ସିଳ୍ପା ସେଟ୍ଟୀଙ୍କ ଜୀବନର ୫ଟି ସବୁଠୁ ବଡ଼ ବିବାଦ । ଗୋଟିଏ ବିବାଦରେ ସେ ଲୋକଙ୍କ ମୁହଁକୁ ବନ୍ଦ କରିଥିଲେ ।

Spread the love

ବଲିଉଡ ଅଭିନେତ୍ରୀ ସିଳ୍ପା ସେଟ୍ଟୀଙ୍କ ବହୁତ ଫେନ୍ସ ଓ ପ୍ରଶଂସକ ଅଛନ୍ତି । ତାଙ୍କ ଜୀବନରେ ବହୁତ କିଛି ବିବାଦ ମଧ୍ୟ ହୋଇଛି । ଆଜି ଆମେ ଆପଣଂକୁ ଏପରି ହିଁ ୫ଟି ବିବାଦ ଯାହା ସିଳ୍ପା ସେଟ୍ଟୀଙ୍କ ଜୀବନରେ ଘଟିଯାଇଛି, ତାହା ବିଷୟରେ କହିବୁ ।

୧) ଆପଣମାନେ ଜାଣିଥିବେ ଯେ, ସିଳ୍ପା ସେଟ୍ଟୀ ରାଜସ୍ଥାନ ରୋୟାଲସ୍ ଆଇପିଏଲ୍ ଟିମ୍ ର ମାଲିକାଣି ଥିଲେ । ତାଙ୍କ ଉପରେ ମ୍ୟାଚ୍ ଫିକ୍ସିଂ ଓ ସତ୍ତା କରିବାର ଆରୋପ ଲଗାଯାଇଥିଲା । କିନ୍ତୁ ଦିଲ୍ଲୀ ପୋଲିସ ପାଖରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିଲା ଓ ଏଥିପାଇଁ ଏହି ଆରୋପ ପ୍ରମାଣିତ ହୋଇ ପାରିନଥିଲା ।

୨) ସିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାରଙ୍କ ଆଫେୟାର ବା ଅବୈଧ ପ୍ରେମ ସମ୍ବନ୍ଧ ବିଷୟରେ ତ ଆପଣମାନେ ଜାଣିଥିବେ । ଅକ୍ଷୟ କୁମାର ଟ୍ଵିଙ୍କଲ୍ ଖାନ୍ନାଙ୍କ ସହ ବିବାହ କରିଛନ୍ତି ଓ ସିଳ୍ପା ରାଜ୍ କୁନ୍ଦ୍ରାଙ୍କ ସହିତ ବିବାହ କରିଛନ୍ତି । ରାଜ୍ କୁନ୍ଦ୍ରା, ଯିଏ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ସିଳ୍ପାଙ୍କୁ ବିବାହ କରିଥିଲେ । ଲୋକମାନଙ୍କୁ ସିଳ୍ପା ଓ ଅକ୍ଷୟଙ୍କ ପ୍ରେମ ସମ୍ପର୍କ ଭାଙ୍ଗିବାର କାରଣ ଆଜି ପର୍ଯ୍ୟନ୍ତ ଜଣାନାହିଁ ।

୩) ସିଳ୍ପା ସେଟ୍ଟୀ ସୁଟିଂ ସମୟରେ ଓଡ଼ିଶାର ଗୋପୀନାଥ ମନ୍ଦିର ବୁଲିବା ପାଇଁ ଯାଇଥିଲେ । ଏଠାରେ ତାଙ୍କ ବିରୋଧରେ ପୋଲିସ ପାଖରେ ଅଭିଯୋଗ କରାଯାଇଥିଲା ଯେ, ସେ ଚପଲ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଯାହା ଉପରେ ସିଳ୍ପା ବୟାନ ଦେଇଥିଲେ ଯେ, ସେ ସୁଟିଂ ସମୟରେ ମନ୍ଦିର ଭିତରକୁ ଯାଇନାହାନ୍ତି । ସିଳ୍ପା ମୁମ୍ବାଇର ପାୱାଇ ମନ୍ଦିର ଯାଇଥିଲେ ଯେଉଁଠି ମନ୍ଦିରର ପୂଜାରୀଙ୍କ ସହ ତାଙ୍କର ଏକ ଫୋଟ ଭାଇରଲ ହୋଇଥିଲା ଓ ସୋସିଆଲ ମିଡିଆରେ ସିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । ସିଳ୍ପା ସମସ୍ତଙ୍କ ମୁହଁକୁ ବନ୍ଦ କରିବାକୁ ଯାଇ ଲେଖିଥିଲେ ଯେ, କଣ ଗୋଟିଏ ବାପା ନିଜ ଝିଅକୁ ଚୁମ୍ବନ କରି ପାରିବ ନାହିଁ ।

୪) ୨୦୦୭ ମସିହାରେ ଏକ ଇଭେଣ୍ଟରେ ଯୋଗ ଦେଇଥିବା ସମୟରେ ହଲିଉଡ୍ ଅଭିନେତା ରିଚାର୍ଡ ଗେୟାର୍ ସିଳ୍ପାଙ୍କୁ ଷ୍ଟେଜ୍ ଉପରେ ହିଁ ଚୁମ୍ବନ ଦେବା ଆରମ୍ଭ କରିଥିଲେ । ଯାହା ଭାରତୀୟ ଲୋକଙ୍କୁ ଆଦୌ ପସନ୍ଦ ଆସିନଥିଲା । ଲୋକମାନେ ବହୁତ ସହରରେ ଏହାର ବିରୋଧ ପ୍ରଦର୍ଶନ କରିଥିଲେ ଓ ରାଜସ୍ଥାନ କୋର୍ଟ ରିଚାର୍ଡ ଓ ସିଳ୍ପାଙ୍କ ପାଇଁ ଆରେଷ୍ଟ ୱାରେଣ୍ଟ ମଧ୍ୟ ଜାରି କରିଥିଲା ।

୫) ଟାଇମସ୍ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ସିଳ୍ପାଙ୍କ ପିତା ସୁରେନ୍ଦ୍ର ସେଟ୍ଟୀ ଏକ୍ସ ଏକ୍ସଟେନସନ୍ କ୍ୟାସ୍ ରେ ଜେଲ ଯାଇଥିଲେ ଯେଉଁଥିରେ ସିଳ୍ପାଙ୍କ ନାମ ମଧ୍ୟ ସାମିଲ ଥିଲା ।