ଶୀତ ଦିନେ ଯଦି ରୂପି ସମସ୍ୟା ପାଇଁ ଚିନ୍ତିତ ତେବେ ନିହାତି କରନ୍ତୁ ଏହି 3ଟି ଜବରଦସ୍ତ ଘରୋଇ ଉପଚାର

Spread the love

ରୂପି କେଶର ସୁନ୍ଦରତା ଶେଷ କରିଦିଏ ଏବଂ କେଶର ପ୍ରାକୃତିକ ଚମକ ଉପରେ ପ୍ରଭାବ ପକେଇଥାଏ । ସମସ୍ତଙ୍କ କେଶର ଆକାର ଅଲଗା ଅଲଗା ହୋଇଥାଏ ।ସେଥିପାଇଁ ଧ୍ୟାନ ରଖିବେ ବଜାରରୁ ମିଳୁଥିବା କୌଣସି ବି ସାମ୍ପୁର ବ୍ୟବହାର କରିବାରେ ସର୍ତକତା ଅବଲମ୍ବନ କରନ୍ତୁ । କେଶରେ ରୂପି ସମସ୍ୟା ହେବ ଏକ ସାଧାରଣ କଥା କିନ୍ତୁ ରୂପି କାରଣରୁ କେଶ ଶୁଷ୍କ ହୋଇଯାଏ ଏବଂ ଜୀବନହୀନ ଲାଗିଥାଏ । ଶୀତ ଦିନ କେଶରେ ବହୁତ ଅଧିକ ରୂପି ସମସ୍ୟା ହୋଇଥାଏ ଏବଂ ଏହା ପ୍ରାୟ ସମସ୍ତଙ୍କୁ ହୋଇପାରେ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି 3ଟି ଜବରଦସ୍ତ ଘରୋଇ ଉପଚାର ବିଷୟରେ କହିବି ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ରୂପି ସମସ୍ୟା ଶେଷ ହୋଇଯିବ ।

1.ଆପଣଙ୍କୁ ଦୁଇ ଚାମଚ ନଡ଼ିଆ ତେଲରେ ଅଧା ଚାମଚ କର୍ପୂର ଗୁଣ୍ଡ ମିଶାଇ ଏହାକୁ ଭଲ ଭାବରେ ମିଶାନ୍ତୁ । ଏହାପରେ ଏହି ପେଷ୍ଟକୁ ନିଜ କେଶ ମୂଳରେ ଭଲଭାବରେ ଲଗେଇ ଦିଅନ୍ତୁ ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ତାପରେ ନିଜ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ରୂପି ସମସ୍ୟା ଶେଷ ହୋଇଯିବ ।

2.ଆପଣ ଦୁଇ ଚାମଚ ବେକିଂ ସୋଡା ନିଅନ୍ତୁ ଓ ସେଥିରେ ଅଳ୍ପ ପାଣି ମିଶାଇ ଏହାକୁ ଭଲଭାବରେ ମିକ୍ସ କରନ୍ତୁ । ତାପରେ ଏହାକୁ ନିଜ କେଶରେ ଲଗାଇ 15 ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ତାପରେ ଏହାକୁ ଭଲଭାବରେ ଧୋଇ ଦିଅନ୍ତୁ ।ଏହା ଆପଣଙ୍କ ରୂପି ସମସ୍ୟା ପାଇଁ ବହୁତ ଲାଭଦାୟକ ଅଟେ ।

3. କିଛି ନିମ ଓ ତୁଳସୀ ପତ୍ର ନେଇ ପାଣିରେ ପକାଇ ଫୁଟାନ୍ତୁ । ଯେବେ ପାଣି ଅଧା ରହିଯିବ ତେବେ ତାହାକୁ ଛାଣି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ସେହି ପାଣିରେ ନିଜ କେଶକୁ ଧୋଇ ଦିଅନ୍ତୁ । କିଛି ଦିନ ଏହି ଉପଚାରର ପ୍ରୟୋଗ କରିବା ଦ୍ୱାରା ଆପଙ୍କ ରୂପି ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ।

ସ୍ୱାସ୍ଥ୍ୟ ସମ୍ଭନ୍ଧୀତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ !