ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ – ଏହି ଜିନିଷ

Spread the love

ଶରୀରରୁ ବିଶୈଲ୍ୟ ପଦାର୍ଥ ବାହାର କରିବା ପାଇଁ ଲିଭରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଖରାପ ଖାଦ୍ୟପେୟ, ମଦ୍ୟ ପାନ (ଆଲକୋହଲ ସେବନ), ଧୂମପାନ (ସ୍ମକିଙ୍ଗ) ଏବଂ ଅନିୟମିତ ଜୀବନ ଶୈଳୀ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇରହି ଥାଏ । ଏହି ବିଷାକ୍ତ ପଦାର୍ଥ ଶରୀରର ସମସ୍ତ ଅଙ୍ଗ କ୍ଷତି ପହଞ୍ଚାଇ ଥାଏ ଓ ଅଙ୍ଗପ୍ରତ୍ୟେଙ୍ଗ ସବୁକୁ ସୁଚାରୁ ରୂପରେ କାର୍ଯ୍ୟ କରିବାରେ ବାଧା ଉପୁଜାଇ ଥାଏ । ଔଷଧ ଖାଇବା ଠାରୁ ଭଲ, ଆପଣ ଏହି ପ୍ରକାରର ପ୍ରାକୃତିକ ଉପାୟରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ନିଅନ୍ତୁ । ଆସନ୍ତୁ ଜାଣିବା ଏହି ଜିନିଷ କଣ ଅଟେ ।

ମହୁ, ଲେମ୍ବୁ ଓ ଗରମ ପାଣି:-

Google

ଶରୀରରୁ ସବୁ ଟୋକ୍ସିନ୍ସକୁ ବାହାର କରିବାର ସବୁଠାରୁ  ଭଲ ଉପାୟ ଏହା କି ଆପଣ ସକାଳୁ ସକାଳୁ ମହୁ ଓ ଲେମ୍ବୁ ସହିତ ଗରମ ପାଣି ପିଅନ୍ତୁ । ଏଥିରେ ଶରୀରରେ ଏସିଡିଟିର ସନ୍ତୁଳନ ବି ବଜାୟ ରହିଥାଏ । ଏକ ଗ୍ଲାସ ଗରମ ପାଣିରେ ଗୋଟିଏ ଚାମୁଚ ମହୁ ଓ ଅଧା ଲେମ୍ବୁ ଚିପଡନ୍ତୁ । ଭଲ ଭାବରେ ମିଶାଇ ଏହାକୁ ପ୍ରତି ଦିନ ସକାଳୁ ପିଅନ୍ତୁ ।

ଗ୍ରୀନ ଟି:-

Google

ଏଣ୍ଟିଅକ୍ସିଡେଣ୍ଟରେ ପରିପୂର୍ଣ୍ଣ ଗ୍ରୀନ ଟି ମଧ୍ୟ ଶରୀରର ଅଦରକାରୀ ଟୋକ୍ସିନ୍ସ ବା ବିଷାକ୍ତ ପଦାର୍ଥକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଥିରେ କୈଟେଚିନ୍ସ ନାମରେ ଏକ ଖାସ୍ ଏଣ୍ଟିଆକ୍ସିଡେଣ୍ଟ ଥାଏ ଯାହାକି ଲିଭର ଫାଂକସନ୍ସକୁ ମଜବୁତ କରି ଥାଏ ।

ଅଦା:-

Google

ଅଦାକୁ ଏଣ୍ଟିଇଂପ୍ଲେମେଟେରୀ ଗୁଣ ପାଇଁ ଜଣା ଯାଇଥାଏ । ଏହା ମେଟାବେଲିଯ୍ୟମ ମଜବୁତ କରିବା ପାଇଁ ସାହାଯ୍ୟ କରିଥାଏ । ଆଉ ଆମର ଟୋକ୍ସିନ୍ସ ସଫା କରିବା ସହିତ ଲିଭର କାମ କରିବା କ୍ଷମତାକୁ ବଢ଼େଇ ଥାଏ । ଆପଣ ଅଦାର ଏକ ଛୋଟ ଖଣ୍ଡ ଖାଆନ୍ତୁ ଏବଂ ନିଜର ଖାଦ୍ୟ ଦ୍ରବ୍ୟରେ ବ୍ୟବହାର କରନ୍ତୁ ।

ରସୁଣ:-

Google

ରସୁଣ ବି ଏଣ୍ଟିଅକ୍ସିଡେଣ୍ଟରେ ଭରପୁର ହୋଇଥାଏ ଆଉ ଏହା ପ୍ରାକୃତିକ ଡିଟାକ୍ସିଫାଇଙ୍ଗ ଏଜେଣ୍ଟ ଭଳିଆ କାମ କରିଥାଏ । ରସୁଣରେ ମିଳୁଥିବା ଏଲିସିନରେ ଏଣ୍ଟିଭାଇରାଲ, ଏଣ୍ଟି ବ୍ୟାକ୍ଟେରିଆଲ, ଏଣ୍ଟି ଫଙ୍ଗଲ ଓ ଏଣ୍ଟି ଅକ୍ସିଡେଣ୍ଟ ପ୍ରୋପାର୍ଟିଜ୍ ବି ରହିଥାଏ ।

ଫାଇବର ଯୁକ୍ତ ଜିନିଷ:-

Google

ଶରୀରରୁ ପ୍ରାକୃତିକ ରୂପରେ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଆପଣଙ୍କୁ ଆପଣଙ୍କର ଡାଇଟରେ ଫାଇବର ଯୁକ୍ତ ଖାଦ୍ୟ ନିଶ୍ଚିତ ସାମିଲ କରିବା ଦରକାର ଅଟେ । ଯେମିତିକି ଡାଲି ଜାତୀୟ ଜିନିଷ, ପନିପରିବା ଓ ଫଳ ଇତ୍ୟାଦି । ଏହା ପାଚନ ତନ୍ତ୍ରକୁ ମଜବୁତ ରଖିବାରେ ସହାୟକ ହୋଇ ଥାଏ ।

ଏଲବେରା ଜୁସ:-

Google

ଏଲବେରା ଜୁସରେ ଏଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହାକି ଶରୀରର ବିଷାକ୍ତ ରସାୟନ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ପ୍ରତି ଦିନ ସକାଳେ ଏଲବେରା ଜୁସ ପିଅନ୍ତୁ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆମ ସମସ୍ତଙ୍କ ନିହାତି ଜରୁରୀ ନିୟମତ ଭାବରେ ଏହାକୁ ପାଳନ କରିଲେ ଶରୀର ସୁସ୍ଥ ରହିବ ସଂଗେ ସଂଗେ ରୋଗମୁକ୍ତ ମଧ୍ୟ ରହି ପାରିବ । ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ, share କରି ଅନ୍ୟମାନଙ୍କୁ ଜଣାନ୍ତୁ ।