ଶନିଦେବଙ୍କ ନାମ ନେଇ ଶନିବାର ଦିନ ଏହି ୩ଟି କାମ କରନ୍ତୁ । ଏହି ସମାସ୍ୟାରୁ ମୁକ୍ତି ମିଳିବ ।

Spread the love

ଦୁଃଖ କଷ୍ଟ ଏମିତି ଏକ ପକ୍ଷୀ ଯିଏ କି କେତେବେଳେ ନା କେତେବେଳେ ଯେକୌଣସି ବ୍ୟକ୍ତିଙ୍କ ଘରେ ଆସି ବସା ବାନ୍ଧି ନେଇଥାଏ । କହିବାର ତାତ୍ପର୍ଯ୍ୟ ଏହା ଯେ, ଦୁଖଃ ଓ ଅସୁବିଧା ସମସ୍ତଙ୍କ ଜୀବନରେ ଆସିଥାଏ । ଏମିତି ପରିସ୍ଥିତିରେ ସମସ୍ତଙ୍କ ପ୍ରୟାସ ଏହା ଥାଏ ଯେ, ଏହି ଦୁଃଖର ପକ୍ଷୀକୁ ଯେତେ ଶୀଘ୍ର ହେବ ତାକୁ ଉଡେଇ ଦେବ ଉଚିତ । କିନ୍ତୁ ଏହା ସହଜ ମଧ୍ୟ ହୋଇ ନଥାଏ । ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ଏହା ଉପରେ ଯଦି ଆପଣଙ୍କ ଦଶା ଖରାପ ଚାଲିଥାଏ; ତେବେ ବୋଝ ଉପରେ ଲଲିତା ବିଡା ପରି ଗୋଟିଏ ପରେ ଗୋଟିଏ ସମସ୍ୟା ଲାଗିରହିଥାଏ । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ କେବଳ ଗୋଟେ ମାତ୍ର ହିଁ ରାସ୍ତା ଅଛି ଏବଂ ତାହା ହେଉଛି ଶନିଦେବଙ୍କ କୃପା । ଶନିଦେବ ହେଉଛନ୍ତି; ଏମିତି ଏକ ଭଗବାନ ଯିଏ କି ଲୋକଙ୍କ ଜୀବନର ଦୁଖଃ କଷ୍ଟ ଦୂର କରିବା ପାଇଁ ପରିଚିତ । କେବଳ ଥରେ ମାତ୍ର ଯାହାକୁ ତାଙ୍କର ଆଶୀର୍ବାଦ ମିଳିଯାଏ, ତାଙ୍କର ସମସ୍ତ ସମସ୍ୟା କ୍ଷଣକ ମଧ୍ୟରେ ଦୂର ହୋଇଯାଏ । ଶନିଦେବଙ୍କୁ ପ୍ରସନ୍ନ କରିବାର ଏହା ମଧ୍ୟ ଏକ ଉପାୟ ଯେ, ଆପଣ ଶନିବାର ଦିନ ତାଙ୍କର ନାମ ଧରି ଏହି ୩ଟି କାମ କରନ୍ତୁ ।

ସୋରିଷ ତେଲ ଦାନ :

Google

ଶନିଦେବଙ୍କ ପୂଜାରେ ସୋରିଷ ତେଲ ଚଢାଯାଏ । ଏହି ତେଲ ତାଙ୍କର ପ୍ରିୟ ଅଟେ । ଯଦି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି; ତେବେ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ପ୍ରମାଣିତ ହୋଇପାରେ । ଏହି ଦାନ ଆପଣ କାହାକୁ ମଧ୍ୟ କରିପାରିବେ । ଅର୍ଥାତ କୌଣସି ଗରିବଙ୍କୁ, ବ୍ରାହ୍ମଣଙ୍କୁ କିମ୍ବା କୌଣସି ମନ୍ଦିରରେ ମଧ୍ୟ ଦେଇପାରିବେ । ଗୋଟିଏ କଥା ବିଷୟରେ ଧ୍ୟାନ ରଖନ୍ତୁ ଯେ, ଯେତେବେଳେ ମଧ୍ୟ ଆପଣ ସୋରିଷ ତେଲ ଦାନ କରିବେ, ତେବେ ସର୍ବଦା କଳା ରଙ୍ଗର ବସ୍ତ୍ର ପରିଧାନ ହିଁ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ କଷ୍ଟ ଓ ନକରାତ୍ମକ ଚିନ୍ତାଧାରା ଦୂର ହୋଇଯିବ ।

କାଉକୁ ଖାଦ୍ୟ :

Google

ଶନିବାର ଦିନ କାଉକୁ ଖାଦ୍ୟ ଖୁଆଇବା ବହୁତ ଲାଭନିତ୍ୱ ବୋଲି କୁହାଯାଏ । କାଉ ଶନିଦେବଙ୍କ ବାହାନ ମଧ୍ୟ ହୋଇଥାଏ । ଯଦି ଆପଣ କୌଣସି କାଉକୁ ଖୁସି କରି ଦିଅନ୍ତି; ତେବେ ଆପଣଙ୍କ ଶତ୍ରୁ ଆପଣଙ୍କର କିଛି ଅନିଷ୍ଠ କରିପାରିବ ନାହିଁ । ଏହା ସହିତ ଆପଣଙ୍କ ଜୀବନର ସମସ୍ୟା ଧୀରେ ଧୀରେ କମିଯିବ । ଏଥିପାଇଁ ଆପଣ କାଉକୁ ଚାଉଳ ଖାଇବାକୁ ଦିଅନ୍ତୁ । ଯଦିଓ ଅନ୍ୟ କିଛି ଖାଦ୍ୟ ମଧ୍ୟ ଖୁଆଇ ପାରନ୍ତି । ଏହି କାମ କରିବା ପରେ ଶନିଦେବଙ୍କ ଦର୍ଶନ ଥରେ ନିଶ୍ଚିତ ଭାବେ କରନ୍ତୁ । ଯଦି ପାରୁଛନ୍ତି; ତେବେ ସେ ସମୟରେ ଆପଣଙ୍କ ସମସ୍ୟା ମଧ୍ୟ କହି ପାରିବେ ।

ଲୁହା କିଣିବା କିମ୍ବା ବିକିବା :

Google

ଶନିବାର ଦିନ ଲୁହା ନିର୍ମିତ ବସ୍ତୁ କିଣିବା କିମ୍ବା ବିକ୍ରି କରିବା ଦ୍ୱାରା ଖରାପ ସମୟକୁ ଦୂର କରିଦିଏ । ଏମିତି କୁହାଯାଏ ଯେ, ଶନିବାର ଦିନ ଆପଣ ନିଜ ଘରକୁ ନୂତନ ଲୁହା ବସ୍ତୁ ଆଣିବା ଉଚିତ ଓ ଏହା ପରିବର୍ତ୍ତେ ଘରର ପୁରୁଣା ଲୁହା ବସ୍ତୁ ବିକ୍ରି କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରର ନକରାତ୍ମକ ଉର୍ଜା ଚାଲିଯାଏ । ଆପଣଙ୍କୁ ଗୋଟେ ନୂତନ ସୁଯୋଗ ମିଳେ ।

Google

ତେବେ ବନ୍ଧୁଗଣ ଏହା ଥିଲା ସେହି ୩ଟି କାମ ଯାହାକୁ ଆପଣ ଶନିବାର ଦିନ ନିଶ୍ଚିତ ଭାବେ କରନ୍ତୁ । ଆପଣ ଏହାକୁ ଗୋଟିଏ ଶନିବାରରେ କରିପାରିବେ କିମ୍ବା ଭିନ୍ନ ଭିନ୍ନ ଶନିବାର ଦିନ ମଧ୍ୟ କରିପାରିବେ । ଗୋଟିଏ କଥା ମନେ ରଖନ୍ତୁ ଯେ, ଏହି ସବୁ କାର୍ଯ୍ୟକୁ ସ୍ୱଚ୍ଛ ମନରେ ହିଁ କରନ୍ତୁ । ଯଦି ଏହା କରିବା ବେଳେ ଆପଣଙ୍କ ମନରେ ଶଙ୍କା ଜାତ ହୁଏ କିମ୍ବା ମନରେ କୃପଣତା ମନୋଭାବ ଜାତ ହୁଏ, ତେବେ ଏହା କରନ୍ତୁ ନାହିଁ । ସେମିତି ତ ଶନିବାର ଦିନ ଏହି କାର୍ଯ୍ୟ କରିବା ବ୍ୟତୀତ ଆପଣ ଶନିଦେବଙ୍କ ବ୍ରତ ମଧ୍ୟ କରି ପାରିବେ । ଏହା ଦ୍ୱାରା ଆପଣଙ୍କୁ ଦ୍ଵିଗୁଣିତ ଲାଭ ହେବ ।