ସାମ୍ନାକୁ ଆସିଛି ସହିଦ କପୁରଙ୍କ ଆଶ୍ଚର୍ଯ୍ୟଜନକ କଥା ! ସେ କହିଛନ୍ତି, “ଏହି ଅଭିନେତ୍ରୀଙ୍କ ବିବାହ ଭାଙ୍ଗି ମୁଁ ତାଙ୍କୁ ….”

Spread the love

ନିକଟରେ ସାହିଦ କପୁରଙ୍କ ଏକ ଭିଡ଼ିଓ ଭାଇରଲ ହୋଇଛି, ଯେଉଁଥିରେ ସେ ଏକ ଅଭିନେତ୍ରୀଙ୍କ ବିଷୟରେ ଆଶ୍ଚର୍ଯ୍ୟ ଜନକ କଥା କହିଛନ୍ତି ।

ସାହିଦ ନିଜ ଅଭିନୟ ଏବଂ ନାଚ ମାଧ୍ୟମରେ ବଲିଉଡରେ ଜଣା ଶୁଣା ଅଟନ୍ତି । ସାହିଦ ବଲିଉଡର ଜଣେ ସୁନାମଧନ୍ୟ ଅଭିନେତା ଅଟନ୍ତି; ଯାହାଙ୍କୁ ସବୁ ବର୍ଗର ଦର୍ଶକ ପସନ୍ଦ କରନ୍ତି । ସେ ପ୍ରେମ ଅଭିନୟ ଠାରୁ ଆରମ୍ଭ କରି ଖଳନାୟକ ଅଭିନୟରେ ପାରଦର୍ଶିତା ଅର୍ଜନ କରିଛନ୍ତି । ବ୍ୟସ୍ତତା ମଧ୍ୟରେ ସେ ନିଜ ପରିବାରକୁ ସମୟ ଦେଇଥାନ୍ତି । ସାହିଦ ଏବଂ ମିରାଙ୍କୁ ଏକତ୍ର ଦେଖିବା ପାଇଁ ମିଳିଥାଏ । ସାହିଦ ୨୦୧୫ରେ ମୀରା ରାଜପୁତଙ୍କ ସହ ବିବାହ କରିଥିଲେ । ନିକଟରେ ସେ ଏସିଆର ସେକ୍ସି ପୁରୁଷ ରୂପେ ନାମ ଅର୍ଜନ କରିଛନ୍ତି । ଅନେକ ଦେଶର ଅଭିନେତାଙ୍କୁ ପଛରେ ପକାଇ ସେ ଏହି ନାମ ଅର୍ଜନ କରିଛନ୍ତି ।

ଚର୍ଚ୍ଚାରେ ଆସିଛି ପୁରୁଣା ଭିଡ଼ିଓ :

ବର୍ତ୍ତମାନ ସାହିଦ ନିଜର ଆଗାମୀ ଚଳଚିତ୍ର “କବିର ସିଂହ”କୁ ନେଇ ଚର୍ଚ୍ଚା ସାଉଁଟୁଛନ୍ତି । ଅତୀତରେ ଏହି ଫିଲ୍ମର ଟିଜର ପଦର୍ପଣ ହୋଇଥିଲା ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଯେତେବେଳେ କୌଣସି ଅଭିନେତାଙ୍କ ଚଳଚିତ୍ର ରିଲିଜ ହେବା ପାଇଁ ଥାଏ, ତେବେ କିଛି ନା କିଛି ବିବାଦ ଆରମ୍ଭ ହୋଇଥାଏ । ଏହାକୁ ଲୋକେ ପବ୍ଲିସିଟି ଷ୍ଟାଣ୍ଟ ବୋଲି କହିଥାନ୍ତି । କାରଣ ଅଭିନେତା ଚର୍ଚ୍ଚାରେ ରୁହନ୍ତି ଏବଂ ଲୋକେ ସେହି ଦର୍ଶକଙ୍କ ଚଳଚିତ୍ର ଦେଖିବା ପାଇଁ ବହୁ ପରିମାଣରେ ଆସିଥାନ୍ତି । ଏହିପରି କିଛି ଘଟିଛି ସାହିଦ କପୁରଙ୍କ କ୍ଷେତ୍ରରେ । ଫିଲ୍ମର ଟ୍ରେଲର ଆସିବା ପରେ ହିଁ ସହିଦଙ୍କ ଏକ ପୁରୁଣା ଭିଡ଼ିଓ ସାମ୍ନାକୁ ଆସିଛି, ଯାହା ଖୁବ୍ ଚର୍ଚ୍ଚା ସାଉଁଟୁଛି । ଏହି ଭିଡ଼ିଓରେ ସାହିଦ କହିଛନ୍ତି, ଯଦି ସେ ଅଦୃଶ୍ୟ ହୋଇଯିବେ ତେବେ ସେ କଣ ସବୁ ଦୁଷ୍ଟାମୀ କରିବେ ।

ସାହିଦ କହିଛନ୍ତି ନିଜ ଦୁଷ୍ଟାମୀ ବିଷୟରେ :

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ କରଣ ଜୋହାରଙ୍କ ଚାଟ ଶୋ “କଫି ଉଇଥ୍ କରଣ”ରେ, ସହିଦଙ୍କୁ କରଣ ପଚାରିଥିଲେ ଯଦି ତୁମେ ଅଦୃଶ୍ୟ ହୋଇଯିବ, “ତେବେ କାହାକୁ ଗଢ଼ାଉ ଥିବାର ଦେଖିବା ପାଇଁ ପସନ୍ଦ କରିବ ?” ଏହାର ଉତ୍ତରରେ ସାହିଦ କହିଛନ୍ତି, ମୋତେ କେବଳ ଝିଅଙ୍କୁ ଗଢ଼ାଉ ଥିବା ଦେଖିବା କଣ ଦରକାର ? ମୋ ଅଦୃଶ୍ୟ ହେବା ବେକାର ଚାଲିଯିବ । ଏହାପରେ ସାହିଦ କହିଛନ୍ତି କରଣ ଆପଣଙ୍କ ଏହି ଶୋ ବହୁତ ଦୁଷ୍ଟାମୀ ଭରା ଅଟେ । ମୋତେ ସ୍କାରଲେଟ୍ ଜୋହାନସନ୍ ଖୁବ୍ ପସନ୍ଦ ଅଟନ୍ତି ଏଥିପାଇଁ ମୁଁ ତାଙ୍କୁ ହିଁ ଗାଢ଼ାଉ ଥିବାର ଦେଖିବା ପାଇଁ ଚାହେଁ ।

ଅନ୍ୟ ଏକ ଶୋରେ ସେ ନିଜ ଭଲ ପାଇବା ବିଷୟରେ କହିଛନ୍ତି, ସେ ସ୍କାରଲେଟ ଜୋହାନସନଙ୍କୁ ଭଲ ପାଆନ୍ତି ବୋଲି କହିଛନ୍ତି । ମୁଁ ସ୍କାରଲେଟ ଜୋହାନସନଙ୍କୁ ବହୁତ ଭଲ ପାଏ ।

ନିଜ ବିରୁଦ୍ଧରେ ଏପରି କଥା ଶୁଣିବା ପାଇଁ ପସନ୍ଦ କରନ୍ତି ନାହିଁ ସାହିଦ :

“କଫି ଉଇଥ୍ କରଣ”ରେ କରଣ ସହିଦଙ୍କୁ ପଚାରିଥିଲେ ଆପଣଙ୍କ ବିଷୟରେ କୌଣସି ଏକ ଅପକଥା ବିଷୟରେ କୁହନ୍ତୁ, ଯାହାକୁ ଆପଣ ଚାହାନ୍ତି । ସେହି କଥାକୁ କେହି ମଧ୍ୟ ପ୍ରସାର ନ କରନ୍ତୁ । ସ୍କାରଲେଟ ଜୋହାନସନଙ୍କ ସମ୍ପର୍କ ମୋ ପାଇଁ ଭାଙ୍ଗି ଯାଇଛି । କିନ୍ତୁ ମୁଁ ଚିନ୍ତା କରୁଛି ତାଙ୍କର ବିବାହ ଭାଙ୍ଗି ଯାଉ । ନିକଟରେ ମୀରା ରାଜପୁତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଯାହାଙ୍କ ନାମ ଜେନ୍ କପୁର ରଖିଛନ୍ତି । ତାଙ୍କ ଝିଅଙ୍କ ନାମ ମିଶା କପୁର ଅଟେ ।