ବିଶ୍ୱ ସ୍ତରରେ ଓଡିଶା ହେଲା ଗୌରବାନିତ୍ବ, ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ହେଲେ RBIର ନୂଆ ଗଭର୍ଣ୍ଣର…

Spread the love

ଆରବିଆଇରର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫର 24 ଘଣ୍ଟା ମଧ୍ୟରେ ଆଉ ଏକ ଗଭର୍ଣ୍ଣର ମନୋନୀତ ହୋଇଛନ୍ତି, ସେ ହେଉଛନ୍ତି ଶକ୍ତିକାନ୍ତ ଦାସ ।  ଶକ୍ତିକାନ୍ତ ଦାସ  ପ୍ରଥମ ଓଡିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଯାହା ଓଡ଼ିଶା ପାଇଁ ଏକ  ଗୌରବର କଥା । ଅର୍ଥ କମିସନଙ୍କ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଆଜି ସନ୍ଧ୍ୟାରେ ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି ।

ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ 2017 ବିମୁଦ୍ରାକରଣ ସମୟରେ  ଦାସ ଅର୍ଥମନ୍ତ୍ରାଳୟର ସଚିବ ରହିଥିଲେ  ଏହା ପୂର୍ବରୁ ସେ କେନ୍ଦ୍ର ରାଜସ୍ୱ , ଶିଳ୍ପ ଓ ସାର ସଚିବ ପଦରେ ଭାବେ କାର୍ଯ୍ୟ କରିଥିଲେ। ଏହା ସହ ବିମୁଦ୍ରାକରଣକୁ ନେଇ ଯେତେବେଳେ ବିବାଦ ବଢିଥିଲା ଲୋକଙ୍କୁ ସରକାରୀ ନିଷ୍ପତି ଓ ନିୟମ ସମ୍ପର୍କରେ ଅବଗତ କରିଇ ସରକାରଙ୍କ ନିଷ୍ପତି ନେଇ ଲୋକଙ୍କ ବିଶ୍ୱସନୀୟତା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ବହନ କରିଥିଲେ – ଶ୍ରୀଯୁକ୍ତ ଶକ୍ତିକାନ୍ତଦାସ  । 

ବର୍ତ୍ତମାନ ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ RBIର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ ପାଇଛନ୍ତି ।