ଜୀବନରେ ହେବାକୁ ଯାଉଥିବା କିଛି ଘଟଣା ସଂକେତ ପ୍ରଦାନ କରିଥାଏ ଯେ, ଆମ ସହିତ ଭଲ ହେବ ନା ଖରାପ !

Spread the love

ମନୁଷ୍ୟ ଜୀବନରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟିଥାଏ ଯାହାକୁ ଦେଖି କେତେବେଳେ ଆମକୁ ଖୁସି ଅନୁଭବ ହୋଇଥାଏ ତ ଆଉ କେତେବେଳେ ଆମର ଆଖପାଖର ଘଟଣା ଆମକୁ ଅସାମାନ୍ୟ ଲାଗିଥାଏ । ଏମିତି ଯଦି ଦେଖାଯାଏ, ତେବେ ଆଜିକାଲିର ପରିସ୍ଥିତିରେ ସମସ୍ତେ ନିଜ ଜୀବନର ବ୍ୟସ୍ତ ରୁହନ୍ତି । କାହା ପାଖରେ ଏତେ ସମୟ ନଥାଏ ଯେ, ସେମାନେ ସମସ୍ତ ଘଟଣା ବିଷୟରେ ଚିନ୍ତା କରିବେ । ସେଥିପାଇଁ ଅନେକ ଥର ଏମିତି ହୋଇଥାଏ ଯେ, ଆମ ଆଖପାଖରେ କିଛି ଏମିତି ଘଟଣା ଘଟିଯାଏ ଯାହାକୁ ଆମେ ଅଣଦେଖା କରିଦେଉ କିନ୍ତୁ ଆମେ ଏହି କଥାକୁ ଜାଣି ନଥାଉ ଯେ, ଏହି ଘଟଣା ଗୁଡିକୁ ଅଣଦେଖା କରି ଆମେ ନିଜକୁ ଏବଂ ନିଜ ପରିବାର ପାଇଁ ସମସ୍ୟା ସୃଷ୍ଟି କରିଦେଉ । ମନୁଷ୍ୟର ଆଖପାଖରେ ହେବାକୁ ଥିବା ଘଟଣା ଗୁଡିକର କିଛି ନା କିଛି ଅର୍ଥ ନିଶ୍ଚୟ ହୋଇଥାଏ; ଯାହାର ପ୍ରଭାବ ଆମ ଜୀବନ ଉପରେ ନିଶ୍ଚିତ ରୂପରେ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏମିତି ହିଁ ଘଟଣା ବିଷୟରେ କହିବୁ ଯାହା ସଂକେତ ଦେଇଥାଏ ଯେ, ଆଗାମୀ ଦିନରେ ଆପଣଙ୍କ ସହ ଶୁଭ ହେବ ନା ଅଶୁଭ ହେବ ।

ଆସନ୍ତୁ ଜାଣିବା ଏହି ବିଷୟରେ –

ହାତରୁ ଖାଦ୍ୟ ଖସି ପଡିବା :- ଯଦି ଘରର ଗୃହଲକ୍ଷ୍ମୀଙ୍କ ହାତରୁ ଭୋଜନ ଖସି ପଡ଼େ; ତେବେ ଏହା ସଂକେତ ଦେଇଥାଏ ଯେ ଆଗାମୀ ଦିନରେ ଆପଣଙ୍କ ପାଇଁ କିଛି ଖରାପ ହେବାକୁ ଯାଉଛି । ମହିଳାଙ୍କ ହାତରୁ ବାରମ୍ବାର ଖାଦ୍ୟ ଖସି ପଡିବା ଅର୍ଥ ଦାରିଦ୍ରତା ଆସିବାର ସଂକେତ ଦେଇଥାଏ । ସେଥିପାଇଁ ସମୟ ପୂର୍ବରୁ ସାବଧାନ ହୋଇଯାଆନ୍ତୁ ।

କ୍ଷୀର ପଡିବା :- ଯଦି ଆପଣଙ୍କ ରୋଷେଇ ଘରେ ଗ୍ୟାସ ଉପରେ କ୍ଷୀର ଗରମ କରୁଥିବେ କିମ୍ବା ଅନ୍ୟ କୌଣସି କାରଣରୁ କ୍ଷୀର ଯଦି ବାରମ୍ବାର ଭୂମି ଉପରେ ପଡୁଥାଏ; ତେବେ ଏହାର ସଂକେତ ଭଲ ହୋଇ ନଥାଏ । ଯଦି ଏହି ଘଟଣା ଆପଣଙ୍କ ସହିତ ହେଉଛି; ତେବେ ଏହାଦ୍ଵାରା ଆପଣଙ୍କ ଘରେ ଦୁଃଖ କ୍ଳେଶ ହେବାର ସମ୍ଭାବନା ହୋଇଥାଏ ।

ବେଲଣ ପିଢ଼ା ଭାଙ୍ଗିଯିବା :- ଯଦି ଆପଣଙ୍କ ରୋଷେଇ ଘରେ ହଠାତ କରି ଆପଣଙ୍କର ବେଲଣ ପିଢ଼ା ଭାଙ୍ଗିଯାଏ; ତେବେ ଏମିତି ହେବା ଅଶୁଭ ବୋଲି ଧରାଯାଏ । ଏହା ଏହି କଥାର ସଂକେତ ଦେଇଥାଏ ଯେ, ଆଗାମୀ ଦିନରେ ଆପଣଙ୍କ ଘରେ ଦାରିଦ୍ରତା ଆସିବାର ସମ୍ଭାବନା ରହିଛି ।

ପକ୍ଷୀ ବସା କିମ୍ବା ମହୁ ମାଛି ବସା :- ଏମିତି ଧାରାଯାଏ ଯେ, ଯଦି ଆପଣଙ୍କ ଘରେ କୌଣସି ପାର ବସା କରେ କିମ୍ବା ମହୁମାଛି ଘର କରିଛି; ତେବେ ଏହା ଭଲ ସଂକେତ ନୁହେଁ ।

ବୁଡ଼ିଆଣି ଜାଲ :- ଯଦି ଆପଣଙ୍କ ଘରେ ବୁଡ଼ିଆଣିର ଜାଲ ହୋଇଛି; ତେବେ ଏହାକୁ ଅଶୁଭ ସଙ୍କେତ ବୋଲି ଧାରାଯାଏ । ଏହା ଏହି କଥାର ସଂକେତ ଦେଇଥାଏ ଯେ, ଏହାଦ୍ଵାରା ଧନଲାଭ ମାର୍ଗରେ ବାଧା ଉପୁଜି ଥାଏ ।

ଭଙ୍ଗା ଦର୍ପଣ :- ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା, ତେବେ ଘରେ ଭଙ୍ଗା ଦର୍ପଣକୁ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଘରକୁ ନକରାତ୍ମକ ଉର୍ଜ୍ଜା ଆସିଥାଏ । ଯଦି ଆପଣଙ୍କ ଘରେ ମଧ୍ୟ ଭଙ୍ଗା ଦର୍ପଣ ରହିଛି; ତେବେ ତୁରନ୍ତ ତାକୁ ବାହାର କରିଦିଅନ୍ତୁ ।

ଚମଚଟିଆ ଆସିବା :- ଯଦି ଆପଣଙ୍କ ଘରକୁ ଭୁଲରେ ମଧ୍ୟ ଚମଚଟିଆ ପ୍ରବେଶ କରେ; ତେବେ ଏହାକୁ ଅଶୁଭ ବୋଲି ଧରାଯାଏ । ଏହି ଘଟଣାର ଅର୍ଥ ଏହା ସଂକେତ ଦେଇଥାଏ ଯେ, ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଛି ।

ଘରେ ନିଆଁ ଲାଗିଯିବା :- ଯଦି କୌଣସି ଖୁସି ମୁହୂର୍ତ୍ତରେ ଘରେ ହଠାତ ନିଆଁ ଲାଗିଯାଏ କିମ୍ବା ଆପଣଙ୍କ ଘରର କାନ୍ଥରେ ଫାଟ ସୃଷ୍ଟି ହୁଏ; ତେବେ ଏହାର ଅର୍ଥ ଏମିତି ସଂକେତ ଦେଇଥାଏ ଯେ, ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହେବାକୁ ଯାଉଛି ।