ଆସନ୍ତୁ ଜାଣିବା, ଶରୀରର କେଉଁ ଅଙ୍ଗରେ କଳା ସୂତା ବାନ୍ଧିଲେ କଣ ହୋଇଥାଏ

Spread the love

ଆଜିର ଦିନରେ ପ୍ରତ୍ୟେକ ଲୋକ କିଛି ନା କିଛି ସମସ୍ୟାରେ ପଡି ହଇରାଣ ହେଉଛନ୍ତି । ଆଉ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ଆପଣଙ୍କୁ ଜଣାଇ ଡେଉଛୁ ଯେ, ଯେତେବେଳେ ଲୋକଙ୍କର ଗୋଟିଏ ନିର୍ଦ୍ଧିଷ୍ଟ ସମସ୍ୟା ସୀମା ଲଙ୍ଘନ କରିଥାଏ, ସେହି ସମୟରେ ଯେତେବଡ଼ ଜ୍ଞାନୀ, ପଣ୍ଡିତ ହେଲେ ମଧ୍ୟ ନିଜ ହେଜ୍ଞାନ ହରାଇଥାଏ । ସେହି ସମସ୍ୟରୁ ମୁକୁଳିବା ପାଇଁ ଅପ୍ରାଣ ଉଦ୍ୟମ କରିଥାଏ ଏବଂ ପ୍ରଚଳିତ ପ୍ରଥାକୁ ମଧ୍ୟ ଆପଣାଇ ଥାଏ । ଭାରତର କୋଣ କୋଣରେ ଏପରି ଅନେକ ପ୍ରଥା ପ୍ରଚଳିତ ହେଉଛି, ଯାହାକୁ ବୁଝିବା ଓ ବିଶ୍ୱାସ କରିବାରେ ମଧ୍ୟ କେତେକଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଥାଏ । ତଥାପି ଲୋକେ ଏହାକୁ ମାନିଥାନ୍ତି ଓ ଗ୍ରହଣ ମଧ୍ୟ କରିଥାନ୍ତି ଏବଂ ଏହାର ପରିଣାମ ସଫା ସଫା ଦେଖିବାକୁ ପାଇଥାନ୍ତି । ଆଖି ଲାଗିବା ବା ଖରାପ ନଜର ଦୋଷ ଯେମିତି ସମସ୍ୟା ସବୁ ଭାରତରେ ଅଧିକ ଦେଖିବାକୁ ଆଉ ଶୁଣିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟ ସହିତ ସମ୍ବନ୍ଧିତ କିଛି ସୂଚନା ଦେବାକୁ ଯାଉଛୁ ।

ଆମ ଭିତରୁ ଅନେକ ଲୋକ ଖରାପ ନଜର ଠାରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣେଇଥାନ୍ତି । ଯାହା ମଧ୍ୟରୁ କଳା ସୂତା ମଧ୍ୟ ଏକ ଉପାୟ ଅଟେ । ଯାହାକି ବ୍ୟକ୍ତିକୁ ଖରାପ ନଜରରୁ ବଞ୍ଚେଇ ଥାଏ , କାହିଁକି ନା ଖରାପ ନଜର ସବୁବେଳେ କ୍ଷତିକାରକ ହୋଇଥାଏ । ଏହାର ପ୍ରଭାବ ସବୁବେଳେ ମଣିଷ ଜୀବନରେ ଖରାପ ନକରାତ୍ମକ ଶକ୍ତିକୁ ବଢ଼େଇଥାଏ । ଏଥିପାଇଁ ବହୁତ ଲୋକ ଖରାପ ନଜରରୁ ବଞ୍ଚିବା ପାଇଁ ଏହି କଳା ସୂତାର ପ୍ରୟୋଗ କରିଥାନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି କଳା ସୂତା ବାନ୍ଧିବା ଦ୍ୱାରା ବ୍ୟକ୍ତି ଉପରେ ନକରାତ୍ମକ ଶକ୍ତିର କୌଣସି ପ୍ରଭାବ ପଡି ନଥାଏ । କଳା ସୂତାରେ ସେହି ଶକ୍ତି ଅଛି, ଯାହା ଆପଣଙ୍କ ଭାଗ୍ୟକୁ ବି ବଦଳେଇ ଦେଇଥାଏ । ଆହୁରି ଏହା ବି କହି ଦେଉଛୁ ଯେ, ମନ୍ତ୍ର କରି ବନ୍ଧା ଯାଇଥିବା କଳା ସୂତା ଖରାପ ନଜର ସହିତ ନକରାତ୍ମକ ଶକ୍ତି ଠାରୁ ବଞ୍ଚାଇ ଥାଏ ।

ଜ୍ୟୋତିଷଙ୍କ ମତରେ କଳା ରଙ୍ଗର ସୂତା ବାନ୍ଧିବା ପଛରେ ବହୁତ ଗୁଡିଏ ଗୁପ୍ତତଥ୍ୟ ଲୁଚି ରହିଛି । କିନ୍ତୁ ବୈଜ୍ଞାନିକ ପଦ୍ଧତି ଅନୁସାରେ ମଧ୍ୟ କଳା ସୂତା ବାନ୍ଧିବା ବହୁତ ଲାଭକାରୀ ଅଟେ । ତନ୍ତ୍ରଶାସ୍ତ୍ର ସାଧନା ବିଧି ଅନୁସାରେ କଳା ସୂତାକୁ ଖରାପ ଶକ୍ତି ଠାରୁ ରକ୍ଷା କରିବାର ମାନ୍ୟତା ରହିଛି । ଶାସ୍ତ୍ର ଗ୍ରନ୍ଥରେ ମଧ୍ୟ କୁହାଯାଇଛି ଯେ, କଳା ସୂତା ଖରାପ ନଜରରୁ ରକ୍ଷା କରିଥାଏ , ଯଦି ବ୍ୟକ୍ତି ଏହାକୁ ଶରୀରର ସଠିକ୍ ଅଙ୍ଗରେ ପିନ୍ଧିଥାଏ ତୋ ଏହା ଅତ୍ୟନ୍ତ ମଙ୍ଗଳଦୟକ ହୋଇଥାଏ ।  ଆସନ୍ତୁ ଜାଣିବା, ଶରୀରର କେଉଁ ଅଙ୍ଗରେ କଳା ସୂତା ପିନ୍ଧିବା, ଯାହା ଦ୍ୱାରା ଆପଣ ସହଜରେ ମାଲାମାଲ ହୋଇ ପାରିବେ ।

ଶରୀରର ଏହି ଅଙ୍ଗରେ ପିନ୍ଧନ୍ତୁ କଳା ସୂତା:-

ସର୍ବପ୍ରଥମେ ଆପଣଙ୍କୁ ଏହା ଜଣାଇ ଦେଉଛୁ ଯେ, ଯଦି ମଙ୍ଗଳବାର ଦିନ ହନୁମାନ ମନ୍ଦିରରୁ କଳା ସୂତା ଆଣି ଡାହାଣ ହାତରେ ବାନ୍ଧି ନିଅନ୍ତୁ । ଏହାକୁ ବାନ୍ଧିଲେ ଆପଣଙ୍କର ଅଟକି ଥିବା କାମ ପୂର୍ଣ୍ଣ ହେବ ଓ ଧନର ଆଗମନ ହେବ ।

ଏହା ଛଡା ଏହା ବି ଜଣାଇ ଦେଉଛୁ ଯେ, ଯଦି କଳା ରଙ୍ଗର ସୂତା ଭୈରବୀ ମନ୍ଦିରରୁ ସିନ୍ଦୁର ଲଗେଇ ରବିବାର ଦିନ ତାକୁ ଓଲଟା ମାନେ ବାମ ହାତରେ ବାନ୍ଧିବେ ତୋ ଏହା ଆପଣଙ୍କୁ ଖରାପ ଶକ୍ତି ଠାରୁ ରକ୍ଷା କରିଥାଏ । ଯଦି ଏହି ସୂତାକୁ ପିଲାମାନଙ୍କ ହାତରେ ବାନ୍ଧିବେ ତୋ ଏହା ପିଲାମାନଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ ।

ଆଉ ଆପଣଙ୍କୁ ଏହା ବି ଜଣାଇ ଦେଉଛୁ ଯେ, ଯଦି ଆପଣ ଶନିବାର ଦିନ ହନୁମାନଙ୍କର ପାଦର ସିନ୍ଦୁର ଲଗେଇ କଳା ସୂତାକୁ ଗଳାରେ ଧାରଣ କରିବେ ତୋ ଏହା ଦ୍ୱାରା ରୋଗ ଠାରୁ ରକ୍ଷା ମିଳିଥାଏ । ଯେଉଁ ପିଲାମାନେ ଅଧିକ ରୋଗରେ ପଡ଼ିଥାନ୍ତି , ସେମାନଙ୍କ ପାଇଁ ଏହା ଅତୁଟ ଉପାୟ ।

Comment ରେ ଜୟ ହନୁମାନ ଲେଖନ୍ତୁ ଏବଂ Share କରି ଅନ୍ୟଙ୍କୁ ଜଣାନ୍ତୁ ।