ଶୀତଋତୁରେ ଓଜନ କମାଇବାରେ ସହାୟକ ହୁଏ ଏହି ପନିପରିବା :

Spread the love

ବଦଳୁଥିବା ଜୀବନ ଶୈଳୀ ଓ ଖାଦ୍ୟପେୟରେ ନିରନ୍ତର ପରିବର୍ତ୍ତନ କାରଣରୁ ଆଜିର ଦିନରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ରୋଗର ଶିକାର ହେଉଛିନ୍ତି । ସେହି ସେ ସବୁ ସମସ୍ୟା ମଧ୍ୟରୁ ସବୁଠାରୁ ବଡ ସମସ୍ୟା ହେଉଛି ଶରୀରର ଓଜନ ବୃଦ୍ଧି । କିଛି ଖାଦ୍ୟ-ପାନୀୟର ବ୍ୟବହାର କଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବେ । ଜାଣନ୍ତୁ ଏମିତି କିଛି ପନିପରିବା ବିଷୟରେ ଯାହାକୁ ଖାଇଲେ ଆପଣଙ୍କ ଓଜନ କମିପାରେ ।

ଫୁଲକୋବି : ଫୁଲକୋବି ସବୁ ଜାଗାରେ ମିଳେ । ଏଥିରେ ଫାଇବର, ଭିଟାମିନ ପର୍ଯ୍ୟାପ୍ତ ପରିମାଣର ମିଳେ ଏବଂ ଏଥିରେ ଅଧିକ ମାତ୍ରରେ ତନ୍ତୁ ଜାତୀୟ ପଦାର୍ଥ ରହିଥାଏ ଯାହା ଆପଣଙ୍କ ପେଟକୁ ସଫା ରଖି ଥାଏ । ଯଦି ଆପଣ ନିଜ ଶରୀରର ଓଜନ କମ କରିବା ପାଇଁ ଚାହୁଁଛନ୍ତି ତେବେ ଫୁଲକୋବି ପାକପ୍ରାଣାଳୀରେ ବ୍ୟବହାର କରିନ୍ତୁ ।

ଗାଜର: ଗାଜରକୁ ସିଝାଇ ଖାଆନ୍ତୁ ବା କଞ୍ଚା ଖାଆନ୍ତୁ, ଯେମିତି ଖାଇଲେ ମଧ୍ୟ ଏହା କାମ ଦେବ। ଏହାକୁ ଆପଣ ସାଲାଡ କରି ମଧ୍ୟ ଖାଇ ପାରିବେ। ଓଜନ କମ୍ କରିବା ପାଇଁ ଏହା ବେଶ୍ ଲାଭଦାୟକ।

ଛତୁ: ଛତୁ ପାଟିକୁ ସୁଆଦ ଲାଗିବ ସହ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଦ୍ୱାରା ଶରୀରର ଓଜନ ହ୍ରାସରେ ସହାୟକ ହୋଇଥାଏ । ସେଥିରୁ ଗୋଟିଏ ହେଉଛି ମୋଟାପଣକୁ କମ୍ କରିବା । ଚିକେନ୍, ମାଛ କିମ୍ବା ମିକ୍ସ୍ଡ ହର୍ବସ୍ ସହ ଛତୁ ଖାଇଲେ ଏହା ଖୁବ୍ ଶରୀର ସନ୍ତୁଳିତ ରହେ ଓ ଓଜନ ବଢି଼ବାର ଭୟ ନ ଥାଏ ।

କାକୁଡ଼ି: କାକୁଡି ପ୍ରାୟ ସମସ୍ତେ ଖାଆନ୍ତି । କାକୁଡ଼ିରେ ବହୁ ପରିମାଣରେ ପାଣି ଓ ତନ୍ତୁ ମିଳିଥାଏ । ଏଥିରେ କାର୍ବୋହାଇଡ୍ରେଟ୍ ନ ଥାଏ । ତେଣୁ ଏଥିରେ ଓଜନ ବଢ଼ିବାର ସମସ୍ୟା ନ ଥାଏ । ଏହାକୁ ଖାଇବା ବେଶ୍ ଫଳପ୍ରଦ ।

ଲଙ୍କା: କଞ୍ଚା ହେଉ କିମ୍ବା ଶୁଖିଲା ଲଙ୍କା, ଉଭୟ ଶରୀରର ଓଜନ ହ୍ରାସ କରିବାର ଏକ ବିକଳ୍ପ ପନ୍ଥା ଏବଂ ଶରୀରର ଓଜନ ହ୍ରାସ ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ମେଟାବଲିଜମ୍ ବଢ଼ିଥାଏ । ଶରୀରର ଫ୍ୟାଟ୍ ବର୍ଣ୍ଣ୍ ହେବାରେ ଏହା ସହାୟକ ହୋଇଥାଏ ।