ସ୍ୱପ୍ନରେ ଏହି ଜୀବଜନ୍ତୁକୁ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ଶୀଘ୍ର ହିଁ …

Spread the love

ଏହି ଦୁନିଆରେ ହୁଏତ ଏମିତି କିଛି ଲୋକ ଥିବେ, ଯେଉଁମାନେ ଶୋଇବା ସମୟରେ ସ୍ବପ୍ନ ଦେଖିନଥାନ୍ତି । ଆମ ଜୀବନରେ ସ୍ୱପ୍ନର ବହୁତ ମହତ୍ୱ ରହିଥାଏ । ସମୁଦ୍ର ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଏହି ଦୁଇଟି ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ରାତିରେ ଶୋଇବା ଅବସ୍ଥାରେ ଆମେ ଯେଉଁ ସ୍ଵପ୍ନ ଦେଖିଥାଉ ତାହା ଆମ ଜୀବନର ଭବିଷ୍ୟତରେ ଆସୁଥିବା ସମସ୍ତ ଘଟଣାର ସଂକେତ ଦେଇଥାଏ । ଆପଣ ସ୍ଵପ୍ନରେ କଣ ଏବଂ କାହାକୁ ଦେଖୁଛନ୍ତି; ସେହି କଥାର ପ୍ରଭାବ ଆମ ଜୀବନର ଭବିଷ୍ୟତରେ ଅତ୍ୟଧିକ ମାତ୍ରାରେ ପ୍ରଭାବିତ ପକାଇଥାଏ । ଆଜି ଆମେ ଆପଣଙ୍କୁ ସ୍ଵପ୍ନରେ ଜୀବଜନ୍ତୁଙ୍କୁ ଦେଖିବାର ଅର୍ଥ ଜଣାଇବାକୁ ଯାଉଛୁ ।

ସ୍ଵପ୍ନରେ ଦେଖାଯାଉଥିବା ଜୀବଜନ୍ତୁ ଦେଇଥାଏ ଏହି ସଂକେତ :

୧) କୁକୁର :

ଯଦି ଆପଣଙ୍କୁ ସ୍ଵପ୍ନରେ କୁକୁର ଦେଖାଯାଏ; ତେବେ ତାହା ଏହି କଥାର ସଂକେତ ଦେଇଥାଏ କି ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କ ତରଫରୁ କୌଣସି ସୁଖଦୀୟ ଖବର ମିଳିପାରେ । ଯଦି ଆପଣଙ୍କୁ ସ୍ୱପ୍ନରେ କୁକୁର ରୁଟି ଖାଇବାର ଦେଖାଯାଏ, ତେବେ ବୁଝିଯାଆନ୍ତୁ କି ଆପଣଙ୍କ କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଶୀଘ୍ର ହିଁ ମିଳି ଯିବେ ଅର୍ଥାତ ସାକ୍ଷାତ କରିବେ ।

୨) ଗାଈ :

ସ୍ୱପ୍ନରେ ଗାଈକୁ ଦେଖିବା ଶୁଭର ପ୍ରତୀକ କୁହାଯାଏ । ଏହା କୁହାଯାଏ କି ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ଗାଈ ଦେଖାଯାଏ, ସେହି ବ୍ୟକ୍ତିର ଜୀବନର ପୁରା ବର୍ଷ ସୁଖମୟ ଏବଂ ଭଲରେ ବିତିଥାଏ । ଏହାର ତର୍କ ଏହା ଯେ, ଗାଈ ମଧ୍ୟରେ ଅନେକ ଦେବୀ ଦେବତା ବାସ କରିଥାନ୍ତି । ଏମିତିରେ ଗାଇଙ୍କୁ ସ୍ୱପ୍ନରେ ଦେଖିବା ଦ୍ଵାରା ଆପଣଙ୍କୁ ସେହି ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଯାଏ ।

୩) ହାତୀ :

ସ୍ୱପ୍ନରେ ହାତୀକୁ ଦେଖିବା ଶୁଭ ବୋଲି କୁହାଯାଏ ଏବଂ ଏହା ମଧ୍ୟ କୁହାଯାଏ କି ଯେଉଁ ବ୍ୟକ୍ତି ସ୍ୱପ୍ନରେ ହାତୀକୁ ଦେଖିଥାଏ; ସେମାନଙ୍କ ଭାଗ୍ୟ ପ୍ରବଳ ହୋଇଯାଇଥାଏ । ସେହି ବ୍ୟକ୍ତିମାନେ ଆସୁଥିବା ସମୟରେ ନିଜର ଭାଗ୍ୟ ଆଧାରରେ ଅନେକ କଠିନ କାର୍ଯ୍ୟକୁ ମଧ୍ୟ ସହଜରେ ସାଧନ କରିଥାନ୍ତି ।

୪) ମଇଁଷି :

ସ୍ଵପ୍ନରେ ମଇଁଷି ଦେଖାଦେବା ଏକ ଅଶୁଭର ପ୍ରତୀକ ଅଟେ । ଏହା କୁହାଯାଏ କି ସ୍ୱପ୍ନରେ ମଇଁଷି ଦେଖାଦେବା କୌଣସି ଗମ୍ଭୀର ରୋଗ କିମ୍ବା ଦୁର୍ଘଟଣାର ସଂକେତ ହୋଇଥାଏ । ମଇଁଷି ଯମରାଜଙ୍କର ବାହାନ ଅଟେ । ଏମିତିରେ ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ କଳା ଜଙ୍ଗଲି ମଇଁଷି ଦେଖିଦେବା; ତେବେ ସେହି ବ୍ୟକ୍ତିଙ୍କ ନିକଟବର୍ତ୍ତୀ ସମ୍ପର୍କୀୟ ବ୍ୟକ୍ତିର ମୃତ୍ୟୁ ହେବାର ଆଶଙ୍କା ବଢ଼ିଯାଇଥାଏ ।

୫) ଓଟ :

ସ୍ୱପ୍ନରେ ଓଟକୁ ଦେଖିବା ମଧ୍ୟ ଶୁଭ ହୋଇନଥାଏ । ଯଦି ଆପଣଙ୍କ ସ୍ୱପ୍ନରେ ଓଟ ଦେଖାଯାଏ; ତେବେ ବୁଝି ଯାଆନ୍ତୁ, ଆପଣଙ୍କ ଜୀବନରେ କୌଣସି କଷ୍ଟ ଏବଂ ଦୁଃଖ ଆସିବାକୁ ଯାଉଛି ।

୬) ବିରାଡ଼ି :

ଯଦି ସ୍ୱପ୍ନରେ ଧଳା କିମ୍ବା ଭୁଆ ବିରାଡ଼ି ଦେଖାଯାଏ; ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କୌଣସି ଖାସ୍ ବ୍ୟକ୍ତିର ଆଗମନ ହେବାକୁ ଯାଉଛି । ଏହି ଖାସ୍ ବ୍ୟକ୍ତି ଆପଣଙ୍କୁ ବହୁତ ଆନନ୍ଦ ଦେବେ । କିନ୍ତୁ ସ୍ୱପ୍ନରେ କଳା ବିରାଡ଼ି ଦେଖିବାର ଅର୍ଥ ହେଉଛି କି ଆପଣଙ୍କୁ ପ୍ରେମରେ ଧୋକା ମିଳିପାରେ ।