ଶୀତ ଋତୁରେ ତ୍ୱଚାକୁ କୋମଳ ରଖିବା ପାଇଁ ଆପଣାନ୍ତୁ : ଏହି 10 ଟି ଉପଚାର

Spread the love

ଲୋକମାନେ ଶୀତ ପାଇଁ ଯେତିକି ଚିନ୍ତିତ ନୁହଁନ୍ତି, ସ୍ୱାସ୍ଥ୍ୟକୁ ତା’ଠାରୁ ଅଧିକ ଚିନ୍ତିତ ହୋଇପଡନ୍ତି । ଖାସ୍ କରି ଚର୍ମ ଏବଂ ଚେହେରାର ଅଧିକ ଯତ୍ନ ନେବାକୁ ଭୁଲନ୍ତି ନାହିଁ । ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ତ୍ୱଚା ଅଧିକ ଶୁଖିଲା ଏବଂ ରୁଖା ହୋଇଯାଏ । ଆଜି ଆମେ ଆପଣଙ୍କୁ ଶୀତରୁ ନିଜ ଚେହେରାକୁ ବଞ୍ଚାଇବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣଙ୍କ ଚେହେରା ଅନ୍ୟ ଦିନ ଭଳି କୋମଳ ରହିବ ।

1. ଶୀତଋତୁରେ ଚର୍ମ ଖୁବ୍ ଶୁଖିଲା ଏବଂ ରୁଖା ହୋଇଯାଇଥାଏ । ଏଥିପାଇଁ ଜରୁରୀ ହେଉଛି ଭିଟାମିନ୍-ଇ ଯୁକ୍ତ ମୋସ୍କୁରାଜ଼ୀଙ୍ଗ । ମୁହଁକୁ ଭଲଭାବରେ ଥଣ୍ଡାପାଣିରେ ଧୂଆନ୍ତୁ ଦିନକୁ ୩ ରୁ ୪ ଥର ଏବଂ ରାତିରେ ଶୋଇବା ପୂର୍ବରୁ ଥରେ ମୋଏସଚରାଇଜର ଲଗାଇ ଶୁଅନ୍ତୁ ।

2. ଗରମ ପାଣିରେ ଗାଧେଇବା ଅପେକ୍ଷା ଉଷୁମ ପାଣିରେ ଗାଧାନ୍ତୁ ଏବଂ ସାବୁନ ବ୍ୟବହାର କମ୍ କରନ୍ତୁ ।

3. ଦହି ଏବଂ ଚିନିର ମିଶ୍ରଣ ଏହି ଋତୁରେ ଆପଣଙ୍କ ତ୍ୱଚା ପାଇଁ ବେଶି ଲାଭଦାୟକ ହେବ । ତେଣୁ ଏହି ମିଶ୍ରଣକୁ ମୁହଁରେ ଲଗାଇ ଶୁଖିବାକୁ ଦିଅନ୍ତୁ । ଶୁଖିବା ପୂର୍ବରୁ ଅଳ୍ପ ମାଲିସ କରି ଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ ।

4. ଶୀତଋତୁରେ ମଧ୍ୟ ସନସ୍କ୍ରୀନ୍ ଲଗାଇବା ଭୁଲନ୍ତୁ ନାହିଁ ଏବଂ ପ୍ରଚୁରରୁ ପ୍ରଚୁର ପାଣି ପିଅନ୍ତୁ ।

5. ଚେହେରାକୁ କୋମଳ ଏବଂ ସୁସ୍ଥ ରଖିବା ପାଇଁ ନଡିଆ ତେଲର ବ୍ୟବହାର କରନ୍ତୁ । ଗାଧୋଇବା ପୂର୍ବରୁ ଶରୀର ଏବଂ ତ୍ୱଚାରେ ନଡିଆ ତେଲ ଲଗାଇ ଗାଧାନ୍ତୁ । ଚର୍ମ କେବେ ଶୁଖିଲା ହେବ ନାହିଁ ।

6. ଗ୍ଲେସରିନ,ଲେମ୍ବୁ ଏବଂ ୩ ଓ ୪ ଟୋପା ଗୋଲାପଜଳ ମିଶାଇ ଏକ ମିଶ୍ରଣ କରନ୍ତୁ ଏବଂ ଏହି ମିଣ୍ରଣକୁ ପ୍ରତିଦିନ ଶୋଇବା ପୂର୍ବରୁ ଚେହେରା ଓ ଶରୀରରେ ଲଗାଇ ଶୁଅନ୍ତୁ । ସକାଳୁ ଉଠି ଉଷୁମ ପାଣିରେ ଗାଧାନ୍ତୁ ।

7. କସମେଟିକ୍ ପ୍ରଡକ୍ଟ ଅପେକ୍ଷା ପ୍ରାକୃତିକ ଅର୍ଥାତ ଘରୋଇ ଜିନିଷକୁ ବ୍ୟବହାର କରନ୍ତୁ ।

8. ହାତ ଶୁଖିଲା ହେଉଥିଲେ ମହୁ,ଲେମ୍ବୁ କିମ୍ବା ଲେମ୍ବୁ,ଚିନିର ମିଶ୍ରଣକୁ ହାତରେ ମାଲିସ୍ କରି କିଛି ସମୟ ଛାଡିଦିଅନ୍ତୁ । ଏହା ପରେ ହାତକୁ ଧୋଇନିଅନ୍ତୁ ।

9. କିଛି ଲୋକଙ୍କ ଚେହେରା ଆଗରୁ ହିଁ ଶୁଖିଲା ହୋଇଥାଏ ଶୀତରେ ଏମାନଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡେ । ଏଭଳି ଅବସ୍ଥାରେ କ୍ଷୀର ଆପଣଙ୍କ ପାଇଁ ଲାଭଦାୟକ ହେବ । ୪୦ ମିନିଟ୍ କ୍ଷୀରକୁ ଶରୀର ଏବଂ ଚେହେରାରେ ମାଲିସ୍ କରି ଉଷୁମ ପାଣିରେ ଏହାକୁ ଧୋଇନିଅନ୍ତୁ ।

10. ଗ୍ଲେସରିନ,ଗୋଲାପଜଳ ଏବଂ ଘିଅକୁଆଁରୀ ରସକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୁଅନ୍ତୁ ।