ରାତି ୧୧ଟା ସମୟରେ ନିଜ ୨ବର୍ଷ ବଯସର ଝିଅକୁ ନେଇ ନିଜ ଡ୍ୟୁଟି କରିବାକୁ ଚାଲି ଯାଇଥିଲେ । ସହକର୍ମୀମାନେ କହିଥିଲେ ମାଡାମ୍ ଝିଅକୁ ଆମକୁ ଦେଇ ଦିଅନ୍ତୁ ।

Spread the love

ଆଇପିଏସ୍ ରୁଚି ବର୍ଦ୍ଧନ ମିଶ୍ର ନିଜ ଶାଶୁଙ୍କ ପାଦ ଛୁଇଁ, ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ରାତ୍ର ୧୧ଟାରେ ନିଜ ଝିଅ ସହ ଚାଲି ଯାଇଥିଲେ । ଏହି ଘଟଣା ଭାରତରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

ଭାରତରେ ଆଜି କାଲି ମହିଳାମାନେ ପୁରୁଷଙ୍କ ସହ ତାଳ ଦେଇ ଚାଲିବାରେ ନଜର ଆସୁଛି । ପ୍ରତି କ୍ଷେତ୍ରରେ ମହିଳାମାନେ ଦେଶର ନାଆଁକୁ ଗର୍ବିତ କରି ଆସୁଛନ୍ତି । ଏହି ସମୟରେ ଆଇପିଏସ୍ ଓ ଇନ୍ଦୋର ସହରର ଏସ୍.ଏସ୍.ପି ରୁଚି ବର୍ଦ୍ଧନ ମିଶ୍ରଙ୍କର ନାମ ପଛରେ ପଡି ନାହିଁ । ଆପଣ ଠିକ୍ ଶୁଣୁଛନ୍ତି ଆଇପିଏସ ଓ ଇନ୍ଦୋର ସହରର ଏସ୍.ଏସ୍.ପି ରୁଚି ବର୍ଦ୍ଧନ ମିଶ୍ର ଥରେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ଓ ଏହିଥର ସେ ନିଜ ଡ୍ୟୁଟିକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଆଇପିଏସ ରୁଚି ବର୍ଦ୍ଧନ ମିଶ୍ର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି ଓ ସେହି ଲୋକଙ୍କ ମୁହଁରେ ଚାପୁଡା ମାରିବାର କାର୍ଯ୍ୟ କରିଛନ୍ତି ଯେଉଁମାନେ କୁହନ୍ତି, ମହିଳାମାନେ କେବଳ ଘରେ ରହି ରୋଷେଇ କରିବା ଦରକାର । ଆସନ୍ତୁ ଜାଣିବେ ଆଜିର ଏହି ଲେଖାରେ କଣ ଏମିତି ନୂଆ କଥା ରହିଛି ।

ଆଇ.ପି.ଏସ୍ ରୁଚି ବର୍ଦ୍ଧନ ମିଶ୍ର ନିଜ ବ୍ୟାଚ୍ ର ଶ୍ରେଷ୍ଟ ଅଟନ୍ତି । ଆଇପିଏସ୍ ରୁଚି ବର୍ଦ୍ଧନ ଶ୍ରେଷ୍ଟ ଲକ୍ଷ୍ୟ ଭେଦକ ଅଟନ୍ତି ଓ ରୁଚିଙ୍କ ଲକ୍ଷ୍ୟ କେବେବି ଲକ୍ଷ୍ୟ ବିଚ୍ୟୁତ ହୁଏ ନାହିଁ । ପ୍ରଥମ ଥର ଆଇପିଏସ୍ ରୁଚି ବର୍ଦ୍ଧନ ନିଜ ଶାଶୁଙ୍କ ପାଦ ଛୁଇଁ ଥିଲେ, ନିଜ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଓ ଏହିଥର ନିଜ ଝିଅଙ୍କୁ ନେଇ ଡ୍ୟୁଟିକୁ ଯିବା ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି । ଆଇପିଏସ୍ ରୁଚି ବର୍ଦ୍ଧନଙ୍କ ଝିଅ ବହୁତ ଛୋଟ ଏବଂ ସେ ଭାରି ଜିଦ୍ ଖୋର୍ ମଧ୍ୟ କିନ୍ତୁ ରୁଚି ବର୍ଦ୍ଧନ ନିଜ ଡ୍ୟୁଟି ଓ ମାଆର ମମତା ଉଭୟ ସୂଚାରୁ ରୂପେ ତୁଲାଇ ଥିଲେ ।

ରାତି ୧୧ଟା ସମୟରେ ନିଜ ୨ବର୍ଷ ବଯସର ଝିଅକୁ ନେଇ ନିଜ ଡ୍ୟୁଟି କରିବାକୁ ଚାଲି ଯାଇଥିଲେ ଆଇପିଏସ୍ ରୁଚି ବର୍ଦ୍ଧନ ମିଶ୍ର :

ଶୁକ୍ରବାର ଦିନ ରାତି ୯ଟା ସମୟରେ ରୁଚି ବର୍ଦ୍ଧନ ଯେତେବେଳେ ନିଜ ନିବାସରେ ପହଞ୍ଚିଥିଲେ ସେହି ସମୟରେ ନିଜ ଝିଅ ମାଆଙ୍କୁ କୁଣ୍ଢାଇ ପକାଇଥିଲେ ଓ ସେ ରୁଚିଙ୍କୁ ଛାଡି ନଥିଲେ । ସେହି ସମୟରେ ରୁଚିଙ୍କୁ ଖୁଣ୍ଡେଲ ଥାନା ନିରକ୍ଷଣରେ ଯିବାର ଥିଲା କିନ୍ତୁ ଝିଅ ଜିଦ୍ ଧରି ବସିଲେ । ତେଣୁ କରି ରୁଚି ନିଜ ଝିଅଙ୍କୁ ସାଥିରେ ନେଇ ନିଜ ଡ୍ୟୁଟିକୁ ଚାଲି ଯାଇଥିଲେ । ରାତି ପ୍ରାୟ ୧୧ଟା ସମୟରେ ସେ ଯେତେବେଳେ ଥାନାରେ ପହଞ୍ଚିଲେ, ସେହି ସମୟରେ ରୁଚିଙ୍କ ଝିଅ ଶୋଇ ଯାଇଥିଲେ । ଏହି ସମୟରେ ଆଇପିଏସ୍ ରୁଚି ବର୍ଦ୍ଧନଙ୍କୁ ନିଜ ଝିଅଙ୍କ ସହ ଦେଖି ସହକର୍ମୀମାନେ କହିଥିଲେ ମାଡାମ୍ ଝିଅକୁ ଆମକୁ ଦିଅନ୍ତୁ । କିନ୍ତୁ ରୁଚି ନିଜ ଝିଅକୁ କାହାରିକୁ ଦେଇ ନଥିଲେ ଓ ନିଜ ଡ୍ୟୁଟି କରିଥିଲେ । କହିବାକୁ ଚାହୁଁଛୁ ନିକଟରେ ରୁଚି ଇନ୍ଦୋର ସହରର ଆଇପିଏସ୍ ପଦରେ ଯୋଗ ଦେଇଛନ୍ତି ଓ ରୁଚିଙ୍କ ସ୍ଵାମୀ ମଧ୍ୟ ଉଜ୍ଜେନର କଲେକ୍ଟର ଅଟନ୍ତି ।

ବନ୍ଧୁକ ଚାଳନାରେ ପ୍ରଥମ ହୋଇଥିଲେ :

ଆଇପିଏସ୍ ରୁଚି ବର୍ଦ୍ଧନ ମିଶ୍ର ନିଜର ଗୋଟିଏ ସାକ୍ଷାତକାରରେ କହିଥିଲେ, ସେ ଦିଲ୍ଲୀର ଜେ.ଏନ୍.ୟୁ ବିଶ୍ଵ ବିଦ୍ୟାଳୟରେ ଏମ୍.ଏ ଓ ଏମ୍.ଫିଲ୍ ପରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ସେ ପୁରା ଭାତରତରେ ୬୭ ରେଙ୍କରେ ରହିଥିଲେ । ଆଇପିଏସ୍ ହୋଇଯିବ ପରେ ୩ ମାସର ତାଲିମ ମଶୁରୀରେ ଶେଷ କରିଥିଲେ । ଏହା ପରେ ହାଇଦ୍ରାବାଦର ସର୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ତାଲିମ ନେଇଥିଲେ ଓ ୟୁପିଏସସିର ନମ୍ବର ଓ ତାଲିମର ନମ୍ବର ମିଶାଇ ନିଜ ବ୍ୟାଚ୍ ରେ ଟପର୍ ହୋଇଥିଲେ । ସେ ନିଜ ବନ୍ଧୁକ ଚାଳନା ସମୟରେ ୧୦ ରୁ ୧୦ ନମ୍ବର ରଖିଥିଲେ । ଅର୍ଥାତ ବନ୍ଧୁକ ଚାଳନାରେ ପ୍ରଥମ ହୋଇଥିଲେ ।

ନିଜ କାର୍ଯ୍ୟରୁ ନିଜସ୍ୱ ପରିଚୟ ସୃଷ୍ଟି କରିଥିଲେ :

ଆଇପିଏସ୍ ରୁଚି ବର୍ଦ୍ଧନଙ୍କୁ ଦବଙ୍ଗ ଲେଡି ର ଆଖ୍ୟାରେ ଦିଆଯାଇଛି । ୨୦୧୬ ଭୋପାଲରେ ୟୁପିଏସସି ଛାତ୍ରୀ ସହ ଗଣ ଦୁଷ୍କର୍ମ ମାମଲାରେ ୪ ଜଣ ଆସାମୀକୁ ଦଣ୍ଡ ଦେବା କାର୍ଯ୍ୟ ପାଇଁ ରୁଚିଙ୍କ ଭୂମିକା ଗୁରୁତପୂର୍ଣ୍ଣ ଥିଲା । ରୁଚି କୋର୍ଟର ଆଦେଶରେ ଦିନକୁ ଦିନ ଚ୍ୟାଲେଞ୍ଜ ମିଳିବା ପରେ ଯାଞ୍ଚ ପୁରା କରି ଚାର୍ଜସିଟ୍ ଦାଖଲ କରିଥିଲେ ଓ ପରେ ୪ ଜଣ ଦୋଷୀଙ୍କୁ ଆଜୀବନ ବନ୍ଧୀ ହେବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କହିବାକୁ ଚାହୁଁଛୁ ରୁଚିଙ୍କ କାର୍ଯ୍ୟରୁ ରୁଚିଙ୍କ ନାମ ସୃଷ୍ଟି ହୋଇଛି ।