ଶିକ୍ଷାରୁ ଜ୍ଞାନ ପ୍ରାପ୍ତ ହୋଇଥାଏ, ଅହଂକାରରୁ ନୁହେଁ !

Spread the love

ସାଗରରେ ତରଙ୍ଗ ସ୍ଫୁରିତ ହେଲା ପରି ତୁମଠାରୁ ହିଁ ଏ ସଂସାର ସ୍ଫୁରିତ ହୁଏ, ଏହା ନିଃସନ୍ଦେହ ! ତେଣୁ ଏହି ଧରିତ୍ରୀରେ ଜନ୍ମ ନେଲା ପରେ, ମନୁଷ୍ୟ ଜ୍ଞାନ ରୂପକ ବିଦ୍ୟାକୁ ଅର୍ଜନ କରିବା ପରେ ନିଜେ ଗର୍ବ ଅହଂକାର କରିବା ଉଚିତ ନୁହେଁ ! ଆତ୍ମା ପ୍ରଫୁଲ୍ଲତାର ସୁରଭିରୁ ସେହି ପରମାନନ୍ଦ ପ୍ରଭୁଙ୍କ ଆଭାସ ମିଳିଥାଏ ଆଉ ଯଦି ତାଙ୍କର ବିଶେଷ କୃପା ହୋଇଯାଏ ତ ସଂସାର ଭିତରେ ଛନ୍ଦି ହୋଇ ରହିଥିବା ମନୁଷ୍ୟ ଆପଣାର ଆଧ୍ୟତ୍ମିକ ପଥରେ ଅଗ୍ରସର ହୁଏ ! ଏମିତି ହିଁ ଜଣେ ମହାପୁରୁଷ, ମହାକବି କାଳି ଦାସଙ୍କ ବିଷୟରେ କିଛି ତଥ୍ୟ ଆପଣଙ୍କ ସମ୍ମାନକୁ ନେଇଆସିଛୁ ! ତେବେ ଆସନ୍ତୁ ସମ୍ପୂର୍ଣ୍ଣ ତଥ୍ୟଟିକୁ ପଢିବା !

ଏକଦା ମହାକବି କାଳି ଦାସ ରାସ୍ତାରେ ଯାଉଥିବା ବେଳେ ସେ ଦେଖିଲେ ଏକ ନାରୀ ନଦୀରୁ ମାଠିଆରେ ପାଣି ଭାରୀ କରୁଥିଲେ ! କାଳୀ ଦାସ ସେହି ନାରୀଙ୍କୁ କହିଲେ – ମାତା, ମୋତେ ପିଇବା ପାଇଁ ପାଣି ଟିକେ ଦିଅ, ଭାରି ଶୋଷ ଲାଗୁଛି ! ସେହି ନାରୀ ଜଣଙ୍କ କହିଲେ, ଆପଣଙ୍କ ପରିଚୟ ଦେଲେ ମୁଁ ଆପଣଙ୍କୁ ପାଣି ପିଇବା ପାଇଁ ଦେବି !

କାଳି ଦାସ କହିଲେ, ମୁଁ ଅତିଥି ! ନାରୀ ଜଣଙ୍କ କହିଲେ, ଆପଣ ଅତିଥି କିପରି ହୋଇପାଇରବେ ?

ସଂସାରରେ ଦୁଇଜଣ ହିଁ ଅତିଥି ଅଛନ୍ତି, ଜଣକ ଧନ ଓ ଦ୍ଵିତୀୟ ଜଣକ – ଯୌବନ ! ଏମାନେ କାହା ପାଖରେ ମଧ୍ୟ ଅଧିକ ସମୟ ସ୍ଥାୟୀ ଭାବରେ ରୁହନ୍ତି ନାହିଁ !

ଏହାପରେ କାଳି ଦାସ କହିଲେ ମୁଁ ଜଣେ ସହନଶୀଳ ବ୍ୟକ୍ତି ଅଟେ ! କିନ୍ତୁ ନାରୀ ଜଣକ କହିଲେ ସହନଶୀଳ ବ୍ୟକ୍ତି ଦୁଇ ଜଣ ଅଟନ୍ତି ! ପ୍ରଥମ, ପୃଥିବୀ ଯିଏ କି ପାପୀ ଓ ଧର୍ମୀଙ୍କ ବୋଝକୁ ନିଜ ଉପରେ ଲଦି ରଖିଛି ! ଦ୍ଵିତୀୟ, ଗଛ ଯାହାକୁ କି ଯେତେ ପଥର ମାରିଲେ ମଧ୍ୟ ସେ ଆମକୁ ମିଠା ଫଳ ହିଁ ଦେଉଛି ! କାଳି ଦାସ ଏହିପରି ତର୍କ ବିତର୍କ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ !

ପରିଶେଷରେ ସେ କହିଲେ ମୁଁ ଏକ ଜିଦ୍ ବ୍ୟକ୍ତି ଅଟେ ! ନାରୀ ଜଣକ କହିଲେ ଜିଦ୍ ଦୁଇ ଜଣ ହିଁ ଅଟନ୍ତି ! ପ୍ରଥମ – ନଖ ଏବଂ ଦ୍ଵିତୀୟ – ବାଳ, ଏମାନଙ୍କୁ ଯେତେ କାଟିଲେ ମଧ୍ୟ ବଢି ଯାଆନ୍ତି !

ନିଜ ହାର ମାନି କାଳି ଦାସ ସେହି ନାରୀ ଜଣଙ୍କ ପାଦ ତଳେ ଲୋଟି ପୋଡିଲେ ! ନାରୀ ଜଣକ ଯେତେବେଳେ କହିଲେ, ଉଠ ବତ୍ସ ! ଏହି ଶବ୍ଦ ଶୁଣି କାଳି ଦାସ ନିଜର ମୁଣ୍ଡ ଉପରକୁ ଉଠାଇଲେ ଦେଖିଲେ ସେଠାରେ ସ୍ୱୟଂ ମା’ ସରସ୍ୱତୀ ଦଣ୍ଡାୟମାନ ହୋଇ ଠିଆ ହୋଇଥଲେ ! ମା’କହିଲେ ଶିକ୍ଷାରେ ହଁ ଜ୍ଞାନ ପ୍ରାପ୍ତି ହୋଇଥାଏ, ଅହଂକାରରୁ ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ !

ତା’ପରେ ମା’ କହିଲେ, ତୁମେ ତୁମର ଶିକ୍ଷା ବଳରେ ଯେଉଁ ମାନ-ସମ୍ମାନ ପ୍ରତିଷ୍ଠା କରିଛ, ତାହାକୁ ତୁମେ ନିଜର ଅହଂକାର ବୋଲି ମାନି ନେଲ କିନ୍ତୁ ବିଦ୍ୟାକୁ ନେଇ ଗର୍ବ କରିବା ଉଚିତ୍ ନୁହେଁ !

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ! !! ଧନ୍ୟବାଦ !!