ବର୍ଷ ବର୍ଷ ଧରି ଏହି ବିପଦଜନକ ରୋଗରେ ପୀଡ଼ିତ ଅଛନ୍ତି ଶ୍ରଦ୍ଧା କାପୁର ! ନିଜେ କରିଛନ୍ତି ଆଶ୍ଚର୍ଯ୍ୟଜନକ କଥାର ଖୁଲାସା ।

Spread the love

ଶ୍ରଦ୍ଧା କାପୁରଙ୍କ ନାମ ଆଜି ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଆସେ । ବିଶେଷ କରି ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଶ୍ରଦ୍ଧା କାପୁରଙ୍କ ପାଇଁ ବହୁତ ଭଲ ପାଇବା ରହିଛି । ବହୁତ ହିଁ କମ ବୟସରେ ଶ୍ରଦ୍ଧା କାପୁର ବଲିଉଡରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ଶ୍ରଦ୍ଧା କାପୁର ନିଜ ସମ୍ପର୍କକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ରୁହନ୍ତି । ଶ୍ରଦ୍ଧା ସୁନ୍ଦର ହେବା ସହିତ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି । ଶ୍ରଦ୍ଧା ବଲିଉଡରେ ନିଜର କ୍ୟାରିୟରର ଆରମ୍ଭ ଚଳଚ୍ଚିତ୍ର “ଆଶିକ-୨”ରୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ଅଭିନେତା ଆଦିତ୍ୟ ରାୟ କାପୁର ଥିଲେ । ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ ପ୍ରମାଣିତ ହୋଇଥିଲା ଏବଂ ଶ୍ରଦ୍ଧା ରାତାରାତି ତାରକା ହୋଇଯାଇଥିଲେ ।

ଏହି ଚଳଚ୍ଚିତ୍ର ପରେ ତାଙ୍କର ଆଉ କିଛି ଚଳଚ୍ଚିତ୍ର ଆସିଲା ଏବଂ ସମୟ ବିତିବା ସହିତ ସେ ବଲିଉଡର ଏକ ନମ୍ବର ଅଭିନେତ୍ରୀ ହୋଇଗଲେ । ନିକଟରେ ହିଁ ରିଲିଜ ହୋଇଥିବା ଶ୍ରଦ୍ଧାଙ୍କ ଚଳଚ୍ଚିତ୍ର ‘ଛିଛୋରେ’ ବକ୍ସ ଅଫିସରେ ସୁପରହିଟ ପ୍ରମାଣିତ ହେଲା । ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ସୁଶାନ୍ତ ସିଂ ରାଜପୁତ ନଜର ଆସିଥିଲେ । ଲୋକଙ୍କୁ ଏଭଳି ଲାଗୁଛି ଯେ ଷ୍ଟାର କିଡସ୍ ହେବା ଯୋଗୁଁ ତାଙ୍କ ପାଇଁ ସବୁକିଛି ବହୁତ ସହଜ ହୋଇଯାଇଛି । କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଷ୍ଟାର କିଡ ହେବା ବ୍ୟତୀତ କିଛି ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥାଏ ଏବଂ ଏମିତି ହିଁ କିଛି ଏହି ଅଭିନେତ୍ରୀଙ୍କ ସହିତ ହୋଇଥିଲା ।

ନିକଟରେ ହିଁ ଶ୍ରଦ୍ଧା କାପୁର ଗୋଟେ ଇଣ୍ଟର୍ଭିଉ ଦେଇଥିଲେ, ଯେଉଁଥିରେ ସେ ନିଜ ବିଷୟରେ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି କଥାର ଖୁଲାସା କରିଥିଲେ । ଶ୍ରଦ୍ଧା କହିଥିଲେ ଯେ, ଗତ କିଛି ବର୍ଷ ହେଲା ସେ ଗୋଟିଏ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କୁ ଏହି ସମସ୍ୟା “ଆଶିକ-୨” ଚଳଚ୍ଚିତ୍ର ସମୟରୁ ଆରମ୍ଭ ହୋଇଥିଲା । କହି ଦେଉଛୁ ଯେ, ଗତ କିଛି ବର୍ଷରୁ ଶ୍ରଦ୍ଧା ଏଂଯାଇଟି (Anxiety) ରୋଗରେ ପୀଡିତ ଅଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, ଏଂଯାଇଟି କଣ ତାହା ତାଙ୍କୁ ଜଣା ମଧ୍ୟ ନଥିଲା । ସବୁବେଳେ ଶ୍ରଦ୍ଧାଙ୍କୁ ଶରୀରର ସ୍ଥାନେ ସ୍ଥାନେ କଷ୍ଟ ଅନୁଭବ ହେଉଥିଲା କିନ୍ତୁ କୌଣସି ପ୍ରକାରର ଲକ୍ଷଣ ପରିଲକ୍ଷିତ ହେଉ ନଥିଲା ।

ଶ୍ରଦ୍ଧା କହିଥିଲେ ଯେ ସେ ଅନେକ ପ୍ରକାରର ଡାକ୍ତରୀ ପରୀକ୍ଷା କରିଥିଲେ କିନ୍ତୁ ପ୍ରତ୍ୟେକ ଥର ସମସ୍ତ ପରୀକ୍ଷଣ ସଠିକ ରିପୋର୍ଟ ବାହାରିଥିଲା । ଏହା ସବୁ ତାଙ୍କ ପାଇଁ ବହୁତ ଅଡ଼ୁଆ ଥିଲା । କାହିଁକି ନା ତାଙ୍କୁ କଷ୍ଟ ହେବାର ବନ୍ଦ ହେଉ ନଥିଲା ଏବଂ ସେ ବୁଝିପାରୁ ନଥିଲେ ଏହା ପଛର କାରଣ କଣ ହୋଇପାରେ ? ଯଦିଓ ସେ ଏବେ ମଧ୍ୟ ଏଂଯାଇଟିରେ ପୀଡ଼ିତ ଅଛନ୍ତି କିନ୍ତୁ ସେ ନିଜକୁ ଏହା ସହିତ ବଞ୍ଚିବାର ଅଭ୍ୟାସକୁ ଆପଣେଇ ନେଇଛନ୍ତି । ଶ୍ରଦ୍ଧା ଏହା ସହିତ ବୁଝାମଣା କରିବା ହିଁ ସବୁଠାରୁ ଭଲ ଧାରଣା ବୋଲି ସ୍ୱୀକାର କରି ନେଇଛନ୍ତି । ବର୍ତ୍ତମାନ ସେ ଏହି କଥା ଜାଣିଛନ୍ତି ଯେ, ଏହା ତାଙ୍କ ଜୀବନର ଏକ ଅଂଶ ଅଟେ । ଶ୍ରଦ୍ଧାଙ୍କ ଅନୁସାରେ ଆଦରର ସହିତ ଏହି ସମସ୍ୟାକୁ ଦୂର କରାଯାଇପାରିବ ।

ଏଂଯାଇଟିର ଲକ୍ଷଣ ଗୁଡିକ :

ବିବର୍ତ୍ସ ଅନୁଭବ ହେବା ।

ଅଜଣା ବ୍ୟକ୍ତି ଥିବାର ଅନୁଭବ ହେବା ।

ଆବଶ୍ୟକ ଠାରୁ ଅତ୍ୟାଧିକ ଚିନ୍ତା କରିବା ।

ଅତ୍ୟାଧିକ ହାଲିଆ ହୋଇଯିବା ।

ଚିଡିଚିଡ଼ ଅନୁଭବ କରିବା ।

ଲୋକଙ୍କ ସହିତ ମିଶିବାରେ ଅସୁବିଧା ଅନୁଭବ କରିବା ।

ନିଦ ନ ଆସିବା ।

ଏକାଗ୍ରତା ଭାଙ୍ଗିବା ।

ଏଂଯାଇଟିର ଉପଚାର

ଠିକ ସମୟରେ ଶୋଇବା ଏବଂ ଉଠିବା ।

ସାଇକୋଥେରାପିର ସହାୟତା ନେବା ।

ନିଜ ଭାବନା ଉପରେ ଆୟତ୍ତ କରିବା ।

ଅଧିକ ଚିନ୍ତାରୁ ଦୂରେଇ ରହିବା ।