ହାଇକୋର୍ଟ ପହଞ୍ଚିଲେ ଶ୍ୱେତାଙ୍କ ସ୍ୱାମୀ ଅଭିନବ କୋହଲି, ସୁଟିଂ ଛାଡି ମୁମ୍ବାଇ ଫେରିବେ ଅଭିନେତ୍ରୀ…

Spread the love

ଅଭିନେତ୍ରୀ ଶ୍ୱେତା ତିୱାରୀ ଗତ କିଛି ଦିନରୁ ତାଙ୍କ ସ୍ୱାମୀ ଅଭିନବଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ସମୟରେ ଶ୍ୱେତା ଅଭିନବ କୋହଲିଙ୍କ କିଛି ଭିଡିଓ ସେୟାର କରିଥିଲେ ଯେଉଁଥିରେ ଅଭିନେତ୍ରୀଙ୍କ ସ୍ୱାମୀ ପୁଅ ରେୟାଂଶଙ୍କୁ ଜୋର ଜବରଦସ୍ତି ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ସେଲିବ୍ରେଟ୍ ଅଭିନବଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ବର୍ତ୍ତମାନ ଅଭିନବ କୋହଲି ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଅଭିନବ ତାଙ୍କ ପୁଅ ରେୟାଂଶକୁ ଖୋଜିବା ପାଇଁ ବାଇକର୍ଟଙ୍କୁ ନିବେଦନ କରିଛନ୍ତି । ଏହି ମାମଲାରେ ଅଭିନବଙ୍କୁ ମଧ୍ୟ ହାଇକୋର୍ଟ ଅନୁମୋଦନ କରିଛନ୍ତି । ଅଭିନବ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଭିନବ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, “ମୁଁ କୃତଜ୍ଞ’, ମେ ୧୧ ରେ ହାଇକୋର୍ଟ ମୋତେ ଶୁଣାଣିର ସୁଯୋଗ ଦେଇଥିଲେ । ମୁଁ ଅପେକ୍ଷା କରିଥିଲି ତାଙ୍କ ଆଦେଶ ସରକାରୀ ୱେବସାଇଟରେ ପ୍ରକାଶିତ ହେବା ପାଇଁ ।”

ଅଭିନବ ଆହୁରି ଲେଖିଛନ୍ତି, ‘ମୋର ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ ଶ୍ୱେତା ଦକ୍ଷିଣ ଆଫ୍ରିକା ଯାଇଛନ୍ତି । ପିଲାର ଦେହ ଭଲ ନାହିଁ ଏବଂ ତାର ଯତ୍ନ ନେବାପାଇଁ ସେ ଏଠାରେ ନାହାଁନ୍ତି । ଶ୍ୱେତାଙ୍କ ଓକିଲ ଏହା ମଧ୍ୟ କହିଛନ୍ତି ଯେ ଶ୍ୱେତା କାମ କରିବାକୁ ଦକ୍ଷିଣ ଆଫ୍ରିକା ଯାଇଛନ୍ତି । କୋର୍ଟ ମୋର ଓକିଲଙ୍କୁ ଆଦେଶ ଦେଇଛନ୍ତି କି ସମସ୍ତ କଥା ଲିଖିତ ଆକାରରେ ଏକ ସପ୍ତାହ ମଧ୍ୟରେ ଦାଖଲ କରିବେ ଏବଂ ଏହାର ଏକ ସପ୍ତାହ ମଧ୍ୟରେ ଶ୍ୱେତାଙ୍କ ଓକିଲ ଜବାବ ଦାଖଲ କରିବେ । ତା’ପରେ ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ, ଆମେ କୋର୍ଟରେ ହାଜର ହୋଇପାରୁ ।

ଶ୍ୱେତା ତିୱାରୀ ବର୍ତ୍ତମାନ କେପଟାଉନରେ ଖତ୍ରୋଁ କେ ଖିଲାଡି ୧୧ ର ସୁଟିଂ କରୁଛନ୍ତି । ଅଭିନବଙ୍କ ପଦକ୍ଷେପ ସହିତ ଶ୍ୱେତାଙ୍କୁ ସୁଟିଂ ଛାଡି ମୁମ୍ବାଇ ଫେରିବାକୁ ପଡିବ ବୋଲି ଜଣାପଡୁଛି ।