ଲୋଭୀ ବର ସାମ୍ନାରେ ପିତାଙ୍କୁ କାନ୍ଦୁଥିବାର ଦେଖି କନ୍ୟା ଏହିପରି କିଛି କରିଥିଲେ । ଉପସ୍ଥିତ ଲୋକେ ପ୍ରଶଂସା କରିଛନ୍ତି ।

Spread the love

ଏହି କଥାରେ ଆମେ ଦ୍ଵିମତ ହୋଇପାରିବା ନାହିଁ ଯେ, ଭାରତୀୟ ଯୁବା ପିଢ଼ି ଯେତେ ଶିକ୍ଷିତ ହୋଇଥାନ୍ତୁ ନା କାହିଁକି ପୁରୁଣା ପରମ୍ପରାକୁ ଛାଡି ନାହାନ୍ତି । ଯୌତୁକ ପ୍ରଥା ଭାରତରେ ବହୁ ପୁରାତନ ଯୁଗରୁ ଚାଲି ଆସିଛି । ଆଜିର ଆଧୁନିକ ଯୁଗରେ ମଧ୍ୟ ନୂତନ ଯୁବପୀଢ଼ିର କିଛି ଯୁବା ଏହି ପ୍ରଥାର ବିରୁଦ୍ଧରେ ଅଛନ୍ତି । କିନ୍ତୁ କିଛି ଲୋଭୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କୁ ନିଜ ଲୋଭ ସେମାନଙ୍କୁ କିଛି ଜଣା ପଡିନଥାଏ । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଯୌତୁକ ପ୍ରଥାକୁ ନେଇ ଅନେକ ବିବାହ ଭାଙ୍ଗି ଯାଇଥାଏ, ଯାହାର ଫଳ ଝିଅଙ୍କୁ ହିଁ ସାରା ଜୀବନ ଭୋଗିବା ପାଇଁ ପଡ଼ିଥାଏ ।

ଯଦି ଆପଣ ଖବର କାଗଜ ପଢୁଥିବେ, ତେବେ ଗୋଟିଏ କଥା ନିଶ୍ଚିନ୍ତ ନଜର ରଖିଥିବେ ପ୍ରତିଦିନ କୌଣସି ନା କୌଣସି ଝିଅ ଯୌତୁକ ପ୍ରଥାର ଶିକାର ହୋଇଥିବେ ।ଯୌତୁକ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଝିଅଙ୍କ ଜୀବନ ନେଇଯାଇଛି । କିନ୍ତୁ ନିକଟରେ ଜଣେ ଝିଅ ଏହି ପ୍ରଥାକୁ ବିରୋଧ କରିବା ପାଇଁ ଏକ ନୂତନ ପ୍ରକାରର ଉଦାହରଣ ସୃଷ୍ଟି କରି ସମସ୍ତଙ୍କ ପ୍ରଶଂସାର ପାତ୍ରୀ ସାଜିଛନ୍ତି ।

ଏହି ଘଟଣାଟି ରାଜସ୍ଥାନର ଝୁଝୁନର ମେଘପୁର ପଚୋଲି ଗ୍ରାମର ଅଟେ । ମହିପାଳ ସିଂ ଖଣ୍ଡାଙ୍କ ଝିଅ ପ୍ରିୟଙ୍କା ଯୌତୁକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଯୌତୁକ ଲୋଭୀ ନିଜର ଭାବି ସ୍ୱାମୀକୁ ଶିକ୍ଷା ଦେଇ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଛନ୍ତି ଏହି ସାହସୀ ଯୁବତୀ ଜଣଙ୍କ । କହିବା ପାଇଁ ଚାହୁଁଛୁ; ପ୍ରିୟଙ୍କାଙ୍କ ବିବାହ କନେଷ୍ଟବଳ ଆଶିଷଙ୍କ ସହ ହେବାର ଥିଲା । ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା କିନ୍ତୁ ସେହି ସମୟରେ ବର କିଛି ବରାଦ କରିଥିଲା ଯେ, ସେଠାରେ ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନା ଅନୁସାରେ ପ୍ରିୟଙ୍କାଙ୍କ ପିତାଙ୍କ ସାମ୍ନାରେ ବର ଏହି ସର୍ତ୍ତ ରଖିଥିଲା ଯେ, ପ୍ରିୟଙ୍କାଙ୍କ ବିବାହ ୨୫ ଲକ୍ଷ ଟଙ୍କା, ଗୋଟିଏ କାର ଏବଂ ତିନି ତୋଳାର ସୁନାର ଚେନ ଦେବା ପରେ ହିଁ ହେବ । ବିବାହର ଏହି ମୁହୂର୍ତ୍ତରେ ଏତେ ବଡ଼ ସର୍ତ୍ତକୁ ମାନିବା ପ୍ରିୟଙ୍କାଙ୍କ ପିତାଙ୍କ ପକ୍ଷେ ସମ୍ଭବ ନଥିଲା । ପିତାଙ୍କୁ କୌଣସି ରାସ୍ତା ଦେଖା ଯାଉନଥିଲା ଏବଂ ସେ ବର ସାମ୍ନାରେ ହାତ ଯୋଡିବାରେ ଲାଗିପଡିଲେ । କିନ୍ତୁ ଏହା ସବୁ ସ୍ୱତେ ପ୍ରିୟଙ୍କାଙ୍କ ଭାବି ସ୍ୱାମୀ କୌଣସି କଥା ବୁଝି ନଥିଲା । ମହିପାଲ ସିଂ ନିଜର ପାଗଡ଼ି ମଧ୍ୟ ଆଶିଷର ଗୋଡ଼ ତଳେ ରଖି ଦେଇଥିଲେ, ଯାହାକୁ ଦେଖି ପ୍ରିୟଙ୍କା ରାଗି ଯାଇଥିଲେ ଏବଂ ବିବାହ କରିବା ପାଇଁ ମନା କରି ଦେଇଥିଲେ ।

ପ୍ରିୟଙ୍କାଙ୍କ ମାଆଙ୍କ କହିବା ଅନୁସାରେ ପ୍ରିୟଙ୍କା, ପିତାଙ୍କ ଅତିପ୍ରିୟ ଝିଅ ଅଟନ୍ତି । ଦୁଇ ବାପା ଝିଅ, ଦୁହିଁଙ୍କ ପାଇଁ ମରିବା ବଂଚିବା ପାଇଁ ପ୍ରସ୍ତୁତ ରୁହନ୍ତି । ପ୍ରିୟଙ୍କାଙ୍କ ପିତା ପ୍ରିୟଙ୍କାଙ୍କ ପାଇଁ ଏକ ଭଲ ପରିବାର ଦେଖିଥିଲେ । କିନ୍ତୁ ସେହି ପରିବାର ଏତେ ଲୋଭୀ ହେବ କେହି ବିଶ୍ୱାସ କରିନଥିଲେ । ପ୍ରିୟଙ୍କାଙ୍କ ପରିଜନ କହିଛନ୍ତି; ବିବାହର ପ୍ରାରମ୍ଭରେ ସବୁ କିଛି ଠିକ ଚାଲିଥିଲା କିନ୍ତୁ ବିବାହର ପରମ୍ପରା ଆରମ୍ଭ ହେବା ପରେ ହିଁ ହଠାତ ୨୫ ଲକ୍ଷ ଟଙ୍କା ଏବଂ କାର ମାଗିଥିଲା । ଯାହାପରେ ମହିପାଲ ସିଂ ନିଜ ପଗଡ଼ି ଆଶିଷର ଗୋଡ଼ ତଳେ ରଖି ଦେଇଥିଲେ । ନିଜ ପିତାଙ୍କୁ ଆଶିଷ ସାମ୍ନାରେ ହାତ ଯୋଡି କାକୁତି-ମିନତୀ ହେବାର ଦେଖି ପ୍ରିୟଙ୍କା ରାଗି ଯାଇଥିଲେ ଏବଂ ବିବାହ କରିବା ପାଇଁ ମନା କରି ଦେଇଥିଲେ ।

ପ୍ରିୟଙ୍କାଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ ସେ ଜୀବନସାଥୀ କରିବା ପାଇଁ ଚାହୁଁଥିଲେ, ସେହି ବ୍ୟକ୍ତି ଝିଅ ସହ ନୁହେଁ ଯୌତୁକ ସହ ବିବାହ କରିବା ପାଇଁ ଚାହୁଁଥିଲା ।ପ୍ରିୟଙ୍କା କହିଛନ୍ତି; ଏହିପରି ଲୋଭୀ ପୁଅ ସହ କୌଣସି ମଧ୍ୟ ଝିଅ ବିବାହ କରିବା ପାଇଁ ଚାହିଁବେ ନାହିଁ । ପ୍ରିୟଙ୍କା ବିବାହ ପାଇଁ ମନା କରିବା ପରେ ବରଯାତ୍ରୀକୁ ଖାଲି ହାତରେ ଫେରିବା ପାଇଁ ପଡିଥିଲା । ଏହି ସମୟରେ ହିଁ ପ୍ରିୟଙ୍କାଙ୍କ ଭେଟ ହୋଇଥିଲା କମଳ ନାମକ ଯୁବକଙ୍କ ସହ ଯିଏ ବିବାହରେ ଯୋଗ ଦେବା ପାଇଁ ଆସିଥିଲେ ।କମଳ, ପ୍ରିୟଙ୍କାଙ୍କୁ ପସନ୍ଦ କରିଥିଲେ ଏବଂ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ ପରେ ଦୁହିଙ୍କ ବିବାହ କରାଇ ଦିଆଯାଇଥିଲା ।