ଜଣେ ବଡ଼ ନିର୍ଦ୍ଦେଶକ ଏକ ଚାଂଚଲ୍ୟକର ରହସ୍ୟ ଖୋଲିଛନ୍ତି କହିଥିଲେ, “ସଲମାନଙ୍କ ସହ କ୍ୟାଟ୍ରିନା ଏହିପରି କିଛି କରନ୍ତି” ।

Spread the love

କ୍ୟାଟ୍ରିନା କେଫ, ସଲମାନ ଖାନଙ୍କ ପସନ୍ଦିୟ ସୂଚୀରେ ସାମିଲ ଅଟନ୍ତି । ସୂତ୍ର ଅନୁସାରେ ପ୍ରାୟତଃ ସଲମାନ ଖାନ ଅନେକ ନିର୍ଦ୍ଦେଶକଙ୍କୁ କ୍ୟାଟ୍ରିନାଙ୍କ ନାମ କହିଥାନ୍ତି । ସଲମାନ ନିଜେ ଅନେଜ ଥର ମିଡ଼ିଆ ସାମ୍ନାରେ କ୍ୟାଟ୍ରିନାଙ୍କ ପ୍ରଶଂସା କରି କୁହନ୍ତି, ତାଙ୍କ ବାନ୍ଧବୀ କ୍ୟାଟ୍ରିନା ବହୁତ ପରିଶ୍ରମୀ ଏବଂ ଜଣେ ଭଲ ଅଭିନେତ୍ରୀ ବୋଲି କହିଥାନ୍ତି । ସେ ନିଜ ପରିଶ୍ରମ ବଳରେ ବଲିଉଡର ଜଣେ ଦାମୀ ଅଭିନେତ୍ରୀ ରୂପରେ ପରିଚିତ ।

କ୍ୟାଟ୍ରିନା ଏବଂ ସଲମାନଙ୍କ ବନ୍ଧୁତା ଦୁନିଆ ଜାଣେ କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ଆବାସ ଅଲ୍ଲୀ ସେମାନଙ୍କ ବନ୍ଧୁତା ସହ ଜଡିତ ଏକ ରହସ୍ୟ ଖୋଲିଛନ୍ତି । ନିକଟରେ ଅଲ୍ଲୀ ଆବାସ ମିଡ଼ିଆ ସହ କଥାବାର୍ତ୍ତା ସମୟରେ କହିଥିଲେ, କ୍ୟାଟ୍ରିନା ନିଜର ବଳ ପ୍ରୟୋଗ କରି ନିଜର ଡାୟଲଗ ଏବଂ ରୋଲକୁ ଗୁରୁତ୍ୱ ଦିଅନ୍ତି ଏବଂ ବେଳେବେଳେ ସଲମାନଙ୍କ ଭୂମିକାରେ ମଧ୍ୟ ନା ପସନ୍ଦ କରନ୍ତି ।

ଅଲ୍ଲୀ କହିଥିଲେ, ଅସଲରେ ମୋର ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ ପୂର୍ବରୁ ଭଲ ନ ଥିଲା । କାରଣ ମୁଁ ଅନୁଶାସନର ପକ୍କା ଅଟେ । ଯଦି ଫିଲ୍ମର ସ୍କ୍ରିପ୍ଟ ସକାଳ ୭ଟାରେ ଅଛି; ତେବେ ସେହି ସମୟରେ ହିଁ ତାରକାଙ୍କ ଉପସ୍ଥିତି ଚାହିଁଥାଏ କିନ୍ତୁ କ୍ୟାଟ୍ରିନା ୭ଟାର ସିଫ୍ଟ ଥିଲା ବେଳେ ୮ କିମ୍ବା ୯ଟାରେ ପହଞ୍ଚନ୍ତି । ତେବେ ଏହି ବିଷୟକୁ ନେଇ, ମୁଁ ଅନେକ ଥର କ୍ୟାଟ୍ରିନାଙ୍କୁ କହିଛି କିନ୍ତୁ ମୋର ଏହି କଥାକୁ କ୍ୟାଟ୍ରିନା ପସନ୍ଦ କରନ୍ତି ନାହିଁ ।

ସେ କହିଥିଲେ କ୍ୟାଟ୍ରିନା, ମୋତେ ଏହି କାରଣରୁ ପ୍ରଥମରୁ ପସନ୍ଦ କରୁନଥିଲେ । କାରଣ ତାଙ୍କର ମାନ୍ୟତା ଥିଲା; ମୁଁ ଏହିପରି କିପରି କରି ପାରୁଛି କିନ୍ତୁ କିଛି ଦିନ ପରେ ଯେତେବେଳେ ସେଟରେ ଆମର ବନ୍ଧୁତା ହୋଇଥିଲା, ତାଙ୍କୁ ବୁଝା ପଡିଥିଲା ଯେ ସୁଟିଂ ସହ ଜଡିତ ଅନୁଶାସନକୁ ନେଇ ଆମର ବନ୍ଧୁତା ହୋଇ ଯାଇଥିଲା ।

ଅଲ୍ଲୀ କହିଥିଲେ, ବର୍ତ୍ତମାନ ବନ୍ଧୁତା ଏହିଭଳି ହୋଇଯାଇଛି ବନ୍ଧୁତା ଭାଙ୍ଗିବା କଷ୍ଟକର ହୋଇଯାଇଛି । ବର୍ତ୍ତମାନ କ୍ୟାଟ୍ରିନା ଜୋର ଦେଇ ଅନେକ ସିନ ବା ସ୍ରିପ୍ଟରେ ନିଜର ଡାଇଲଗ ଏବଂ ରୋଲ ବଢ଼ାଇ ଦିଅନ୍ତି ଏବଂ ଅନେକ ଥର ସଲମାନଙ୍କ ଲାଇନ ମଧ୍ୟ ନେଇଯାନ୍ତି ଏବଂ ସଲମାନ ମଧ୍ୟ ଏହି କଥାରେ ମନା କରନ୍ତି ନାହିଁ । କାରଣ କ୍ୟାଟ୍ରିନାଙ୍କୁ ଲାଗିଥାଏ; ଜଣେ ଅଭିନେତା ରୂପରେ ସଲମାନଙ୍କ ଅଭିନୟ ଏବଂ ଡାଇଲଗ ଯେତେ ଅଧିକ ହେବ ଗୋଟିଏ ଅଭିନୟକାରୀଙ୍କ ଭେଲ୍ୟୁ ସେତେ ଅଧିକ ହେବ ।

ଅଲ୍ଲୀ ଶେଷରେ କହିଥିଲେ ପ୍ରାରମ୍ଭରେ କ୍ୟାଟ୍ରିନା ଏବଂ ମୋର ଝଗଡା ସାମାନ୍ୟ ଥିଲା କିନ୍ତୁ ଏହି କଥାକୁ ନେଇ ଯେତେବେଳେ ଦୁହିଙ୍କ ମଧ୍ୟରେ ବନ୍ଧୁତା ହୋଇ ଯାଇଥିଲା, ସେହି ସମୟରେ ମୁଁ କ୍ୟାଟ୍ରିନାଙ୍କୁ ଭଲ ରୂପରେ ବୁଝି ପାରିଥିଲି । ନିଜସ୍ୱ ଜୀବନରେ କ୍ୟାଟ୍ରିନା ବହୁତ ଭଲ ଅଟନ୍ତି ।