ଏକ ଚୁମ୍ବନ ଯୋଗୁଁ ଗିରଫ ହେବାରୁ ବଞ୍ଚି ଯାଇଥିଲେ ଶିଳ୍ପା ସେଟ୍ଟୀ, ଭାଇରଲ ହୋଇଥିଲା ଏହି ଭିଡ଼ିଓ :-

Spread the love

ବଲିଉଡ ତାରକା ଶିଳ୍ପା ସେଟ୍ଟୀଙ୍କ ଫିଲ୍ମ ଜୀବନ ବହୁତ ଭଲ ରହିଥିଲା । ବର୍ତ୍ତମାନ ସେ ଫିଲ୍ମରେ ନ ଆସି ମଧ୍ୟ ନୃତ୍ୟ କାର୍ଯ୍ୟକ୍ରମ ଗୁଡିକରେ ବିଚାରପତି ହୋଇ ସମସ୍ତଙ୍କର ମନୋରଂଜନ କରୁଛନ୍ତି । ଶିଳ୍ପା ସେଟ୍ଟୀ ଜୁନ ୮ରେ ୪୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମ ଦିବସ ଅବସରରେ ଆମେ ତାଙ୍କ ଜୀବନ ସହିତ ଜଡିତ ଥିବା ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ପାଇଁ ସେ ଅନେକ ବିବାଦର ଘେରରେ ଫସି ଯାଇଥିଲେ ଏବଂ ତାଙ୍କର ଗିରଫ ପାଇଁ ଆଦେଶ ମଧ୍ୟ ଆସି ଯାଇଥିଲା । ଶିଳ୍ପା ନିଜର ସୁନ୍ଦରତା ଏବଂ ଯୋଗ୍ୟତା ପାଇଁ ମଧ୍ୟ ବେସ୍ ପରିଚିତ । ଯୋଗ, ବ୍ୟାୟାମ ଏବଂ ହେଲ୍ଥ ଡାଇଟ ଯୋଗୁଁ ସେ ନିଜକୁ ବହୁତ ଭଲ ଯତ୍ନରେ ରଖିଛନ୍ତି । ଏଭଳି ଯେକେହି ତାଙ୍କୁ ଦେଖେ ତାଙ୍କର ଦିୱାନା ହୋଇଯାନ୍ତି । ବୋଧେ ସେଇଥିପାଇଁ ଆମେରିକୀୟ ଅଭିନେତା ରିଚର୍ଡ ଗେୟର ନିଜକୁ ଆୟତ୍ତରେ ନ ରଖିପାରି ଶିଳ୍ପାଙ୍କୁ ଲଗାମ ଛଡ଼ା ଭାବରେ ଚୁମ୍ବନ କରିବାକୁ ଲାଗିଲେ ।

ଆପଣ ଜାଣି ରଖନ୍ତୁ ଯେ, ରିଚର୍ଡଙ୍କୁ ବିଶ୍ଵର ସବୁଠାରୁ ସମ୍ଭୋଗ ପ୍ରବୁତ୍ତି ଉଦ୍ଧିପକ ବ୍ୟକ୍ତିର ପୁରସ୍କାର ମିଳିଛି । କିନ୍ତୁ ଶିଳ୍ପା ସେଟ୍ଟୀଙ୍କୁ ଚୁମ୍ବନ କରିବା ପରେ ଭାରତରେ ତାଙ୍କର ପ୍ରକୃତ ପରିଚୟ ମିଳିଥିଲା । ଏହି ଚୁମ୍ବନ ଦ୍ଵାରା ବିବାଦ ବଢିବା ଫଳରେ ସେ ଭାରତରେ ଆହୁରି ପ୍ରସିଦ୍ଧ ହୋଇଗଲେ । ପ୍ରକୃତରେ ଏହା ୨୦୦୭ ମସିହାର ଘଟଣା ଅଟେ । ସେହି ସମୟରେ ଶିଳ୍ପା AIDS ପ୍ରତି ସଚେତନତାର ପ୍ରଚାର କରୁଥିଲେ । ଏହି ବିଷୟ ପାଇଁ ସେ ଯେବେ ଦିଲ୍ଲୀ ଆସିଥିଲେ, ସେ ଏକ ମଞ୍ଚ ଉପରେ ତାଙ୍କ ସହ ଆମେରିକୀୟ ଅଭିନେତା ରିଚର୍ଡ ଗେୟର ମଧ୍ୟ ଉପସ୍ଥିତ ଥିଲେ । ଏହି ମଞ୍ଚ ଉପରେ ରିଚର୍ଡ ପ୍ରଥମେ ସମସ୍ତଙ୍କ ସମ୍ନାରେ ଶିଳ୍ପାଙ୍କ ହାତକୁ ଚୁମ୍ବନ କରିଥିଲେ । ଏହାପରେ ସେ ଶିଳ୍ପାଙ୍କ ଗାଲକୁ ଚୁମ୍ବନ କରିବାକୁ ଲାଗିଲେ । ଏହାପରେ ସେ ଶିଳ୍ପାଙ୍କୁ ବହୁତ ଜୋରରେ ଧରି ଦେଲେ ଏବଂ ଛାତିରେ ଲଗାଇ ଆଲିଙ୍ଗନ କରିଥିଲେ । ଏହି ଘଟଣା ପରେ ଶିଳ୍ପା ହସି ହସି କହିଥିଲେ ଯେ, “ଠିକ ଅଛି ଏହା କିଛି ଅଧିକ ହୋଇଗଲା” ।

ଶିଳ୍ପା ଏବଂ ରିଚର୍ଡ଼ଙ୍କ ଏହି ଚୁମ୍ବନ ଶୀଘ୍ର ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ଯାଇଥିଲା । ଏହାପରେ ଉଭୟ ବିବାଦ ଘେରରେ ରହିଯାଇଥିଲେ । ରାଜସ୍ଥାନର ଏକ ସ୍ଥାନୀୟ ଅଦାଲତ ଉଭୟଙ୍କ ବିରୋଧରେ ଗିରଫଦାରୀର ଆଦେଶ ମଧ୍ୟ ଦେଇଥିଲେ । ଏହି ଘଟଣା ପରେ ରିଚାର୍ଡ ନିଜ ବ୍ୟବହାର ପାଇଁ କ୍ଷମା ମାଗିଥିଲେ । ପରେ ଧିରେ ଧିରେ ଏହି ଘଟଣା ଥଣ୍ଡା ହେବାକୁ ଲାଗିଲା । ୨୦୦୪ ମସିହାରେ ଶିଳ୍ପା “ଫିର ମିଲେଙ୍ଗେ” ନାମକ ଏକ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମ AIDS ପ୍ରତି ସଚେତନତା ଉପରେ ଆଧାରିତ ଥିଲା । ଶିଳ୍ପାଙ୍କୁ ଏହି ଫିଲ୍ମରେ ଯେତେ ଅର୍ଥ ମିଳିଲା, ସେ ତାହାକୁ ସେହି AIDS ପୀଡିତ ଲୋକଙ୍କୁ ଦାନ କରିଦେଲେ । ଏହି କାରଣ ପାଇଁ ଶିଳ୍ପାଙ୍କୁ ୨୦୦୭ ମସିହାରେ AIDS ପ୍ରତି ସଚେତନତା ଉପରେ ପ୍ରଚାର କରିବାକୁ ସୁଯୋଗ ମିଳିଲା । କିନ୍ତୁ ସେହି ଚୁମ୍ବନ ଘଟଣା ଯୋଗୁଁ ତାଙ୍କୁ ଅନେକ ବିବାଦ ଏବଂ ଆଲୋଚନାର ସାମ୍ନା କରିବାକୁ ପଡିଥିଲା । ଆପଣ ଶିଳ୍ପାଙ୍କ ବିବାଦୀୟ ଚୁମ୍ବନ ଏହି ଭିଡ଼ିଓ ମାଧ୍ୟମରେ ଦେଖିପାରିବେ ।