ଏକ ଦିନରେ ସାରୁଖ ଖାନ୍ ନିଜ ଖାଇବା ପାଇଁ ଏତିକି ଟଙ୍କା ଖର୍ଚ୍ଚ କରନ୍ତି । ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଆଜି ଆମେ କଥା ହେଉଛେ ବଲିଉଡର ସବୁଠୁ ଲୋକପ୍ରିୟ ପସନ୍ଦିୟ ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇଥିବା ସାରୁଖ ଖାନଙ୍କ ବିଷୟରେ । ଯାହାଙ୍କ ଫିଲ୍ମ ବକ୍ସ ଅଫିସରେ ସର୍ବଦା ନୂଆ ରେକର୍ଡ଼ ସୃଷ୍ଟି କରିଥାଏ । ସାରୁଖ ଖାନଙ୍କ ବୟସ ୫୦ ପାର ହୋଇ ସାରିଛି କିନ୍ତୁ ଆଜି ମଧ୍ୟ ଫିଟନେସ ମାମଲାରେ ସମକାଳୀନ ଅଭିନେତାଙ୍କୁ ପଛରେ ପକାଇ ଦେବେ । ସାରୁଖ ଖାନ୍ ନିଜ ଅଭିନୟ କ୍ୟାରିୟରର ପ୍ରାରମ୍ଭ ୧୯୯୨ ମସିହାରେ ଫିଲ୍ମ “ଦିୱାନା”ରୁ ଆରମ୍ଭ କରିଥିଲେ ।

ଏହାପରେ ୧୯୯୩ରେ ରିଲିଜ ହୋଇଥିବା ଫିଲ୍ମ “ବାଜିଗର” ଜବରଦସ୍ତ ହିଟ ହୋଇଥିଲା । ଏହି ଫିଲ୍ମର ସଫଳତା ସାରୁଖ ଖାନଙ୍କୁ ବଲିଉଡରେ ଷ୍ଟାର କରି ଦେଇଥିଲା । ସାରୁଖ ଖାନ୍ ନିଜ ସ୍ୱାସ୍ଥ୍ୟକୁ ନେଇ ସର୍ବଦା ସଚେତନ ରୁହନ୍ତି ଏବଂ ସେ ଫିଲ୍ମରେ ନିଜର ସୁନ୍ଦର ଶରୀରର ପ୍ରଦର୍ଶନ ମଧ୍ୟ କରିଥାନ୍ତି । ସମସ୍ତେ ଜାଣିଛନ୍ତି, ଏହି ବୟସରେ ମଧ୍ୟ ଏହିପରି ସୁନ୍ଦର ସ୍ୱାସ୍ଥ୍ୟ ରଖିବା ପାଇଁ କଠିନ ପରିଶ୍ରମ ସହ ସଠିକ ଖାଦ୍ୟପେୟ କରିବା ଉଚିତ୍ ।

ବିନା ଖାଦ୍ୟପେୟରେ ସୁବଳ ସ୍ୱାସ୍ଥ୍ୟ ହୋଇନଥାଏ । ଏହି ପାଇଁ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ, ସାରୁଖଙ୍କ ସ୍ୱାସ୍ଥ୍ୟର ରାଜ କଣ ? ଏହା ସହ ଆମେ ଏହା ମଧ୍ୟ କହିବୁ ସାରୁଖ ଏକ ଦିନରେ ନିଜ ଖାଦ୍ୟ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ସାରୁଖ ମସଲା ଯୁକ୍ତ ଖାଦ୍ୟ ବିଲକୁଲ ପସନ୍ଦ କରନ୍ତି ନାହିଁ । ସାରୁଖ ନିଜ ଦିନର ପ୍ରାରମ୍ଭ ଲେମ୍ବୁ ମହୁ ପାଣିରୁ କରିଥାନ୍ତି ଏବଂ ଏହିଭଳି ସକାଳ ଖାଦ୍ୟ ଖାଇଥାନ୍ତି ଯାହା ପ୍ରଯୁକ୍ତ ପରିମାଣରେ ପ୍ରୋଟିନ ଯୁକ୍ତ ହୋଇଥିବ । ଏହି କାରଣରୁ ସାରୁଖ ନିଜ ସକାଳ ଖାଦ୍ୟରେ ଚାରୋଟି ଅଣ୍ଡା ଖାଇଥାନ୍ତି ।

ସାରୁଖ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଏହି କାରଣରୁ ସେ ନିଜ ଖାଦ୍ୟରେ ପ୍ରାୟତଃ ଦକ୍ଷିଣ ଭାରତୀୟ ଖାଦ୍ୟକୁ ସାମିଲ କରିଥାନ୍ତି । ସାରୁଖ ଖାନ୍ ମଧ୍ୟାହ୍ନ ଭୋଜନରେ ଏକ ସପ୍ତାହରେ କେବଳ ତିନିଦିନ ଫଳ ହିଁ ଖାଇଥାନ୍ତି । ଏହା ବ୍ୟତୀତ ସାରୁଖ ବେଳେବେଳେ ମଧ୍ୟାହ୍ନ ଭୋଜନରେ ଗିରିଲ ମାଛ ଏବଂ ସଲାଡ଼ ଖାଇଥାନ୍ତି ଯାହା ତାଙ୍କର ମେଦ ବୃଦ୍ଧି କରିନଥାଏ । ସାରୁଖ ରାତ୍ରି ଭୋଜନରେ ଚିକେନ୍ ଖାଇବା ପାଇଁ ପସନ୍ଦ କରିଥାନ୍ତି, ଏହାସହ ସଲାଡ଼ ଖାଇବା ପସନ୍ଦ କରିଥାନ୍ତି ।ଏହି ହିସାବରେ ସାରୁଖ ଖାନ୍ ଏକ ଦିନରେ ନିଜ ଖାଦ୍ୟ ପାଇଁ ୧୦୦୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଛି, ତେବେ ତଳ ବକ୍ସରେ ନିଜର ମତ ଦେବା ପାଇଁ ଭୁଲନ୍ତୁ ନାହିଁ । ଏହି ପ୍ରକାରର ରୋଚକ ବିଷୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଭୁଲନ୍ତୁ ନାହିଁ ।