ଗରୁଡ଼ ପୁରାଣ ଅନୁସାରେ, ସେହି ପୁରୁଷମାନେ ଭାଗ୍ୟବାନ ଅଟନ୍ତି ଯାହାର ପତ୍ନୀ ଠାରେ ଏହି ସବୁ ଗୁଣ ରହିଛି !

Spread the love

ହିନ୍ଦୁ ଧର୍ମରେ ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ସବୁଠାରୁ ପବିତ୍ର ବୋଲି ଗ୍ରହଣ କରାଇଥାଏ । ଯେଉଁଥିରେ ଦୁହେଁ, ଜଣେ ଅନ୍ୟ ଜଣର ସୁଖ ଦୁଃଖରେ ଭାଗିଦାର ହୋଇଥାନ୍ତି । ହିନ୍ଦୁ ଧର୍ମରେ ପତ୍ନୀକୁ ସ୍ୱାମୀର ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଇଥାଏ । ଏତଦବ୍ୟତୀତ ଅନେକ ଗ୍ରନ୍ଥରେ ଏହି ସମ୍ପର୍କକୁ ନେଇ ବହୁତ କଥା କୁହାଯାଇଛି । ଗରୁଡ଼ ପୁରାଣରେ ବି ଜଣେ ପତ୍ନୀର କିଛି ଗୁଣ ବିଷୟରେ କୁହାଯାଇଛି , ଯାହାକି ସ୍ୱାମୀର ଭାଗ୍ୟଶାଳୀ ହେବାର ସଂକେତ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେଇ ସବୁ ଗୁଣ ବିଷୟରେ ବତେଇବାକୁ ଯାଉଛୁ, ତା’ହେଲେ ଆସନ୍ତୁ ଗରୁଡ଼ ପୁରାଣରେ ବର୍ଣ୍ଣିତ ମହିଳାଙ୍କ ସେଇ ଗୁଣ ବିଷୟରେ ଜାଣିବା :-

ଗୃହ କାର୍ଯ୍ୟରେ ଦକ୍ଷ :-

ଗୃହ କାର୍ଯ୍ୟ ଅର୍ଥତ୍ ଘର କାମ, ଯେଉଁ ପତ୍ନୀ ଘରର ସବୁ କାର୍ଯ୍ୟ ଯେପରି କି ଭୋଜନ, ରାନ୍ଧିବା, ସଫା ସୁତରା କରିବା, ଘର ସଜେଇବା, ବାସନ ଓ କପଡା ଆଦି ସଫା କରିବା, ପିଲା ଛୁଆଙ୍କର ଦାୟିତ୍ୱ ଠିକ ଭାବରେ ତୁଲେଇବା, ଘରକୁ ଆସୁଥିବା ଅତିଥୀଙ୍କର ମାନ-ସମ୍ମାନ କରିବା, କମ୍ ଜିନିଷରେ ଘରକୁ ଚଲେଇବା ଆଦି କାର୍ଯ୍ୟରେ ନିପୁଣ ହୋଇଥାନ୍ତି, ତାଙ୍କୁ ହିଁ ଗୃହ କାର୍ଯ୍ୟରେ ଦକ୍ଷ ବୋଲି ଗ୍ରହଣ କରାଯାଇ ଥାଏ । ଏହି ଗୁଣ ଯେଉଁ ସ୍ତ୍ରୀ ପାଖରେ ଥାଏ, ସେ ତାଙ୍କର ସ୍ୱାମୀର ପ୍ରିୟ ହୋଇଥାନ୍ତି ।

ପ୍ରିୟବାଦିନି ମାନେ ମିଠା କଥା କହୁଥିବା :-

ସ୍ତ୍ରୀକୁ ସବୁବେଳେ ନିଜ ସ୍ୱାମୀ ସହିତ ସଂଯମତା ଭାଷାରେ କଥା କହିବା ଦରକାର ଅଟେ। ସଂଯମତା ଭାଷୀ ସମ୍ପର୍ଣ୍ଣ ମହିଳାମାନେ ଧୀରେ ଧୀରେ ପ୍ରେମପୂର୍ବକ କଥା କହିଥାନ୍ତି । ସ୍ତ୍ରୀ ଏହି ଭଳି ଭାବରେ କଥା ହେଲେ ସ୍ୱାମୀ ବି ତାର କଥାକୁ ଧ୍ୟାନ ଦେଇ ଶୁଣି ଥାଏ ଓ ସ୍ତ୍ରୀର ଇଚ୍ଛାକୁ ପୂର୍ଣ କରିବା ପାଇଁ ଚେଷ୍ଟା କରିଥାନ୍ତି । ସ୍ୱାମୀ ଛଡା ସ୍ତ୍ରୀକୁ ଘରର ଅନ୍ୟ ସଦସ୍ୟ ଯେମିତିକି ଶାଶୁ-ଶ୍ୱଶୁର , ଦିଅର-ଦିଅର ବୋହୁ, ଦେଢଶୁର-ଦେଢଶୁର ବୋହୁ, ନଣନ୍ଦ ଆଦିଙ୍କ ସହିତ ବି ପ୍ରେମପୂର୍ବକ କଥା ହେବା ଦରକାର ଅଟେ । କହିବାର ସଠିକ ଉପାୟରେ ହିଁ ସ୍ତ୍ରୀ ତାର ସ୍ୱାମୀ ଏବଂ ତାଙ୍କର ପରିବାରର ଅନ୍ୟ ସଦସ୍ୟଙ୍କ ମନରେ ନିଜ ପ୍ରତି ସ୍ନେହ ସୃଷ୍ଟି କରି ପାରିବେ ।

ପତି ପରାୟଣା ମାନେ ସ୍ୱାମୀଙ୍କର ସମସ୍ତ କଥା ମାନୁଥିବ:-

ଯେଉଁ ପତ୍ନୀ ନିଜର ସ୍ୱାମୀଙ୍କୁ ହିଁ ସର୍ବସ୍ୱ ମାନିଥାନ୍ତି ତଥା ସବୁବେଳେ ତାଙ୍କରି ଆଦେଶ ପାଳନ କରିଥାନ୍ତି , ତାଙ୍କୁ ହିଁ ଧର୍ମ ଗ୍ରନ୍ଥରେ ପତିବ୍ରତା କୁହା ଯାଇଥାଏ । ପତିବ୍ରତା ସ୍ତ୍ରୀ ସବୁବେଳେ ନିଜର ସ୍ୱାମୀର ସେବାରେ ଲାଗି ରହିଥାଏ, ଭୁଲରେ ବି କେବେ ନିଜର ସ୍ୱାମୀର ହୃଦୟକୁ ଦୁଃଖ ଦେବା ଭଳି କାମ କରି ନ ଥାନ୍ତି । ଯଦି ସ୍ୱାମୀଙ୍କୁ କିଛି ଦୁଃଖର କଥା କହିବାର ଅଛି ତ ପୂର୍ଣ୍ଣ ସଂଯମତା ହୋଇ କହିଥାନ୍ତି । ବିଭିନ୍ନ ପ୍ରକାରରେ ସ୍ୱାମୀକୁ ପ୍ରସନ୍ନ ରଖିବାର ପ୍ରୟାସ କରିଥାନ୍ତି । ସ୍ୱାମୀଙ୍କ ଛଡା ସେ କେବେବି ଅନ୍ୟ ପୁରୁଷ ବିଷୟରେ ଭାବି ନ ଥାନ୍ତି । ଧର୍ମ ଗ୍ରନ୍ଥରେ ଏମିତିକା ସ୍ତ୍ରୀକୁ ପତି ପରାୟଣତା କୁହାଯାଇଥାଏ ।

ଧର୍ମର ପାଳନ କରୁ ଥିବା:-

ଜଣେ ପତ୍ନୀର ପ୍ରଥମେ ଧର୍ମ ହୋଇଥାଏ କି ସେ ନିଜର ସ୍ୱାମୀ ଓ ପରିବାରର ହିତ ବିଷୟରେ ଚିନ୍ତିତ ରହିବା ଓ ଭାବିବା । ସେ ଏମିତି କିଛି କାମ ନ କରନ୍ତୁ ଯାହା ଦ୍ୱାରା ସ୍ୱାମୀ ଏବଂ ପରିବାରର ଅମଙ୍ଗଳ ହେବ ।

ଗରୁଡ଼ ପୁରାଣ ଅନୁସାରେ, ଯେଉଁ ପତ୍ନୀ ସବୁ ଦିନ ସ୍ନାନ କରି ସ୍ୱାମୀ ପାଇଁ ସଜବାଜ ହୋଇଥାଏ, କମ୍ ଖାଇ ଥାଏ, କଥା ମଧ୍ୟ କମ୍ କହିଥାଏ ତଥା ସବୁ ମଙ୍ଗଳ ଚିହ୍ନ ଯୁକ୍ତ ଅଟେ, ଯିଏକି ନିରନ୍ତର ନିଜର ଧର୍ମର ପାଳନ କରିଥାଏ ତଥା ନିଜର ସ୍ୱାମୀକୁ ପ୍ରେମ କରିଥାଏ ତାକୁ ହିଁ ପ୍ରକୃତ ଅର୍ଥରେ ପତ୍ନୀର ମାନ୍ୟତା ମିଳି ଥାଏ । ଯେଉଁ ବ୍ୟକ୍ତିଙ୍କ ପତ୍ନୀ ଠାରେ ଏହି ସବୁ ଗୁଣ ଆଦ୍ୟାବିଧି ରହିଛି, ସେହି ବ୍ୟକ୍ତି ନିଜକୁ ଦେବରାଜ ଇନ୍ଦ୍ର ବୋଲି ଭାବିବା ଦରକାର ଅଟେ ।