ଦିଅରଙ୍କୁ ନିଜ ବଶବର୍ତ୍ତୀ କରିବା ପାଇଁ ଭାଉଜ କରୁଥିଲେ ଏହି କାମ । ଥରେ ଯାହା ହୋଇଥିଲା….

Spread the love

ଦିଲ୍ଲୀ ପୋଲିସ ଡେହରାଡୁନର ଜଣେ ବ୍ୟକ୍ତିକୁ ଗିରଫ କରିଛି, ଯିଏ ନିଜ ଭାଉଜର ହତ୍ୟା କରି ଭାଉଜକୁ ମୃତ ଭାବି ଫେରାର ହୋଇ ଯାଇଥିଲା । ଦିଲ୍ଲୀ ପୋଲିସ ଅନୁସାରେ, ଆରୋପୀର ନାମ ଅର୍ଜୁନ ଅଟେ ଏବଂ ଆରୋପୀ ନିଜ ଭାଉଜ ସହ ଲିଭିଇନ୍ ସମ୍ପର୍କରେ ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଥିଲା । ପୀଡିତ ମହିଳା ଆରୋପୀର ବଡ ଭାଇର ପତ୍ନୀ ଥିଲା ।

୨୨ ଜୁନରେ ପୋଲିସ ଦଳକୁ ସୂଚନା ମିଳିଥିଲା ଯେ, ନରେଲା ଔଧଗିକ କ୍ଷେତ୍ରରେ ଏକ ମହିଳା ଆଘାତିତ ଅବସ୍ଥାରେ ଅଛନ୍ତି । ଘଟଣା ସ୍ଥଳରେ ପହଁଚି ଥିବା ପୋଲିସ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚିଥିଲେ । ଯାଞ୍ଚ ସମୟରେ ଜଣା ପଡିଥିଲା କକ୍ଷରେ ଏକ ମୋବାଇଲ ଫୋନର ବକ୍ସ ମିଳିଥିଲା, ଯେଉଁଥିରେ IMEI ନମ୍ବର ଲେଖା ହୋଇଥିଲା । ସେହି ନମ୍ବର ଯାଞ୍ଚ କରିବା ଫଳରେ ଜଣା ପଡିଥିଲା, ଏହି ନମ୍ବରର ଏକ ମୋବାଇଲ ଫୋନ ବ୍ୟବହାର କରାଯାଉଛି ପରେ ଟ୍ରାକ କରିବା ପରେ ଜଣା ପଡିଥିଲା ନମ୍ବରଟି ଡେହରାଡୁନରେ ସକ୍ରିୟ ଅଛି ।

ପୋଲିସ ସେହି ନମ୍ବରକୁ ଟ୍ରାକ କରି ବ୍ୟକ୍ତିର ତଲାସୀ ଆରମ୍ଭ କରିଥିଲେ । ଫୋଟ ପାଖ ପୋଡଶୀଙ୍କୁ ଦେଖାଇ ପଚାରିଥିଲେ, ତେବେ ଯାଇ ଜଣା ପଡିଥିଲା; ସେହି ବ୍ୟକ୍ତିର ନାମ ହେଉଛି ଅରୁଣ । ଆରୋପୀ ପଡ଼ୋଶୀଙ୍କୁ ଭୁଲ ନାମ କହିଥିଲା । ଯାଞ୍ଚ ପରେ ପୋଲିସ ଅରୁଣକୁ ଡେହରାଡୁନ ସ୍ଥିତ ତାର ଭଉଣୀ ଘରୁ ଗିରଫ କରିଥିଲା ।

ଆରୋପୀ ପୋଲିସକୁ କହିଛି, ସେ ନିଜ ଭାଇର ପତ୍ନୀଙ୍କ ସହ ଲିଭଇନ ସମ୍ପର୍କରେ ରହୁଥିଲା କିନ୍ତୁ ସେ ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଚାହୁଁ ନ ଥିଲା । ଏହି କାରଣରୁ ୨୨ ଜୁନରେ ସେ ନିଜ ଭାଉଜର ମୁଣ୍ଡରେ ଏକ ବଡ଼ ପଥରରେ ଆଘାତ କରିଥିଲା । ଯେତେବେଳେ ଆରୋପୀକୁ ଲାଗିଥିଲା ଭାଉଜର ମୃତ୍ୟୁ ହୋଇ ଯାଇଛି; ସେ ସେଠାରୁ ଫେରାର ହୋଇଯାଇ ଥିଲା । ମୂଳ ରୂପରେ ଅରୁଣ ବିହାରର ଆରା ଅଞ୍ଚଳର ବସିନ୍ଧା ଅଟେ ଏବଂ ଆଘାତ ପାଇଥିବା ରିତା ସମ୍ପର୍କରେ ଆରୋପୀର ଭାଉଜ ଅଟେ ।

ଆରୋପୀ କହିଥିଲା, ଭାଉଜ ତାକୁ ପ୍ରେମ ସମ୍ପର୍କରେ ଛନ୍ଦି ହେବା ପାଇଁ କୌଣସି ତାନ୍ତ୍ରିକ ମାଧ୍ୟମରେ ମୋତେ ବଶବର୍ତ୍ତୀ କରିବା ପାଇଁ ଚାହୁଁଥିଲା । ଏହିପରି କରିବା ପାଇଁ ସେ ମୋର ଖାଦ୍ୟରେ ନିଜର ରକ୍ତ ମିଶାଇଥିଲେ । ଆରୋପୀ କହିଛି; ଏହିପରି କାର୍ଯ୍ୟକୁ ମୁଁ ଘୃଣ୍ୟ ମନେ କରିବା କାରଣରୁ ମୁଁ ଏହି ହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲି ।