ଶବ ଯାତ୍ରା ସମୟରେ କଣ କରିବା ଉଚିତ ?

Spread the love

ଆମ ହିନ୍ଦୁ ପରମ୍ପରା ଓ ଧର୍ମ ଅନୁସାରେ ୧୬ଟି ସଂସ୍କାର ରହିଛି । ସେଥିରୁ ଗୋଟିଏ ସଂସ୍କାର ହେଉଛି ଅନ୍ତିମ ସଂସ୍କାର । ଯାହାକି ମୃତ୍ୟୁ ପରେ କରାଯାଇ ଥାଏ । ଗୋଟିଏ କଥା ଚିରନ୍ତନ ସତ୍ୟ ଏବଂ ସମସ୍ତେ ଜାଣନ୍ତିଯେ, ଦୁନିଆକୁ ଯିଏ ବି ଆସିଥାଏ, ଦିନେ ନା ଦିନେ ନିଶ୍ଚୟ ଦୁନିଅରୁ ବିଦାୟ ନେଇଥାଏ । ମନୁଷ୍ୟ ଜନ୍ମ ହେବା ଯେତେ ସତ୍ୟ ମୃତ୍ୟୁ ମଧ୍ୟ ସେତେ ସତ୍ୟ ।

● ଅନ୍ତିମ ସଂସ୍କାର ବିଷୟରେ ଆମ ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ଅଛି ।ବ୍ରହ୍ମଚାରୀ ପାଳନ କରୁଥିବା ବ୍ୟକ୍ତି କୌଣସି ଲୋକର ଶବକୁ ନିଜ କାନ୍ଧରେ ରଖିବା ଉଚିତ ନୁହେଁ । ଏଭଳି କରିଲେ ସେହି ଲୋକର ବ୍ରହ୍ମଚାରୀତ୍ବ ନଷ୍ଟ ହୋଇଯାଇ ଥାଏ । ସେ କେବଳ ନିଜ ମା’ଆ, ବାପା ଓ ଗୁରୁଙ୍କୁ ହିଁ ନିଜ କାନ୍ଧ ରେ ରଖିପାରିବ ।

କୌଣସି ବ୍ୟକ୍ତି କାହାର ଶବ ଯାତ୍ରାରେ ସାମିଲ ହେଲେ ତାର ଶୁଦ୍ଧିକରଣ କେମିତି ହୁଏ –

● ଆମେ ସର୍ବ ପ୍ରଥମେ ବସ୍ତ୍ର ସହ ନଦୀ କିମ୍ବା ପୋଖରୀରେ ସ୍ନାନ କରିବା ଉଚିତ ଓ ନିମ୍ବ ପତ୍ରକୁ ନିଜ ଦାନ୍ତରେ ଚବାଇବା ଉଚିତ ।

● ଘରକୁ ପ୍ରବେଶ କରିବା ଆଗରୁ ଜଳ, ଗୋବର ଓ ଅଗ୍ନିକୁ ସ୍ପର୍ଶ କରିବା ଉଚିତ । ଘରକୁ ଫେରିବା ପରେ ଘରେ ମଧ୍ୟ ଥରେ ସ୍ନାନ କରିବା ଉଚିତ । ସେତେବେଳେ ହିଁ ଆମର ଶୁଦ୍ଧିକରଣ ହେଇଥାଏ ।

● ଗରୁଡ଼ ପୁରାଣ ଅନୁସାରେ କୌଣସି ଉଚ୍ଚ ଜାତି ସମ୍ପର୍ଣ୍ଣ ବ୍ୟକ୍ତିର ଅନ୍ତିମ ସଂସ୍କାର ହେଉଥିବା ସମୟରେ ଯଦି କୌଣସି ଶୁଦ୍ର ବ୍ୟକ୍ତି ହାତ ଲଗାଇ ଦେଇଥାଏ, ସେହି ଶରୀରର ଆତ୍ମା ପ୍ରେତ ହୋଇ ରହିଯାଏ ସେହି ଆତ୍ମାକୁ କେବେ ମୁକ୍ତି ମିଳି ନଥାଏ । ତେଣୁ ଏଭଳି ଭୁଲ କାମ କେବେବି କରନ୍ତୁ ନାହିଁ ।

● ଆପଣ ଏହି ବିଷୟ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଇଯିବେ, ଶବ ଯାତ୍ରାର ଦର୍ଶନ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଯେତେବେଳେ ଆମ ସାମ୍ନାରେ ଶବ ଯାତ୍ରା ଯାଇଥାଏ, ଆମେ ସେତେବେଳେ ସେଠାରେ ଅଳ୍ପ ସମୟ ଛିଡା ହୋଇ ରହିବା ଉଚିତ ଓ ମନରେ ଭଗବାନ ଶିବଙ୍କ ନାମ ସ୍ମରଣ କରିବା ସଂଗେ ସଂଗେ ନିଜ ମନରେ ଥିବା ଆଶାକୁ ପୂରଣ କରିବା ପାଇଁ ପ୍ରର୍ଥନ କରିବା ଦରକାର । ଏହା ଦ୍ୱାରା ମନସ୍କାମନା ପୂରଣ ହେବ ସଂଗେ ସଂଗେ ଆମର ସମସ୍ତ ଦୁଃଖ ମଧ୍ୟ ହରଣ ହୋଇଥାଏ । ଏଭଳି କରିଲେ ଆମକୁ ମକ୍ଷ ପ୍ରାପ୍ତ କରାଇବାରେ ମଧ୍ୟ ଦକ୍ଷତା ମଧ୍ୟ ଆମ୍ଭେମାନେ ଅର୍ଜନ କରିପାରିବ ।