ବିଜୟ ମାଲ୍ୟାଙ୍କୁ ଏକ ଶକ୍ତ ଝଟକା ଲାଗିଛି, ବିଜୟ ମାଲ୍ୟା କରିଥିବା ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦେଇଛି ।

Spread the love

ଲଣ୍ଡନ କୋର୍ଟ ବିଜୟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଛି ।

ଲଣ୍ଡନ କୋର୍ଟ ବିଜୟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଛି । ବର୍ତମାନ କେବଳ ମାଲ୍ୟାଙ୍କ ପାଖରେ ସୁପ୍ରିମ କୋର୍ଟରେ ଆବେଦନ କରିବା ରାସ୍ତା ହିଁ ବଞ୍ଚିଛି, ଯାହା ପାଇଁ ମାଲ୍ୟାଙ୍କୁ ୬ ସପ୍ତାହ ଲାଗି ଯାଇପାରେ ।

ଏହା ପୂର୍ବରୁ ମାଲ୍ୟା ନିଜର ଆବେଦନ ବ୍ରିଟିଶ ଗୃହ ମନ୍ତ୍ରୀ ସାଜିଦ୍ ଯାବିଦଙ୍କ ଦ୍ଵାରା ଦିଆଯାଇଥିବା ମଞ୍ଜୁରୀ ବିରୁଦ୍ଧରେ ହାଇକୋର୍ଟରେ ଅପିଲ୍ କରିଥିଲେ । ମୁଖ୍ୟ ବିଚାରକ ଏମ୍ମା ଅବୁଥନାଣ୍ଟ ମାଲ୍ୟାଙ୍କୁ ଆବେଦନର ମଞ୍ଜୁରୀ ଦେଇ କହିଥିଲେ, ମାଲ୍ୟାଙ୍କ ବିରୁଦ୍ଧରେ ଠକେଇର ଆରୋପ ଲାଗିଛି । ଯାଞ୍ଚ ଅନୁସାରେ ତଥ୍ୟ ମିଳିଛି ମାଲ୍ୟା ବ୍ୟାଙ୍କ ଠକେଇ ମାମଲାରେ ଜଡିତ ଅଛନ୍ତି ।

ବିଜୟ ମାଲ୍ୟା ଗୁରୁବାର ଦିନ ଲଣ୍ଡନ କୋର୍ଟକୁ କହିଛନ୍ତି; ବର୍ତମାନ ମୋ ପାଖରେ ଚଳିବା ପାଇଁ ଟଙ୍କାର ଅଭାବ ରହିଛି । ବର୍ତ୍ତମାନ ମାଲ୍ୟା ନିଜ ଭାଗୀଦାର, ନିଜସ୍ଵ ସହକାରୀ, ପରିଚିତ ବ୍ୟବସାୟୀ ମାନଙ୍କ ଉପରେ ନିର୍ଭର କରୁଛନ୍ତି ।

ବିଜୟ ମାଲ୍ୟା ଏହିପରି ନିଜ ବିରୁଦ୍ଧରେ ହୋଇଥିବା ୧୩ଟି ବ୍ୟାଙ୍କ ଠକେଇ ମାମଲାର ଉତ୍ତରରେ କହିଛନ୍ତି । ଆବେଦନ ବିରୁଦ୍ଧରେ ମାଲ୍ୟା କହିଛନ୍ତି; ମୋର ବ୍ୟକ୍ତିଗତ ସମ୍ପତି କେବଳ ୨୯୫୬ କୋଟି ଟଙ୍କା ହିଁ ରହି ଯାଇଛି, ଯାହା ମୁଁ କର୍ଣ୍ଣାଟକ ହାଇକୋର୍ଟରେ ବ୍ୟାଙ୍କର ମାମଲା ତୁଟାଇବା ପାଇଁ ରଖିଛି । ମାଲ୍ୟାଙ୍କ ଦ୍ଵାରା ଦିଆ ଯାଇଥିବା ଏହି ଆବେଦନ ବିରୁଦ୍ଧରେ ବ୍ୟାଙ୍କ ଗୁଡିକ ୟୁକୋ କୋର୍ଟକୁ ଜଣାଇଛନ୍ତି ।

କିଛି ଦିନ ପୂର୍ବରୁ ପ୍ରିବେଶନ୍ ଅଫ୍ ମନି ଲ୍ୟାଣ୍ଡିଂ ଆକ୍ଟ (ପିଏମଏଏଲଏ) ଅଦାଲତ, ବିଜୟ ମାଲ୍ୟାଙ୍କ ୧୦୦୦ କୋଟି ଟଙ୍କାର ଶେୟର ବିକିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କହିବା ପାଇଁ ଚାହୁଞ୍ଚୁ; ୟୁନାଇଟେଡ୍ ବ୍ରେବରେଜ୍ (ୟୁବିଏଲ)ରେ ମାଲ୍ୟାଙ୍କ ଶେୟର ରହିଛି, ଯାହା କୋର୍ଟ ଦ୍ଵାରା ନିଯୁକ୍ତ ଲିକିଡେଟରଙ୍କ ଦ୍ଵାରା ବିକ୍ରି କରାଯିବାର ଥିଲା । ଏହାର ବିକ୍ରି ରୋକିବା ପାଇଁ ମାଲ୍ୟା ଆବେଦନ କରିଥିଲେ ଯାହା ଲଣ୍ଡନ କୋର୍ଟ ନାମଞ୍ଜୁର କରିଦେଇଛି ।