ଶୀତ ଋତୁରେ ମୂଳାର ସେବନ କରିବା ଦ୍ୱାରା ମୂଳରୁ ଶେଷ ହୋଇଯାଏ ଏହି 3 ରୋଗ

Spread the love

ଅଧିକାଂଶ ଲୋକ ମୂଳ ଖାଇବାକୁ ପସନ୍ଦ କରନ୍ତି । ଶୀତ ଦିନ ଆଗମରେ ମୂଳ ପ୍ରଚୁର ପରିମାଣରେ ମିଳେ । ବିଶେଷ କରି ଶୀତ ଦିନେ ମୂଳାକୁ ସଲାଡ ରୂପେ ସେବନ କରିଥାନ୍ତି ଏବଂ ମୂଳାରେ ତରକାରୀ ମଧ୍ୟ ବନାଇ ଥାନ୍ତି । ମୂଳା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ ତା’ସଂଗେ ସଂଗେ ତିନୋଟି ଭୟଙ୍କର ରୋଗ ଠାରୁ ମଧ୍ୟ ରକ୍ଷା ମିଳିଥାଏ । ମୂଳାର ପତ୍ର, ଫୁଲ, ଫଳ ଓ ମଞ୍ଜି ସବୁ ଆମ ସ୍ୱାସ୍ଥ୍ୟ ପ୍ରତି ବହୁତ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ମୂଳା ଖାଇବାର ଫାଇଦା ବିଷୟରେ:-

1. ଡାଇବେଟିସ :-

ଡାଇବେଟିସ ବା ମଧୁମେହ ରୋଗୀଙ୍କ ପାଇଁ ମୂଳା କୌଣସି ରାମବାଣ ଔଷଧ ଠାରୁ କମ୍ ନୁହେଁ । ମୂଳାର ସେବନ ଦ୍ୱାରା ସୁଗର ସ୍ତର କମ ହୋଇଥାଏ ଏବଂ ଡାଇବେଟିସ ଭଳି ଗୋମ୍ଭୀର ରୋଗ ଭଲରୁ ମୁକ୍ତି ମିଳି ଥାଏ । ଏଥିପାଇଁ ଡାଇବେଟିସ ରୋଗୀ ମୂଳା ନିୟମିତ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ।

2. ଥଣ୍ଡା କାଶ ଓ ଜ୍ଵର :-

ଶୀତ ଦିନେ ଥଣ୍ଡା କାଶ ଓ ଜ୍ଵରରେ ପୀଡିତ ଲୋକମାନଙ୍କ ପାଇଁ ମୂଳ କୌଣସି ବରଦାନ ଠାରୁ କମ୍ ନୁହେଁ । ମୂଳାରୁ ମିଳୁଥିବା ଆଣ୍ଟି କୋଂଜେଷ୍ଟିଭ ଗୁଣ ଛାତିରେ ବସିଥିବା କଫକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଥଣ୍ଡା କାଶ ଓ ଜ୍ଵର ଭଳି ସମସ୍ୟା ହେବା ଦ୍ୱାରା ମୂଳାର ସେବନ ଅଵଶ୍ୟ କରନ୍ତୁ । ବହୁତ ଶୀଘ୍ର ଆରାମ ମିଳିବ ।

3. କ୍ୟାନ୍ସର :-

ମୂଳା ରେ ଭରପୂର ମାତ୍ରାରେ ଫୋଲିକ ଏସିଡ୍, ଭିଟାମିନ ସି ଏବଂ ଏନ୍ଥୋକାଇନିଂ ଭଳି ପୋଷାକ ତତ୍ୱ ମିଳିଥାଏ ଯାହା ଶରୀରରେ କେଂସର ଉତ୍ପର୍ନ କରୁଥିବା କୋଶିକାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । କେଂସର ସହ ଲଢ଼ିବାରେ ଶରୀରକୁ ସାହାଯ୍ୟ କରିଥାଏ ।କେଂସର ଭଳି ଗମ୍ଭୀର ରୋଗଠାରୁ ବଞ୍ଚି ରହିବା ପାଇଁ ଭୋଜନ ରେ ମୂଳା ନିଶ୍ଚିତ ସାମିଲ କରନ୍ତୁ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।