ବିବାହର ବହୁ ବର୍ଷ ବିତି ଯାଇଥିବା ସତ୍ତ୍ୱେ ରାଜ୍ କୁନ୍ଦ୍ରାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ଶିଳ୍ପା ଶେଟ୍ଟୀ ! କହିଲେ ଶିଳ୍ପା ଶେଟ୍ଟୀ ‘ମା’ ଏସବୁ ମୁଁ …

Spread the love

ଶିଳ୍ପା ଶେଟ୍ଟୀ ଯେତେ ଅଧିକ ନିଜର ସ୍ୱାସ୍ଥ୍ୟ ସୁନ୍ଦର ରଖିବାକୁ ସଚେତନ ରୁହନ୍ତି, ତା’ଠାରୁ ଅଧିକ ମଧ୍ୟ ନିଜର ପୋଷାକ ପରିଧାନ ଉପରେ ସଚେତନ ରହନ୍ତି । ବୋଲଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ କଥା ଆସିଲେ ହିଁ ସର୍ବପ୍ରଥମେ ଶାରୀରିକ ସୁସ୍ଥତା କଥା ମାନେ ପଡ଼ିଥାଏ । ଶିଳ୍ପା ଶେଟ୍ଟୀ ସବୁବେଳେ ନିଜକୁ ଫିଟ୍ ରଖିଥାନ୍ତି । ଏହି କାରଣରୁ ବୟସ ବଢ଼ିବା ସହିତ ତାଙ୍କ ସୌନ୍ଦର୍ଯ୍ୟ ଆହୁରି ଅଧିକ ବୃଦ୍ଧି ପାଉଛି । ଶିଳ୍ପା ଶେଟ୍ଟୀ ଯେତେ ଅଧିକ ନିଜର ଫିଟନେସକୁ ନେଇ ସଚେତନ ତା’ଠାରୁ ବହୁ ଗୁଣା ଅଧିକ ନିଜ ପୋଷାକ ପାରିଧାନ ପାଇଁ । ଶିଳ୍ପା ଶେଟ୍ଟୀ ଏବେ ହୁଏତ ଫିଲ୍ମରେ କାମ କରୁ ନାହାନ୍ତି କିନ୍ତୁ ଡାନ୍ସ ଶୋ’ ଗୁଡିକରେ ଭାଗ ନେଉଛନ୍ତି ଏବଂ ସେଠାରେ ନିଜ ସୁନ୍ଦରତା ପ୍ରଦର୍ଶିତ କରିଥାନ୍ତି । କିନ୍ତୁ ଏଥର ଡାନ୍ସ ସେଟରେ ଶିଳ୍ପା ଶେଟ୍ଟୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନିତ କରିଥିଲେ । ତେଣୁ ଚାଲନ୍ତୁ ଜାଣିବା ଆମର ଆଜିର ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ଵ ରହିଛି ଜାଣିବା ।

ଶିଳ୍ପା ଶେଟ୍ଟୀ ଡାନ୍ସରେ ବହୁତ ଅଧିକ ମାହୀର ଥିଲେ ଏବଂ ଡ୍ୟାନ୍ସ ତାଙ୍କୁ ଅଧିକ ପସନ୍ଦ ଥିଲା । ଶିଳ୍ପା ଶେଟ୍ଟୀ ନିଜେ ମଧ୍ୟ ଭଲ ଡାନ୍ସ କରନ୍ତି । ତେଣୁ ସେ ଫିଲ୍ମ ଠାରୁ ଦୁରାଇ ଯାଇଥିଲେ ବି ଡାନ୍ସ ଶୋ’ ସହ ଜଡ଼ିତ ଅଛନ୍ତି । ଏଥର ସୁପର ଡ୍ୟାନ୍ସର ଶୋ’ରେ ଶିଳ୍ପା ଶେଟ୍ଟୀ ଜର୍ଜ ଭାବରେ କାମ କରୁଛନ୍ତି ଏବଂ ତାଙ୍କ ସହ ଅନୁରାଗ ବସୁ ଓ ଗୀତା ବି ଦେଖାଯାଇଛନ୍ତି । ଏମିତିରେ ଯେତେବେଳେ ତିନି ଜଣ ରହନ୍ତି; ସେତେବେଳେ ମଜା ମସ୍ତି ତ ନିଶ୍ଚିତ ରହିବ, ଯାହାର ଶିକାର ଏବେ ନିଜେ ଶିଳ୍ପା ଶେଟ୍ଟୀ ହୋଇଛନ୍ତି ।

ମୁଁ ରାଜ୍ କୁନ୍ଦ୍ରାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛି- ଶିଳ୍ପା ଶେଟ୍ଟୀ :

ସୁପର ଡାନ୍ସର ସେଟରେ ଯେତେବେଳେ ଶିଳ୍ପା ପହଁଚିଲେ, ସେତେବେଳେ ତାଙ୍କ ଆସିବା ଆଗରୁ ଅନୁରାଗ ଏବଂ ଗୀତା ମଜା କରିବାକୁ ପ୍ରସ୍ତୁତି କରିଥିଲେ, ଯେଉଁ ମଜା ସେମାନେ ଶିଳ୍ପାଙ୍କ ସହ କରିଥିଲେ । ଯେତେବେଳେ ଶିଳ୍ପା ଶେଟ୍ଟୀ ମଞ୍ଚ ଉପରେ କୌଣସି କାମରେ ବ୍ୟସ୍ତ ଥିଲେ ସେତେବେଳେ ଅନୁରାଗ ଶିଳ୍ପାଙ୍କ ଫୋନରୁ ତାଙ୍କ ମା’ଙ୍କ ପାଖକୁ ଗୋଟିଏ ମେସେଜ ପଠାଇଥିଲେ ଯେ “ମୁଁ ଶିଳ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କ ଠାରୁ ଛାଡ଼ପତ୍ର ଦେବାକୁ ଯାଉଛି” ।ଏତିକି ଶୁଣିବା ପରେ ଶିଳ୍ପାଙ୍କ ମା’ ତୁରନ୍ତ ନିଜ ଝିଅ ପାଖକୁ କୋଲ କରିଥିଲେ । କିନ୍ତୁ ସେତେ ପର୍ଯ୍ୟନ୍ତ ଶିଳ୍ପା ଶେଟ୍ଟୀଙ୍କୁ କିଛିବି ଜଣା ନଥିଲା ଯେ, ତାଙ୍କ ମା’ଙ୍କ ପାଖକୁ କଣ ମେସେଜ ପଠାଯାଇଛି ।

ମା’ ଶିଳ୍ପା ଶେଟ୍ଟୀଙ୍କୁ ଗାଳି କରିଲେ :

ଶିଳ୍ପାଙ୍କ ମା’ ଯେତେବେଳେ ଏହି ମେସେଜ ପଢ଼ିଲେ, ସେତେବେଳେ ଶୋ’ ସମୟରେ କୋଲ କରି ଶିଳ୍ପାଙ୍କୁ ଗାଳି ଦେଲେ ଏବଂ ଏସବୁ କଣ ଚାଲିଛି ବୋଲି ପଚାରିଲେ ? ସେତେବେଳେ ଶିଳ୍ପା କିଛିବି ବୁଝି ପାରୁନଥିଲେ ମାତ୍ର ମାମଲା କାଳେ ଅଧିକ ବଢ଼ିଯିବ । ତେଣୁ ଅନୁରାଗ ଏବଂ ଗୀତା ଶିଳ୍ପାଙ୍କ ସାମ୍ନାରେ ସତ କଥା କହିଥିଲେ, ଯାହା ପରେ ପୁରା ଘଟଣା ଶାନ୍ତ ହେଲା । ନହେଲେ ଶିଳ୍ପାଙ୍କ ମା’ ତ ବହୁତ ରାଗି ଯାଇଥିଲେ ଏବଂ ଟେନସନ ହୋଇ ଯାଇଥିଲେ ।

ଶିଳ୍ପା ମା’ଙ୍କୁ ସବୁକଥା କହିଲେ :

ଶିଳ୍ପା ଯେତେବେଳେ ଜାଣିଲେ ଯେ, ଏସବୁ ଅନୁରାଗ ବସୁ କରିଛନ୍ତି; ସେତେବେଳେ ସେ ମା’ଙ୍କୁ କହିଲେ ଯେ, ଯଦି କେବେ ତୁମ ମୋବାଇଲକୁ ମୋର (ଶିଳ୍ପା ଶେଟ୍ଟୀ) ଗର୍ଭବତୀ ହେବା କିମ୍ବା ଛାଡ଼ପତ୍ର କଥା ମେସେଜ ଯାଏ, ତା’ହେଲେ ସେ କଥାକୁ ବିଶ୍ୱାସ କରିବା ନାହିଁ ଏବଂ ଭାବିବେ ଏହି ମେସେଜ ଅନୁରାଗ ବସୁ କରିଛନ୍ତି । କାରଣ ଅନୁରାଗ ଥାଉ ଥାଉ ଏହିପରି ମଜା ଆଉ କେହି କରିପାରିବେ ନାହିଁ ।