କଣ ଆପଣ ଜାଣନ୍ତି କି, ସୀତା ମାତା କେଉଁ ଚାରି ଜଣଙ୍କୁ ସାପ୍ୟ ଦେଇଥିଲେ ଓ କାହିଁକି ଦେଇଥିଲେ ?

Spread the love

ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଦେବୀ, ରାଜା ଦଶରଥଙ୍କ ମୃତ୍ୟୁ ପରେ ପିଣ୍ଡ ଦାନ କରିବାପାଇଁ ବିହାରରେ ଅବସ୍ଥିତ ଗୟାକୁ ଯାଇଥିଲେ । ସେହି ସମୟରେ କିଛି ଏଭଳି ଘଟଣା ଘଟିଲା ଯାହା ଯୋଗୁଁ ମାତା ସୀତା ସେହି ଚାରି ଜଣଙ୍କୁ ସାପ୍ୟ ଦେଇଥିଲେ । ତାହାର ପ୍ରଭାବ ଆଜି ପର୍ଯ୍ୟନ୍ତ ପଡୁଛି । ସେହି ଚାରି ଜଣ ବ୍ୟକ୍ତି କିଏ ଓ ମାତା ସୀତା କାହିଁକି ଅଭିଶାପ ଦେଇଥିଲେ ? ଆସନ୍ତୁ ଏବେ ଆମେ ଏହି ବିଷୟରେ ସମ୍ପୂର୍ଣ ରୁପେ ଜାଣିବା ।

ବୌଦ୍ଧଗୟା ପହଞ୍ଚିବା ପରେ ପ୍ରଭୁ ରାମଚନ୍ଦ୍ର ଓ ତାଙ୍କ ଭାଇ ଲକ୍ଷ୍ମଣ ପିଣ୍ଡ ଦାନ ପାଇଁ ସବୁ ସାମଗ୍ରୀ ଆଣିବା ପାଇଁ ଗଲେ । କିନ୍ତୁ ଦୁହେଁ ଆସିବାର ଡେରି ହେବା କାରଣରୁ ପିଣ୍ଡ ଦାନ କରିବାର ଅତିବାହିତ ହେବାକୁ ଲାଗୁଥିଲା । ସେତେବେଳେ ହଠାତ ରାଜା ଦଶରଥ ସ୍ୱୟଂ ଦର୍ଶନ ଦେଲେ ଓ ପିଣ୍ଡ ଦାନ କରିବା ପାଇଁ କହିଲେ । ରାଜା ଦଶରଥ କହିଲେ କି ମୋତେ ବହୁତ ଭୋକ ଲାଗୁଛି ।ସେତେବେଳେ ମାତା ସୀତା କହିଲେ କି ଆପଣଙ୍କ ପୁଅ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଯାହା ଦ୍ୱାରା ଆମେ ସବୁ ଚାଉଳ ରାଶିର ପିଣ୍ଡ କରି ଆପଣଙ୍କୁ ଦେଇପାରିବୁ । କିନ୍ତୁ ରାଜା ଦଶରଥ ପ୍ରତୀକ୍ଷା କରିବା ପାଇଁ ମନା କରିଦେଲେ ଓ ସୀତା ମାତାଙ୍କୁ କହିଲେ କି ଫାଲ୍-ଗୁନ ନଦୀର ବାଲିକୁ ପିଣ୍ଡ କରି ଦାନ କରିବାକୁ କହିଲେ । ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣ ଫେରିବା ପୂର୍ବରୁ ମାତା ସୀତା ପିଣ୍ଡ ଦାନର ସମସ୍ତ କାର୍ଯ୍ୟ ସମ୍ପୂର୍ଣ କରି ଦେଇଥିଲେ । ପିଣ୍ଡ ଦାନ ହେଉଥିବା ସମୟରେ, ସାକ୍ଷୀ ରୁପେ ସେଠାର ବିଦ୍ୟମାନ ଥିବା ବରଗଛ, ଗାଇ, ଫଲ୍-ଗୁନ ନଦୀ, ତୁଳସୀ ଗଛ ଓ ଗୋଟିଏ ବ୍ରାହ୍ମଣ ଥିଲେ । ଯେତେବେଳେ ଭଗବାନ ରାମ ଓ ଲକ୍ଷ୍ମଣ ପହଞ୍ଚିଲେ, ପିଣ୍ଡ ଦାନ ବିଷୟରେ ପଚାରିଲେ, ମାତା ସୀତା ସମୟର ମହତ୍ତ୍ୱ ବୁଝାଇ କହିଲେ କି, ମୁଁ ନିଜେ ପିଣ୍ଡ ଦାନ କରିଦେଲି ।

ଏହିକୁ ଦୁଇ ଭାଇ ଅର୍ଥ ପ୍ରଭୁ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ବିଶ୍ୱାସ କରିଲେ ନାହିଁ ! ତେଣୁ ଏହାର ସତ୍ୟତା ପ୍ରମାଣିତ କରିବା ପାଇଁ ସେହି ପାଞ୍ଚ ଜଣଙ୍କ ପାଖକୁ ନେଲେ ଯେଉଁମାନେ ସାକ୍ଷୀ ରୂପରେ ବିଦ୍ୟମାନ ଥିଲେ । ସେଠାରେ ଥିବା ବରଗଛକୁ ଛାଡ଼ି ଅନ୍ୟ ଚାରି ଜଣ ସୀତା ମାତାଙ୍କ କଥାକୁ ଅସତ୍ୟ କହିଲେ । କିନ୍ତୁ ବର ଗଛ ଜଣେ ହିଁ ସୀତା ମାତାଙ୍କ କଥାକୁ ସତ୍ୟ ବୋଲି କହିଥିଲେ । ପରିଶେଷରେ ଦଶରଥଙ୍କ ଆତ୍ମା ପ୍ରକଟ ହୋଇ କହିଲେ କି ସୀତା ପିଣ୍ଡ ଦାନ କରିଲେ । ସେତେବେଳେ ସୀତା ମାତାଙ୍କ ସତ୍ୟତା ସିଦ୍ଧ ମଧ୍ୟ ହେଲା । ମାତା ସେହି ଚାରି ଜଣଙ୍କ ଉପରେ ବହୁତ କ୍ରୋଧ ହେଲେ ଓ ଫଲ୍-ଗୁନ ନଦୀକୁ ସାପ୍ୟ ଦେଲେ କି:

ଗୟାର ନଦୀ ମାଟି ତଳେ ହିଁ ବହିବ ଓ ନଦୀ ଉପରେ ସବୁବେଳେ ଶୁଖିଲା ରହିବ ।

ଗାଈକୁ ସାପ୍ୟ ଦେଲେ କି ଗାଈକୁ ସମସ୍ତେ ପୁଜା କରିବେ କିନ୍ତୁ ଖାଇବା ପାଇଁ ବାସି ଖାଦ୍ୟ ମିଳିବ ।

ତୁଳସୀ ଗଛକୁ ସାପ୍ୟ କହିଲେ, ଗୟାରେ ତୁଳସୀ ଗଛ ରହିବ ନାହିଁ !

ଶେଷରେ ବ୍ରାହ୍ମଣକୁ ସାପ୍ୟ ଦେଲେ ଯେ, ଗୟାରେ ବ୍ରାହ୍ମଣ ସବୁବେଳେ ଦରିଦ୍ରତାରେ ଜୀବନଯାପନ କରିବେ । ଯାହାକି ସେଠାର ବ୍ରାହ୍ମଣ ଆଜି ପର୍ଯ୍ୟନ୍ତ ମାତା ସୀତାଙ୍କ ସାପ୍ୟରୁ ମୁକ୍ତି ମିଳିପାରି ନାହିଁ !

ଅନ୍ତିମରେ ସୀତା ମାତା ବର ଗଛକୁ ବରଦାନ ଦେଲେ ଓ କହିଲେ ଗୟାରେ ଯେଉଁମାନେ ପିଣ୍ଡ ଦାନ କରିବାକୁ ଆସିବେ ସେମାନେ ତୁମକୁ ବି ପିଣ୍ଡ ଦାନ କରିବେ ।

ଏହିପରି ପୌରାଣିକ ଓ ନୀତିଶିକ୍ଷା ଉପରେ ଆଧାରିତ ଆନୁଛେଦ ପାଇବା ପାଇଁ Follow Bottom କୁ Click କରନ୍ତୁ ! !! ଧନ୍ୟବାଦ !!