ଶମୀଙ୍କ ସ୍ତ୍ରୀ ହସିନ ଜହାଁ କଲାମଙ୍କ Quotation ସହିତ ସେୟାର କଲେ ଏହି ଫଟୋଗୁଡ଼ିକ, ଲୋକେ କହିଲେ-ସୌନ୍ଦର୍ଯ୍ୟତାର ମଲ୍ଲିକା

Spread the love

କ୍ରିକେଟର୍ ମୋହମ୍ମଦ ଶମୀଙ୍କ ସ୍ତ୍ରୀ ହସିନ ଜହାଁଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ଫଟୋରେ ମଡ଼େଲ ଅଭିନେତା ହସିନ ଜହାଁଙ୍କ ଶୈଳୀ ଖୁବ ଆକର୍ଷଣୀୟ ରହିଛି । ତାଙ୍କୁ ପ୍ରଶଂସକ ମାନଙ୍କ ଖୁବ୍ ପ୍ରଶଂସା ମିଳୁଛି । ହସିନ ଜହାଁ ତାଙ୍କ ଫଟୋକୁ ପୂର୍ବ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ଲେଖା ସହିତ ସେୟାର କରିଛନ୍ତି ।

google

ଇଂଷ୍ଟାଗ୍ରାମରେ ଫଟୋ ସେୟାର କରି ହସିନ ଜହାଁ ଲେଖିଛନ୍ତି ଯେ, “End is not the end, in fact E.N.D. means Effort Never Dies.” । ଏହାର ଅର୍ଥ ହେଲା “ଅନ୍ତ ମାନେ ଅନ୍ତ ନୁହେଁ, ଅନ୍ତ ଅର୍ଥାତ ପ୍ରୟାସ କେବେ ମରେ ନାହିଁ” । ଫଟୋରେ ହସିନ ଜହାଁ କଳାରଙ୍ଗର ପୋଷାକରେ ନଜର ଆସୁଛନ୍ତି ଏବଂ ଖୁବ ସୁନ୍ଦରୀ ମଧ୍ୟ ଦେଖାଯାଉଛନ୍ତି ।

google

ହସିନ ଜହାଁଙ୍କ ପୋଷ୍ଟରେ ପ୍ରଶଂସକ ମାନେ ଖୁବ ପ୍ରଶଂସା ଓ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ଲୋକ ତାଙ୍କ ସୁନ୍ଦରତାର ପ୍ରଶଂସାରେ ଅନେକ କିଛି କହିଛନ୍ତି । ଏକ ଉପଯୋଗକର୍ତ୍ତା ଫଟୋରେ ହସିନ ଜହାଁଙ୍କୁ ସୌନ୍ଦର୍ଯ୍ୟତାର ମଲ୍ଲିକା ବୋଲି କହିଛନ୍ତି ।

google

ଆଉ ଏକ ଉପଯୋଗକର୍ତ୍ତା ଲେଖିଛନ୍ତି ଯେ, ସେ ହସିନ ଜହାଁଙ୍କୁ ହିନ୍ଦୀ ଓ ବଙ୍ଗାଳୀ ଚଳଚ୍ଚିତ୍ର ମାନଙ୍କରେ ଦେଖିବାକୁ ଚାହଁନ୍ତି । ଜଣେ ଉପଯୋଗକର୍ତ୍ତା ଲେଖିଛନ୍ତି ଯେ, “କାହାକୁ ବନ୍ଧୁକର ଆବଶ୍ୟକତା ରହିଛି, ଯଦି କାହାର ଚାହାଣୀ ହିଁ ଜୀବନ ନେଇଯାଇପାରେ ।” ଯଦିଓ ଏକ ୟୁଜର କମେଣ୍ଟରେ ଏହି ପ୍ରଶ୍ନ ପଚାରିଥିଲେ ଯେ ଆପଣ ମୁସଲିମ ସ୍କୋଲାର ମାନଙ୍କ ଲେଖା କାହିଁକି ବ୍ୟବହାର କରନ୍ତି । କହିଦେଉଛୁ ଯେ, ଗତ ଦିନ ମାନଙ୍କରେ ମଡେଲ ଚାଣକ୍ୟଙ୍କ କୋଟ ବା ଲେଖାକୁ ମଧ୍ୟ ଫଟୋ ସହିତ ସେୟାର କରିଥିଲେ ।

google

ହସିନ ଜହାଁ ଇଂଷ୍ଟାଗ୍ରାମରେ ବହୁତ ସକ୍ରିୟ ରୁହନ୍ତି । ଗତ ଦିନ ମାନଙ୍କରେ ସେ ଲାଦାଖର ଗଲୱାନ ଉପତ୍ୟକାରେ ଚୀନ ସହିତ ସଂଘର୍ଷରେ ଶହୀଦ ହୋଇଥିବା ବିହାର ରେଜିମେଣ୍ଟର କର୍ଣ୍ଣାଲ ସନ୍ତୋଷ ବାବୁ ଓ ପଶ୍ଚିମ ବଙ୍ଗରୁ ଆସୁଥିବା ଯବାନ ମାନଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

google

ହସିନ ଜହାଁ, ଇଂଷ୍ଟାଗ୍ରାମରେ ଚର୍ଚ୍ଚାରେ ରୁହନ୍ତି । ବୋଲଡ଼ ଫଟୋ ଓ ଭିଡ଼ିଓ ଉପରେ ବହୁତ ବିବାଦ ହୋଇଥିଲା ।

google

ମୋହମ୍ମଦ ଶମୀ ଓ ହସିନ ଜହାଁ ବିବାଦ ଯୋଗୁଁ ଭିନ୍ନ ଭିନ୍ନ ରୁହନ୍ତି । ଦୁହେଁ ଅଦାଲତର ମଧ୍ୟ ଦ୍ଵାରସ୍ଥ ହୋଇଛନ୍ତି ।

google

ହସିନ ଜହାଁଙ୍କ ଦୁଇ ବର୍ଷରୁ ଶମୀଙ୍କ ସହିତ ବିବାଦ ଚାଲୁଅଛି । ସେ ଶମୀ ଉପରେ ଘରୋଇ ହିଂସାର ଆରୋପ ଲଗାଇ ଥିଲେ । ମେଚ ଫିକ୍ସିଂର ମଧ୍ୟ ଆରୋପ ଲଗାଇଛନ୍ତି ଯେଉଁଥିରେ ଦ୍ରୁତ ବୋଲରକୁ ଯାଞ୍ଚର ସାମନା କରିବାକୁ ପଡିଥିଲା ।

google

କିଛି ଦିନ ତଳେ ଶମୀ ସହିତ ହସିନ ଜହାଁଙ୍କ ଏହି ଫଟୋ ଖୁବ ଚର୍ଚ୍ଚାରେ ଥିଲା । ହସିନ ଜହାଁ ଗତ କିଛି ସପ୍ତାହ ମଧ୍ୟରେ ଲଗାତାର ଇଂଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି । କିଛି ଭିଡ଼ିଓରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା ।