ଦେବୀ ସୀତାଙ୍କ ବିଷୟରେ ଏହି ସାତୋଟି ବିଷୟ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଦେବୀ ସୀତାଙ୍କ ବିଷୟରେ ଏହିପରି ଅନେକ ବିଷୟ ରହିଛି ଯାହା ବିଷୟରେ ଅଧିକାଂଶ ଲୋକେ ଜାଣନ୍ତି ନାହିଁ । ଏହା ବ୍ୟତୀତ ଗ୍ରନ୍ଥ ଗୁଡିକରେ ଦେବୀ ସୀତାଙ୍କ ବିଷୟରେ ଭିନ୍ନ ଭିନ୍ନ ବିଷୟ ଉଲ୍ଲେଖ ରହିଛି ।

Google

ଦେବୀ ସୀତାଙ୍କ ବିଷୟରେ ଆମେ ସମସ୍ତେ ପଢିଛେ, ରାମାୟଣ ଧାରାବାହିକରେ ସୀତାଙ୍କ ଅଭିନୟକୁ ମଧ୍ୟ ଦେଖିଛେ କିନ୍ତୁ ଏହା ସ୍ୱତେ ଏହିପରି ଅନେକ ବିଷୟ ରହିଛି ଯାହା ବିଷୟରେ ଆମେ ସମସ୍ତେ ଅଜ୍ଞାତ ରହିଛେ । ଏହା ବ୍ୟତୀତ ବାଲ୍ମିକୀ ରାମାୟଣ ଏବଂ ତୁଳସୀ ଦାସଙ୍କ ଲିଖିତ ରାମାୟଣରେ ସୀତାଙ୍କ ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ସବୁ ପ୍ରଦାନ କରାଯାଇଛି । ଏହିପରି କିଛି ବିଷୟରେ ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଅବଗତ କରାଇବୁ ।

ବାଲ୍ମିକୀ ରାମାୟଣରେ ସୀତା ସ୍ୱୟଂବରର ବିଷୟରେ ଉଲ୍ଲେଖ ନାହିଁ

ତୁଳସୀ ଦାସ ରଚିତ ରାମଚରିତ ମାନସରେ ସୀତାଙ୍କ ଉଲ୍ଲେଖ ୧୪୭ ଥର ହୋଇଛି । ରାମଚରିତ ମାନସରେ ସୀତା ସ୍ୱୟଂବରର ଉଲ୍ଲେଖ ରହିଛି କିନ୍ତୁ ବାଲ୍ମିକୀ ରାମାୟଣରେ ସୀତା ସ୍ୱୟଂବରର ଉଲ୍ଲେଖ ନାହିଁ । ତୁଳସୀ ଦାସ ଲେଖିଛନ୍ତି ମାର୍ଗଶିର ମାସର ଶୁକ୍ଳପକ୍ଷ ପଞ୍ଚମୀରେ ସୀତାରାମଙ୍କ ବିବାହ ହୋଇଥିଲା ।

ମାତା ସୀତାଙ୍କ କଣ ବାଲ୍ୟବିବାହ ହୋଇଥିଲା ?

ବାଲ୍ମିକୀ ରାମାୟଣରେ କେବଳ ୧୮ ବର୍ଷ ବୟସରେ ହିଁ ମାତା ସୀତା ଭଗବାନ ରାମଙ୍କ ସହ ବନବାସ ଚାଲିଯାଇଥିଲେ । ଅନ୍ୟ ଏକ ବିଷୟ ହେଉଛି ବିବାହ ପରେ ସୀତା ମାତା କଦାପି ନିଜ ବାପାଙ୍କ ଘର ଜନକପୁରୀ ଯାଇନଥିଲେ । ବନବାସ ଯିବା ପୂର୍ବରୁ ମାତା ସୀତାଙ୍କ ପିତା ଜନକ ସୀତାଙ୍କୁ ଜନକପୁରୀ ଆସିବା ପାଇଁ କହିଥିଲେ କିନ୍ତୁ ମାତା ସୀତା ଯିବା ପାଇଁ ମନା କରିଦେଇଥିଲେ ।

Google

ସୀତା ସ୍ୱୟଂବର ଭଳି ସୀତା ହରଣ ବିଷୟରେ ମଧ୍ୟ ତୁଳସୀ ଦାସ ଏବଂ ବାଲ୍ମିକୀ ରାମାୟଣରେ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯାଇଛି । ବାଲ୍ମିକୀ ରାମାୟଣ ଅନୁସାରେ ରାବଣ ସୀତା ହରଣ କରି ଦିବ୍ୟ ରଥରେ ସୀତାଙ୍କୁ ଲଙ୍କା ନେଇ ଯାଇଥିଲେ ଏବଂ ଏଥିରେ ଉଲ୍ଲେଖ ରହିଛି ଏହି ଦିବ୍ୟ ରଥ ସୁନାରେ ପ୍ରସ୍ତୁତ ହୋଇଥିଲା କିନ୍ତୁ ରାମଚରିତ ମାନସ ଅନୁସାରେ ରାବଣ ପୁଷ୍ପକ ବିମାନରେ ସୀତା ମାତାଙ୍କୁ ଲଙ୍କା ନେଇ ଯାଇଥିଲେ ।

ସର୍ବମୋଟ ଏତେ ଦିନ ରହିଥିଲେ ଲଙ୍କାରେ

ମାତା ସୀତାଙ୍କୁ ଲଙ୍କାରେ ସର୍ବମୋଟ ୪୩୫ ଦିନ ରହିବା ପାଇଁ ପଡିଥିଲା । ସୂଚନା ଅନୁସାରେ ସୀତାମାତା ଲଙ୍କାରୁ ଫେରିବା ପରେ ସୀତାମାତାଙ୍କ ବୟସ ୩୩ ବର୍ଷ ହୋଇଥିଲା । ଏକ ସୂଚନା ଅନୁସାରେ ରାବଣ ପାଖରେ ସୀତା ମାତା ନୁହେଁ ବରଂ ସୀତା ମାତାଙ୍କ ପ୍ରତିଛବି ରହିଥିଲା । ଏହି ସମୟରେ ସୀତାମାତାଙ୍କ ପ୍ରକୃତ ରୂପ ଅଗ୍ନି ଦେବଙ୍କ ପାଖରେ ରହିଥିଲା ।

Google

ବାଲ୍ମିକୀ ରାମାୟଣ ଅନୁସାରେ ସୀତାମାତା ଲଙ୍କାରେ ଉପବାସ ରହିଥିଲେ ଯାହାଫଳରେ ସୀତା ହରଣ ପରେ ଇନ୍ଦ୍ର ଦେଵ ସୀତାଙ୍କୁ ଏହିପରି ଏକ ଖିରୀ ପ୍ରସ୍ତୁତ କରି ଖାଇବା ପାଇଁ ଦେଇଥିଲେ ଏବଂ ସୀତାମାତାଙ୍କୁ ଭୋକ ଶୋଷ ହୋଇନଥିଲା । କିନ୍ତୁ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସରେ ଏହିପରି କୌଣସି ବିଷୟର ଉଲ୍ଲେଖ ନାହିଁ ।

ଶଶରୀର ନିଜ ଧାମକୁ ଫେରି ଯାଇଥିଲେ ସୀତାମାତା

ବାଲ୍ମିକୀ ରାମାୟଣ ଅନୁସାରେ ସୀତାମାତା ଲବକୁଶଙ୍କୁ ଯେତେବେଳେ ଜନ୍ମ ଦେଇଥିଲେ ସେହି ସମୟରେ ସେଠାରେ ଦିଅର ଶତ୍ରୁଘ୍ନ ଉପସ୍ଥିତ ଥିଲେ । ଶ୍ରୀ ରାମଙ୍କ ଦ୍ୱାରା ଜଳ ସମାଧି ନେଇ ଦେହ ତ୍ୟାଗ ବିଷୟରେ ଉଲ୍ଲେଖ ରହିଛି କିନ୍ତୁ ସୀତାମାତା ଯେତେବେଳେ ବସୁଧା କୋଳକୁ ଚାଲି ଯାଇଥିଲେ ସେ ଶଶରୀର ନିଜ ଧାମକୁ ଫେରିଯାଇଥିଲେ ।