ସହିଦ ପୁଅର ପାର୍ଥିବ ଶରୀର ଦେଖି ମାଆ ସ୍ୟାଲୁଟ କରିଥିଲେ । ପରେ ମାଆ କହିଥିଲେ ମୋ ହିରୋ ଆସି ଯାଇଛି ।

Spread the love

ବିକ୍ରମାଦିତ୍ୟା ଘଟଣାରେ ସହିଦ ହୋଇଥିବା ଧର୍ମେନ୍ଦ୍ର ସିଂଙ୍କୁ ଲୁହଭରା ଆଖିରେ ବିଦାୟ ଦିଆ ଯାଇଥିଲା । ଭାରତ ମାତା କି ଜୟ ନାରା ଲଗାଇ ଅନ୍ତିମ ବିଦାୟ ଦିଆ ଯାଇଥିଲା ।

ନୌସେନାର ବିମାନ ବାହାକ ପୋତ ଆଇ.ଏନ୍.ଏସ୍ ବିକ୍ରମାଦିତ୍ୟା, ଶୁକ୍ରବାର ଦିନ ହୋଇଥିବା ଦୁର୍ଘଟଣାରେ ନୌସେନା ଅଧିକାରୀ ଧର୍ମେନ୍ଦ୍ର ସିଂହ ଚୌହାନ ସହିଦ ହୋଇ ଯାଇଛନ୍ତି ଏବଂ ଶନିବାର ଦିନ ତାଙ୍କର ପାର୍ଥିବ ଶରୀରକୁ ନୌସେନା ସମ୍ମାନର ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହା ପରେ ଧର୍ମେନ୍ଦ୍ର ସିଂହଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର କରି ଦିଆଯାଇଛି । ନୌସେନା ତରଫରୁ ଧର୍ମେନ୍ଦ୍ର ସିଂହ ଚୌହାନଙ୍କ ପାର୍ଥିବ ଶରୀର ତାଙ୍କ ରତଲାମ ସ୍ଥିତ ବାସଭବନକୁ ପହଞ୍ଚାଇ ଦିଆ ଯାଇଛି । ଧର୍ମେନ୍ଦ୍ର ସିଂହଙ୍କ ପାର୍ଥିବ ଶରୀର ଦେଖିବା ପରେ ସର୍ବ ପ୍ରଥମେ ତାଙ୍କ ମାଆ ସ୍ୟାଲୁଟ୍ କରିଥିଲେ । ସ୍ୟାଲୁଟ୍ କରି ତାଙ୍କ ମାଆ କହିଛନ୍ତି; ମୋ ହିରୋ ଆସିଯାଇଛି । ଏହି ଘଟଣା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରୁ ଲୁହର ଧାର ଛୁଟି ଚାଲିଥିଲା ।

ଧର୍ମେନ୍ଦ୍ର ସିଂହଙ୍କ ପଡୋଶୀରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଘରକୁ ଆସି ପାର୍ଥବ ଶରୀରର ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ତିମ ଯାତ୍ରା ସମୟରେ ରାସ୍ତାରେ ଅନେକ ଲୋକ ଠିଆ ହୋଇ ଧର୍ମେନ୍ଦ୍ରଙ୍କ ପାର୍ଥିବ ଶରୀର ଉପରେ ପୁଷ୍ପ ବର୍ଷଣ କରି ଭାରତ ମାତା କି ଜୟ ନାରା ଦେଇ ଚାଲିଥିଲେ ।

ଦେଢ଼ ମାସ ପୂର୍ବରୁ ବିବାହ ହୋଇଥିଲା :

ଧର୍ମେନ୍ଦ୍ର ସିଂହ ନୌସେନାରେ ଲେଫ୍ଟନେଣ୍ଟ କମାଣ୍ଡର ରୂପେ କାର୍ଯ୍ୟରତ ଥିଲେ । ତାଙ୍କ ବୟସ ମାତ୍ର ୩୦ ଥିଲା । ସେ ୨୦୧୩ ମସିହାରେ ନୌସେନାର ଭର୍ତ୍ତି ହୋଇଥିଲେ । ତାଙ୍କ ବିବାହ ଏହି ବର୍ଷ ହିଁ ହୋଇଥିଲା ଏବଂ ତାଙ୍କ ବିବାହକୁ ମାତ୍ର ଦେଢ଼ ମାସ ହିଁ ହୋଇଥିଲା । ଧର୍ମେନ୍ଦ୍ର ସିଂହ ଚୌହାନଙ୍କ ମୃତ୍ୟୁର ଖବର ସର୍ବ ପ୍ରଥମେ ରତଲାମର ରିଧି ସିଦ୍ଧି କୋଲନିରେ ରହୁଥିବା ପତ୍ନୀ କର୍ଣ୍ଣା ଚୌହାନଙ୍କୁ ଦିଆଯାଇ ଥିଲା । କର୍ଣ୍ଣାଙ୍କୁ ଖବର ଦେବା ପରେ ଶୁକ୍ରବାର ଦିନ ୧ ଘଣ୍ଟା ୩୦ ମିନିଟରେ ନୌସେନା ଅଧିକାରୀ ମାନେ ଧର୍ମେନ୍ଦ୍ର ସିଂହ ଚୌହାନଙ୍କ ମାଆ ଟମାକୁମ୍ବରଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ ଧର୍ମେନ୍ଦ୍ର ସହିଦ ହୋଇଥିବା ଖବର ଦେଇଥିଲେ । ଏହି ଖବର ଶୁଣିବା ପରେ ମାଆ ଟମାକୁମ୍ବର ଚେତାଶୁନ୍ୟ ହୋଇ ଯାଇଥିଲେ ।

ଘଟଣା ଶୁକ୍ରବାର ଦିନ ଘଟିଥିଲା :

ଶୁକ୍ରବାର ଦିନ ନୌସେନାର ବିମାନ ବାହାକ ପୋତ ଆଇ.ଏନ୍.ଏସ୍ ବିକ୍ରମାଦିତ୍ୟାରେ ନିଆଁ ଲାଗି ଯାଇଥିଲା ଏବଂ ଏହି ନିଆଁ ସେହି ସମୟରେ ଲାଗିଥିଲା ଯେଉଁ ସମୟରେ ପୋତ କର୍ଣ୍ଣାଟକର କାରବାହ ବନ୍ଦରରେ ପହଞ୍ଚିଥିଲା । ପୋତରେ ନିଆଁ ଲାଗିବା ପରେ ପୋତରେ ଥିବା ଜବାନମାନେ ଜାହାଜର ଲଢେଇ କ୍ଷମତାରେ ନିଆଁ ନ ଲାଗିବା ପାଇଁ ଚେଷ୍ଠା କରିଥିଲେ ଏବଂ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିଥିଲା । ଏହି ସମୟରେ ଧର୍ମେନ୍ଦ୍ର ମସିନେରୀ କମ୍ପାଉଣ୍ଡକୁ ନିଆଁରୁ ରକ୍ଷା କରିଥିଲେ କିନ୍ତୁ ଧୂଆଁର ପ୍ରକୋପରେ ସେ ଅଚେତ ହୋଇପଡିଲେ । ପରେ ଧର୍ମେନ୍ଦ୍ରଙ୍କୁ କାରବାଡ଼ ସ୍ଥିତ ନୌସେନା ଡାକ୍ତରଖାନାରେ ଭର୍ତି କରାଯାଇ ଥଲା । କିନ୍ତୁ ଧ୍ଵର୍ମେନ୍ଦ୍ରଙ୍କୁ ବଞ୍ଚାଇ ଯାଇ ପାରିନଥିଲା ଏବଂ ଧର୍ମେନ୍ଦ୍ର ସହିଦ ହୋଇଯାଇ ଥିଲେ । ଏହି ଘଟଣାର ଯାଞ୍ଚ ଚାଲିଛି କିପରି ଆଇ.ଏନ୍.ଏସ୍ ବିକ୍ରମାଦିତ୍ୟାରେ ନିଆଁ କିପରି ଲାଗିଥିଲା ।