ମଂଚ ଉପରେ ବରର ଚେହେରା ଦେଖି କନ୍ୟା ମାଆ-ବାପାଙ୍କ କାନରେ କହିଲା, ନିର୍ବନ୍ଧର ଫୋଟ ଟିକେ ଆଣ ।

Spread the love

ବିବାହ ମଣ୍ଡପରେ ଅଭାବନୀୟ ଘଟଣା । ବିହାରର ଏକ ବାହାଘରରେ ବହୁତ ହାଇ ଭୋଲ୍ଟେଜ ଡ୍ରାମା ହୋଇଛି ଓ ଏହି ବାହାଘରରେ ମାରପିଟରୁ ଆରମ୍ଭ ହୋଇ ବର ବଦଳି ଯାଇଥିବା ଭଳି ଘଟଣା ମଧ୍ୟ ହୋଇଛି । କୁହାଯାଉଛି ଯେ, ପାଟଣାର କଙ୍କଡ଼ବାଗ କ୍ଷେତ୍ରରେ ରହୁଥିବା ମୋନୁ ନାମକ ପୁଅର ବାହାଘର ଥିଲା । ମୋନୁ ନିଜ ବରଯାତ୍ରୀ ନେଇ କନ୍ୟା ନିଶା ଘରକୁ ଗଲା । ବରଯାତ୍ରୀର ସ୍ୱାଗତ ନିଶାର ପରିବାର ଲୋକ ବହୁତ ଭଲ ସେ କଲେ ।

ବାରଯାତ୍ରୀର ସ୍ୱାଗତ ପରେ ବରମାଳା ପାଇଁ ବରକୁ ଷ୍ଟେଜ ଉପରେ ବସାଗଲା ଓ କିଛି ସମୟ ପରେ ନିଶାକୁ ଷ୍ଟେଜକୁ ଅଣାଗଲା । ନିଶା ଯେତେବେଳେ ତାର ବରକୁ ଦେଖିଲା, ନିଶାକୁ ବହୁତ ଅଜବ ଅନୁଭବ ହେଲା । ନିଶା ନିଜ ମା ବାପାଙ୍କୁ ଡାକି ତାଙ୍କ କାନରେ ବର ବଦଳିଯାଇ ଥିବାର କଥା କହିଲା ଓ ନିର୍ବନ୍ଧର ଫୋଟ ଦେଖାଇବା ପାଇଁ କହିଲା । ନିଶାର କଥା ଶୁଣି ତାର ବାପା ସୁନୀଲ ପ୍ରସାଦଙ୍କୁ ମଧ୍ୟ ସନ୍ଦେହ ହେଲା । ଏହି ସମୟରେ ନିଶା ଓ ତାଙ୍କ ପରିବାର ଲୋକଙ୍କ କଥା ଷ୍ଟେଜ ଉପରେ ଥିବା ବରର ସମ୍ପର୍କୀୟ ଶୁଣିଦେଲେ ଓ ହଙ୍ଗାମା କରିବା ଆରମ୍ଭ କରିଦେଲେ । ଯାହାଫଳରେ ଏହି ବାହାଘରରେ ହାଇ ଭୋଲ୍ଟେଜ ଡ୍ରାମା ଆରମ୍ଭ ହୋଇଗଲା ।

ପରସ୍ପର ମଧ୍ୟରେ ମାରପିଟ୍ :

ବର ଓ କନ୍ୟାର ପରିବାରଙ୍କୁ ପରସ୍ପର ଉପରେ ବହୁତ ରାଗ ଆସିଗଲା ଓ ଏହାପରେ ଦୁଇ ପରିବାରଙ୍କ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଗଲା । ଏହି ଲଢେଇ ଏତେ ବଡ଼ ଥିଲା ଯେ, ବିବାହ ମଣ୍ଡପରେ ଯୋଗ ଦେବାକୁ ଆସିଥିବା କିଛି ଅତିଥିଙ୍କୁ ବହୁତ ଆଘାତ ମଧ୍ୟ ଲାଗିଛି ।

ବରପକ୍ଷରୁ କଣ ବୟାନ ଆସିଛି :

ବରପକ୍ଷରୁ ଆରୋପ ଆସିଛି ଯେ, ବିବାହ ନ କରିବା ପାଇଁ ତାଙ୍କ ଉପରେ ଏହି ମିଛ ଆରୋପ ଲଗାଯାଇଛି । ସେ ବରକୁ ବଦଳାଇ ନାହାନ୍ତି ଓ ଯଦି ଝିଅର ପରିବାର ଚାହିଁବେ; ତେବେ ନିର୍ବନ୍ଧର ଫୋଟ ମଧ୍ୟ ଦେଖି ଦିଅନ୍ତୁ । ବରପକ୍ଷ ଅନୁସାରେ ନିର୍ବନ୍ଧ ସମୟରେ ଝିଅର ପରିବାରକୁ ପୁଅ ପସନ୍ଦ ଥିଲା କିନ୍ତୁ ବିବାହ ସମୟରେ ତାଙ୍କୁ ବର ପସନ୍ଦ ଆସିଲା ନାହିଁ ।

କନ୍ୟା ପକ୍ଷରୁ କଣ ବୟାନ ଆସିଛି :

ଝିଅପକ୍ଷ ବରର ପରିବାର ଉପରେ ଅପବ୍ୟବହାରର ଆରୋପ ଲଗାଇଛନ୍ତି ଓ କହିଛନ୍ତି ଯେ, ପ୍ରଥମେ ବର ବଦଳାଇ ଦେଲେ ଓ ପରେ ବରଯାତ୍ରୀରେ ଆସିଥିବା ଲୋକ ମଦ ପିଇ ବହୁତ ଖରାପ ବ୍ୟବହାର କରିଥିଲେ । ଝିଅ ବା କନ୍ୟା କହିବା ଅନୁଯାୟୀ, ଯେଉଁ ପ୍ରକାରେ ସେ ବରଯାତ୍ରୀରେ ଲୋକଙ୍କ ବ୍ୟବହାର ଦେଖିଲା, ଏହା ପରେ ସେ ସେହି ଘରେ ଆଉ ବିବାହ କରିବାକୁ ଚାହୁଁନାହିଁ ।