ ଘରୁ ଆସିଥାନ୍ତି । ଆପଣ ସେହି କାହାଣୀ ପଢିଥିବେ, କେଉଁଭଳି ରୂପରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଶିକ୍ଷା ଗ୍ରହଣ କରିବା ପାଇଁ ଷ୍ଟ୍ରିଟ ଲାଇଟ ତଳେ ବସି ପଢୁଥିଲେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି; ଶିକ୍ଷା ଗ୍ରହଣ ପାଇଁ କେହି ଏତେ ପରିମାଣରେ ପାଗଳ ହୋଇଯାନ୍ତି ଯେ, ସେ ସାରାରାତି ଏକ ଶବ ପାଖରେ ବସି ପାଠ ପଢ଼ିଥାଏ । କିଛି ଲୋକଙ୍କ ପାଇଁ ଶିକ୍ଷା ଗ୍ରହଣ କରିବା ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଥାଏ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ ଅବଗତ କରାଇବୁ ଯାହା ଶୁଣିବା ପରେ ଆପଣଙ୍କ ହୃଦୟ କମ୍ପି ଉଠିବ । ଏହି ଘଟଣା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଅଟେ । ମହାରାଷ୍ଟ୍ରର ଜଣେ ଝିଅ ଏହିପରି ଏକ ଉଦାହରଣ ସୃଷ୍ଟି କରିଛି ଯେ, ଆପଣ କିଛି ସମୟ ପାଇଁ ଚିନ୍ତାରେ ପଡିଯିବେ ।

କର୍କଟ ଯୋଗୁଁ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା :

ଭଣ୍ଡାରା ଜିଲ୍ଲାର ଖେରୀ ନିବାସୀ ପ୍ରଣତି ଖେମରାଜ ମେଶ୍ରାମ ସାରାରାତି ନିଜ ପିତାଙ୍କ ଶବ ପାଖରେ ବସି ପାଠ ପଢୁଥିଲା । ପ୍ରଣତି ନା କେବଳ ପଢୁଥିଲା ବରଂ ସକାଳେ ଦଶମ ବୋର୍ଡ ପରୀକ୍ଷା ମଧ୍ୟ ଦେଇଥିଲା । କହିବା ପାଇଁ ଚାହୁଁଛୁ; ପ୍ରଣତି ଭଣ୍ଡାରା ଡକ୍ଟର ବାବା ସାହେବ ଆମ୍ବେଦକର ବିଦ୍ୟାଳୟ ଲଖୁଣ୍ଡରରେ ୧୦ମ ଶ୍ରେଣୀର ଛାତ୍ରୀ ଥିଲେ । ପ୍ରଣତିର ପିତାଙ୍କ ମୃତ୍ୟୁ ୪ ମାର୍ଚ୍ଚରେ କର୍କଟ ଯୋଗୁଁ ହୋଇ ଯାଇଥିଲା ।

କହିବା ପାଇଁ ଚାହୁଁଛୁ, ପ୍ରଣତିର ପିତା ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମରେ କାର୍ଯ୍ୟରତ ଥିଲେ । ପ୍ରଣତିର କହିବା ଅନୁସାରେ ଆଜି ମଧ୍ୟ ପ୍ରଣତିକୁ ନିଜ ପିତାଙ୍କ କଥା ମନେ ଅଛି । ନିଜ ପିତାଙ୍କ କଥା ମନେ ପକାଇ ପ୍ରଣତି କହିଛି, ପାପା କହୁଥିଲେ ଶିକ୍ଷା ହିଁ ବ୍ୟକ୍ତିର ଭାଗ୍ୟ ଏବଂ ଭବିଷ୍ୟରେ ପରିବର୍ତ୍ତନ ଆଣିଥାଏ । ପ୍ରଣତିର ପରିବାରରେ ପିତାଙ୍କ ବ୍ୟତୀତ ମାଆ ଏବଂ ଜଣେ ଭାଇ ମଧ୍ୟ ରହୁଛନ୍ତି । ପିତାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଣତି ଉପରେ ନ୍ୟସ୍ତ ହୋଇଛି ।

ଶିକ୍ଷକ ଘରକୁ ଆସି ପ୍ରଣତିର ସାହସ ବୃଦ୍ଧି କରିଥିଲେ :

ଯେତେବେଳେ ସ୍କୁଲରେ ସମସ୍ତଙ୍କୁ ଜଣା ପଡିଥିଲା, ପ୍ରଣତିର ପିତାଙ୍କ ମୃତ୍ୟୁ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚର୍ଯ୍ୟ ଏସ.କେ. ଖୋବରଗଡେ, ପର୍ଯ୍ୟବେକ୍ଷକ ଆରଏମ ମୁଲେ, ଶିକ୍ଷକ ସଞ୍ଜୟ ପ୍ରଧାନ ଏବଂ ଏସଡ଼ବ୍ଲ୍ୟୁ ଦିବାତେ ପ୍ରଣତି ଘରକୁ ଆସିଥିଲେ । ଶିକ୍ଷକମାନେ ଏହି ସଙ୍କଟ ପରିସ୍ଥିତିରେ ସମ୍ବେଧନା ପ୍ରକଟ କରି ପ୍ରଣତିକୁ ସାହସ ପ୍ରଦାନ କରିଥିଲେ । ସେମାନେ ପ୍ରଣତିର ସାହସ ବଢ଼ାଇ ପିତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ କହିଥିଲେ । ଏହାପରେ ପ୍ରଣତି ପିତାଙ୍କ ଶବ ପାଖରେ ବସି ପଢିଥିଲା ଏବଂ ସକାଳେ ପରୀକ୍ଷା ଦେଇଥିଲା । ପ୍ରଣତିକୁ ସକାଳେ ଇଂରାଜୀ ପରୀକ୍ଷା ଦେବାର ଥିଲା । ରାତିସାରା ଶବ ପାଖରେ ବସି ପଢିବା ପରେ ସକାଳେ ସ୍କୁଲକୁ ଯାଇଥିଲା ଏବଂ ନିଜର ପରୀକ୍ଷା ଦେଇଥିଲା ଏବଂ ପରେ ଘରକୁ ଆସି ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲା ।

ସୌଜନ୍ୟ : https://www.newstrend.news