ହନୁମାନ ଯେତେବେଳେ ଶନିଙ୍କୁ କରିଥିଲେ ହଇରାଣ, ସେହି ସମୟରେ ଶନିଦେବ ହନୁମାନ ଭକ୍ତଙ୍କ ଠାରୁ ଦୂରେଇ ଯାଇଥିଲେ । କାହାଣୀଟି ପଢନ୍ତୁ ।

Spread the love

ଶନିଦେବଙ୍କ ଯେତେବେଳେ ସାଢେ ସାତ ଚାଲିଥାଏ, ସେହି ସମୟରେ ଶନିଦେବ ମନୁଷ୍ୟର ମୁଣ୍ଡ ଉପରେ ରହିଥାନ୍ତି ପରେ ମନୁଷ୍ୟର ପେଟରେ ରହି ସ୍ଵାସ୍ଥ୍ୟ ଖରାପ କରି ଦେଇଥାନ୍ତି ଏବଂ ଶେଷରେ ପାଦରେ ରହି ମନୁଷ୍ୟକୁ ବିଭ୍ରାନ୍ତ କରିଥାନ୍ତି ।

ଶନିଦେବଙ୍କୁ ନ୍ୟାୟର ଦେବତା ରୂପରେ ସମସ୍ତେ ଜାଣନ୍ତି । ସୂର୍ଯ୍ୟଙ୍କ ପୁତ୍ର ଶନିଦେବ ମନୁଷ୍ୟର କର୍ମ ଅନୁସାରେ ଫଳ ଏହି ପୃଥିବୀରେ ହିଁ ଦେଇଥାନ୍ତି । ଭଲ କର୍ମ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଖରାପ କର୍ମ କରିବା ଫଳରେ ଦଣ୍ଡ ମଧ୍ୟ ଦେଇଥାନ୍ତି । ଯେଉଁ ମନୁଷ୍ୟକୁ ଶନିଦେବ ଦଣ୍ଡ ଦେଇଥାନ୍ତି, ସେହି ସମୟରେ ସେହି ମନୁଷ୍ୟ ଉପରେ ସାଢେ ସାତ ପର୍ଯ୍ୟନ୍ତ ଶନି ବିରାଜମାନ ହୋଇଥାନ୍ତି । ଏହି ସମୟରେ ବ୍ୟକ୍ତିକୁ ବହୁତ ହଇରାଣ ହେବ ପାଇଁ ପଡିଥାଏ । କେତେବେଳେ ଶାରୀରିକ ରୂପରେ କିମ୍ବା ମାନସିକ ରୂପରେ ବ୍ୟକ୍ତି ହଇରାଣ ହୋଇଥାଏ । ଶନିଦେବଙ୍କ ପ୍ରକୋପରୁ ଯଦି କେହି ବଞ୍ଚି ଯାଇଛନ୍ତି, ସେ ହେଉଛନ୍ତି କେବଳ ହନୁମାନ । ଆପଣଙ୍କୁ କହିବା ପାଇଁ ଚାହୁଞ୍ଚୁ; ହନୁମାନଙ୍କ ଠାରୁ ଦୂରେଇ ରୁହନ୍ତି ଶନିଦେବ । ଏହା ସହ ହନୁମାନ ଭକ୍ତଙ୍କ ପାଖ ମଧ୍ୟ ମାଡି ନଥାନ୍ତି ଶନିଦେବ ।

ଶନିଦେବଙ୍କୁ ହନୁମାନ କହିଥିଲେ ସାଢେ ସାତର କଥା :

ଯେତେବେଳେ କଳିଯୁଗର ଆରମ୍ଭ ହୋଇଥିଲା; ସେହି ସମୟରେ କୃଷ୍ଣ ତ୍ରେତେୟା ଯୁଗର ସମାପ୍ତ କରି ଦେଇଥିଲେ । ଏହି ଯୁଗରେ କେବଳ ହନୁମାନ ହିଁ ଥିଲେ, ଯାହାଙ୍କୁ କଳିଯୁଗରେ ହିଁ ରହିବାର ଥିଲା । ଏକଦା ସନ୍ଧ୍ୟା ସମୟରେ ହନୁମାନ ଶ୍ରୀରାମଙ୍କ ଧ୍ୟାନ କରୁଥିଲେ । ସେହି ସମୟରେ ଶନିଦେବ ତାଙ୍କ ପାଖକୁ ଆସି କହିଲେ, ମୁଁ ଏଠାରେ ଆପଣଙ୍କୁ ସାବଧାନ କରିବା ପାଇଁ ଚାହୁଁଛି; ଯେଉଁ ସମୟରେ ଭଗବାନ କୃଷ୍ଣ ତେତେୟା ଯୁଗର ସମାପ୍ତ କରିଥିଲେ ସେହି ସମୟରୁ ହିଁ କଳିଯୁଗର ଆରମ୍ଭ ହୋଇସାଇଛି । ଏହି କଳିଯୁଗରେ କୌଣସି ମଧ୍ୟ ଦେବତା ପୃଥିବୀରେ ରୁହନ୍ତି ନାହିଁ ।

ଶନିଦେବ ଆଗକୁ କହିଲେ, ଯିଏ ମଧ୍ୟ ଏହି ପୃଥିବୀରେ ରହୁଛନ୍ତି ତାଙ୍କ ଉପରେ ମୋର ସାଢେସାତ ପ୍ରଭାବ ରହିବ । ଏହି କାରଣରୁ ମୁଁ ଆପଣଙ୍କୁ କହିବା ପାଇଁ ଆସିଛି ଯେ; ଆପଣଙ୍କ ଉପରେ ମୋର ସାଢେ ସାତର ପ୍ରଭାବ ପଡିବ । ଶନିଦେବଙ୍କ କଥା ଶୁଣିବା ପରେ ହନୁମାନ କହିଲେ; କେହି ମଧ୍ୟ ମନୁଷ୍ୟ କିମ୍ବା ଭଗବାନ ରାମଙ୍କ ଚରଣରେ ରହିଥାଏ, ସେମାନଙ୍କ ଉପରେ କାଳର କୌଣସି ପ୍ରଭାବ ପଡିନଥାଏ ।

ହନୁମାନ ମୁଣ୍ଡ ଉପରେ ପର୍ବତ ରଖି ଦେଇଥିଲେ :

ହନୁମାନଙ୍କର ଏହି କଥା ଶୁଣିବା ପରେ ଶନିଦେବ କହିଥିଲେ, ମୁଁ ସୃଷ୍ଟିକର୍ତ୍ତା ବିଧାନରେ ବାନ୍ଧି ହୋଇଛି, ବିଧିର ବିଧାନ ପାଳନ କରିବା ପାଇଁ ବିବଶ ଅଛି । ଆପଣ ମଧ୍ୟ ଏହି ପୃଥିବୀରେ ରହୁଛନ୍ତି; ଏଥିପାଇଁ ମୋର ପ୍ରଭାବରୁ ଆପଣ ମୁକୁଳି ପାରିବେ ନାହିଁ । ଆପଣଙ୍କ ଉପରେ ମୋର ସାଢେ ସାତର ପ୍ରଭାବ ବର୍ତ୍ତମାନ ଠାରୁ ଆରମ୍ଭ ହୋଇଛି । ଏହି ସକାଶେ ମୁଁ ଆଜି ଏବଂ ବର୍ତ୍ତମାନ ଆପଣଙ୍କ ଶରୀରରେ ପ୍ରବେଶ କରୁଛି, ଏହାକୁ କେହି ଟାଳି ପାରିବେ ନାହିଁ । ଏତିକି କହିବା ପରେ ଶନିଦେବ ହନୁମାନଙ୍କ ମୁଣ୍ଡରେ ବସି ପଡିଥିଲେ । ହନୁମାନଙ୍କ ମୁଣ୍ଡରେ କୁଣ୍ଡିଆ ହୋଇଥିଲା ।

ହନୁମାନ, ନିଜ ମୁଣ୍ଡର କୁଣ୍ଡିଆ ଦୂର କରିବା ପାଇଁ ଏକ ବଡ ପର୍ବତ ନିଜ ମୁଣ୍ଡ ଉପରେ ରଖିଦେଇ ଥିଲେ । ଏହାପରେ ଶନିଦେବ ବିରାଟ ପର୍ବତର ଭାରସାମ୍ୟ ସହ୍ୟ କରିବାରେ କଷ୍ଟ ଅନୁଭବ କରିଲେ । ସେହି ସମୟରେ ହନୁମାନ ପ୍ରଶ୍ନ କଲେ ଶାଣିଦେବଙ୍କୁ; ଆପଣ କଣ କରୁଛନ୍ତି ? ପରେ ହନୁମାନ ଶନିଦେବଙ୍କୁ କହିଥିଲେ “ଯେପରି ଆପଣ ସୃଷ୍ଟିକର୍ତ୍ତାଙ୍କ ବିଧାନରେ ବିବଶ ଅଟନ୍ତି ସେହି ପ୍ରକାରରେ ମୁଁ ମଧ୍ୟ ମୋ ସ୍ୱଭାବରେ ବିବଶ ଅଟେ ।” ମୁଁ ମୋ ମୁଣ୍ଡର କୁଣ୍ଡିଆ ଏହି ପ୍ରକାରରେ ଦୂର କରିଥାଏ । ଆପଣ ନିଜ ଲ୍କାମ କରନ୍ତୁ ଏବଂ ମୋତେ ମୋ କାମ କରିବା ପାଇଁ ଦିଅନ୍ତୁ ।

ଏଥିପାଇଁ ହନୁମାନ ଭକ୍ତଙ୍କ ଠାରୁ ଦୂରରେ ରୁହନ୍ତି ଶନିଦେବ :

ଏହା ପରେ ହନୁମାନ ଅନ୍ୟ ଗୋଟିଏ ବଡ ପର୍ବତ ନିଜ ମୁଣ୍ଡ ଉପରେ ରଖିଥିଲେ । ବର୍ତ୍ତମାନ ଶନିଦେବଙ୍କ ଉପରେ ଆହୁରି ଚାପ ବଢିବାକୁ ଲାଗିଲେ । କଷ୍ଟ ଅନୁଭବ କରି ଶନିଦେବ କହିଥିଲେ, ଆପଣ ଏହି ପର୍ବତ ଗୁଡିକୁ ନିଜ ମୁଣ୍ଡରୁ କାଢି ନିଅନ୍ତୁ । ଏହା ପ୍ରତିବଦଳରେ ମୁଁ ଯେକୌଣସି ସନ୍ଧି ଆପଣଙ୍କ ସହ କରିପାରେ । କିଛି ସମୟ ପରେ ହନୁମାନ ଅନ୍ୟ ଗୋଟିଏ ପର୍ବତ ନିଜ ମୁଣ୍ଡ ଉପରେ ରଖିଥିଲେ । ବର୍ତ୍ତମାନ ଶନିଦେବ ଉପରେ ଆହୁରି ଅତ୍ୟଧିକ ଚାପ ବଢିବା ଲାଗିଲେ । ଶନିଦେବରେ ବହୁତ କାକୁତି ମିନତୀ ହୋଇଥିଲେ ସେତେବେଳେ ଯାଇ ହନୁମାନ ତାଙ୍କୁ ଛାଡିଥିଲେ । ଶନିଦେବ କହିଥିଲେ, ଆଜିଠାରୁ ଆପଣକ ପାଖକୁ ଆସିବି ନାହିଁ ଏହା ସହ ଯେଉଁବ୍ୟକ୍ତି ଆପଣଙ୍କ ଭକ୍ତି କରିବ ତାକୁ ମଧ୍ୟ କୌଣସି କଷ୍ଟ ଦେବି ନାହିଁ । ଏହାପରେ ହନୁମାନ ଶନିଦେବଙ୍କୁ ତେଲ ଲଗାଇ ତାଙ୍କ କଷ୍ଟକୁ ଦୂର କରିଥିଲେ । ତାହାପରେ ଶନିଦେବ କହିଥିଲେ; ଯେଉଁ ବ୍ୟକ୍ତି ମୋତେ ଶନିବାର ଦିନ ସଚ୍ଚୋଟ ମନରେ ଶ୍ରଦ୍ଧାରେ ତେଲ ଅର୍ପଣ କରିବେ, ତାକୁ ସମସ୍ତ କଷ୍ଟରୁ ମୁକ୍ତି ମିଳିବ ।

ସେହି ସମୟରୁ ହିଁ କୁହାଯାଉଛି; ଯେଉଁ ମନୁଷ୍ୟ ଭକ୍ତିଭାବରେ ହନୁମାନଙ୍କର ପୂଜା କରିଥାଏ, ତେବେ ଶନିଦେବଙ୍କ ପ୍ରକୋପରୁ ବଞ୍ଚି ଯାଇଥାଏ ।