ସିନେମା ହଲରୁ ସାହିଦ କପୁରଙ୍କ ଫିଲ୍ମ “କବିର ସିଂ”କୁ ହଟାଇ ଦିଆଯାଇ ପାରେ । ଫିଲ୍ମଟିକୁ ଗମ୍ଭୀର ଆରୋପ ଲାଗିଛି ।

Spread the love

ସାହିଦ କପୁରଙ୍କ ଫିଲ୍ମ କବିର ସିଂ ବକ୍ସ ଅଫିସରେ ହଇଛଇ ସୃଷ୍ଟି କରିଛି । ଏହି ଫିଲ୍ମ ନା କେବଳ ବକ୍ସ ଅଫିସରେ ଭଲ ଉପାର୍ଜନ କରିଛି, ଏହା ସହ ଅନେକ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛି । ଫିଲ୍ମଟିର ସଫଳତା ପାଇଁ ଫିଲ୍ମ ନିର୍ମାତା, ସାହିଦ କପୁର ଏବଂ ତାଙ୍କର ପ୍ରଶଂସକ ଖୁସି ଅଛନ୍ତି । କିନ୍ତୁ ବର୍ତ୍ତମାନ ସାହିଦଙ୍କ ଏହି ଫିଲ୍ମଟିକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି । ଫିଲ୍ମଟିକୁ ନେଇ ମୁମ୍ବାଇର ଜଣେ ଡାକ୍ତର ଫିଲ୍ମ ନିର୍ମାତାକାରୀଙ୍କ ବିରୁଦ୍ଧରେ ପୋଲିସ ଏବଂ ମନ୍ତ୍ରାଳୟରେ ମାମଲା ରଜ୍ଜୁ କରାଇଛନ୍ତି । ସେହି ଡାକ୍ତର ଜଣଙ୍କ ଫିଲ୍ମ ଉପରେ ଆରୋପ ଲଗାଇ କହିଛନ୍ତି, ଫିଲ୍ମରେ ଯେଉଁଭଳି ରୂପେ ସାହିଦ କପୁରଙ୍କୁ ଏକ ଡାକ୍ତର ରୂପେ ଦେଖାଯାଇଛି; ତାହା ଦ୍ୱାରା ଡାକ୍ତରଙ୍କ ଛବି ଖରାପ ହୋଇଛି ।

ରେପୋର୍ଟ ଅନୁସାରେ ମୁମ୍ବାଇର ଏହି ଡାକ୍ତର ନା କେବଳ ପୋଲିସରେ ମାମଲା ରଜ୍ଜୁ କରିଛନ୍ତି, ଏହା ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏବଂ ସେନସର ବୋର୍ଡକୁ ଚିଠି ଲେଖିଥିଲେ । ଡାକ୍ତର ଚିଠିରେ ଅପିଲ କରିଛନ୍ତି ଯେ, ଫିଲ୍ମର ପ୍ରସରଣରେ ତତ୍କାଳ ରୋକ ଲଗାଇ ଦିଆଯାଉ । ଫିଲ୍ମରେ ସାହିଦ କପୁର ଜଣେ ସର୍ଜନର ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ମଦ ପିଏ, ଡ୍ରଗ୍ସ ନିଏ ଏବଂ ଏହା ସହ ବହୁତ କ୍ରୋଧି ସ୍ୱଭାବର ଅଟେ ।

ଫିଲ୍ମର କାହାଣୀ କଣ ଅଟେ ?

ସାହିଦ ଫିଲ୍ମରେ ଏହିପରି ଚରିତ୍ରରେ ଅଭିନୟ କରିଛନ୍ତି; ଯାହା ଜଣେ ମେଡିକଲ କଲେଜର ଟପର ଛାତ୍ରର ଅଟେ । କିନ୍ତୁ ସେହି ଛାତ୍ରର କ୍ରୋଧ ତାର ସବୁଠୁ ବଡ଼ ଦୁର୍ବଳତା ଅଟେ । ସେହି ସମୟରେ ହିଁ ଫିଲ୍ମରେ ଅଭିନେତ୍ରୀ ପ୍ରୀତି (କିୟାରା ଆଡ଼ଭାନୀ) ଏଣ୍ଟ୍ରି ନେଇଛନ୍ତି ଏବଂ କବିର ସିଂ, ଜୁନିୟର ପ୍ରୀତିଙ୍କୁ ଦେଖିବା ପରେ ପ୍ରେମ ହୋଇ ଯାଇଥିଲା ଓ ସେ ପ୍ରେମର ଶିଖର ଛୁଇଁ ପାରି ନ ଥିଲେ ଏବଂ ପରେ ପ୍ରୀତିଙ୍କ ଅନ୍ୟ ଜଣେ ଯୁବକ ସହ ବିବାହ ହୋଇଯାଇଥିଲା ।

ଏହା ପରେ ଆରମ୍ଭ ହୋଇଛି କବିର ସିଂଙ୍କ ବରବାଦୀର କାହାଣୀ । ଏହାପରେ କବିର ନିଜକୁ ନିଶାରେ ବୁଡାଇ ନିଜକୁ ବରବାଦୀର ରାସ୍ତାରେ ନେଇ ଚାଲିଥିଲେ । ଫିଲ୍ମରେ ସାହିଦ ଜଣେ ପ୍ରେମିକର ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ପ୍ରେମରେ ଅସଫଳ ହେବା ପରେ ନିଜକୁ କୁପଥରେ ନେବା ପାଇଁ ଚେଷ୍ଟା କରୁଥିଲେ ।

କହିବା ପାଇଁ ଚାହୁଁଛୁ; କବିର ସିଂ ପ୍ରସିଦ୍ଧ ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡିର ହିନ୍ଦୀ ରିମେକ ଅଟେ । ଏହି ଦୁଇଟି ଫିଲ୍ମକୁ ସନ୍ଦୀପ ବାଙ୍ଗା ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି କିନ୍ତୁ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି । ଏହି ସବୁ ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ ଭଲ ଉପାର୍ଜନ କରିଛି । ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ୧୫୦ କୋଟି ଟଙ୍କା ଉପାର୍ଜନ କରିସାରିଛି । ଏହି ଫିଲ୍ମଟି ବହୁତ ଶୀଘ୍ର ୨୦୦ କୋଟି କ୍ଳବରେ ସାମିଲ ହୋଇପାରେ ।