ବିବାହରେ ଝିଅର ମନ କଥା ଜାଣି କାନ୍ଦି ପକେଇଥିଲେ ପିତାମାତା, ସୋସିଆଲ ମିଡିଆରେ ଭାଇରଲ ହୋଇଛି ୨ ମିନିଟର ଭିଡ଼ିଓ ।

Spread the love

ଝିଅଟି ରାଜି ଚଳଚ୍ଚିତ୍ରର ଗୀତ “ମୁଡ୍ କେ ନା ଦେଖୋ ଦିଲବରୋ”ରେ ଏପରି ନାଚ କରିଥିଲା, ଯେ ମାତାପିତା ଭାବୁକ ହୋଇ ଯାଇ କାନ୍ଦିବାରେ ଲାଗିଥିଲେ ।

ଝିଅମାନେ ପର ଧନ ହୋଇଥାନ୍ତି । ଏହି କଥା ପିତାମାତା ପୂର୍ବରୁ ଜାଣିଥାନ୍ତି କିନ୍ତୁ ସେହି ସମୟରେ ବେଶି ଦୁଃଖ କରନ୍ତି, ଯେଉଁ ସମୟରେ ଝିଅକୁ ବିଦା କରିଥାନ୍ତି ।ଆଜିର ଦୁନିଆରେ ଝିଅମାନେ ପୁଅଙ୍କ ଠାରୁ କମ ନୁହନ୍ତି । ପୁଅଙ୍କ ତୁଳନାରେ ଝିଅମାନେ ନିଜ ପିତାମାତାଙ୍କ ଯତ୍ନ ଅଧିକ ନେଇଥାନ୍ତି । ଜଣେ ପୁଅ ପାଇଁ ପିତାମାତା ବିବାହ ପରେ ବୋଝ ହୋଇପାରନ୍ତି କିନ୍ତୁ ଜଣେ ଝିଅ ପାଇଁ ପିତାମାତା କଦାପି ବୋଝ ହୋଇନଥାନ୍ତି । ଶଶୁର ଘର ଯତ୍ନ ଦେବା ସଙ୍ଗେ ସଙ୍ଗେ ନିଜ ପିତାମାତାଙ୍କ ଖୁବ ଯତ୍ନ ନିଅନ୍ତି ଝିଅମାନେ । ନିଜ ଝିଅକୁ ପିତାମାତା ଯେ କୌଣସି ଅସୁବିଧା ବିଷୟରେ କହିଥାନ୍ତି । ଝିଅମାନେ ହିଁ ବାସ୍ତବରେ ପିତାମାତାଙ୍କ ପ୍ରତ୍ୟେକ କାମରେ ସାହାଯ୍ୟ କରିଥାନ୍ତି । ଏଥିପାଇଁ ଯେତେବେଳେ ଝିଅମାନେ ବିଦା ହୋଇଯାଆନ୍ତି; ପିତାମାତା ଦୁଃଖ ପ୍ରକାଶ କରିଥାନ୍ତି ।

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରଲ ହେଉଛି, ଯେଉଁଥିରେ କନ୍ୟା ନାଚ କରୁଥିବାର ଆପଣମାନେ ଦେଖିଥିବେ । ଏଣ୍ଟ୍ରି ସମୟରେ କନ୍ୟା ନାଚ କରିବା ଏକ ପ୍ରଥା ହୋଇଗଲାଣି । ସହଜରେ ଆପଣଙ୍କୁ ଇଣ୍ଟରନେଟରେ ଅନେକ ଭିଡ଼ିଓ ମିଳିଯିବ । କିନ୍ତୁ କମ ଭିଡ଼ିଓ ଦେଖିଥିବେ ଯେଉଁଥିରେ ଝିଅମାନେ ନିଜ ପିତାମାତାଙ୍କ ଉଦ୍ଦେଶ୍ୟରେ ନାଚ କରିଥିବେ । ଆଜିର ଏହି ପୋଷ୍ଟରେ ଆପଣଙ୍କ ପାଇଁ ଏକ ଏପରି ନାଚ ଦେଖାଇବୁ, ଯେଉଁଥିରେ ଜଣେ ଯୁବତୀ ନିଜ ନିର୍ବନ୍ଧ ଦିନ ପିତାମାତାଙ୍କ ପାଇଁ ନାଚ କରିଛନ୍ତି । ନିଜ ଝିଅଙ୍କ ଏହି ନାଚ ଦେଖି ପିତାମାତା ଖୁସିରେ କାନ୍ଦି ପକାଇଥିଲେ ।

ଝିଅର ନାଚ ଦେଖି ଭାବୁକ ହୋଇଯାଇ ଥିଲେ ପିତାମାତା :

ନାଚ ଆରମ୍ଭ ହେବା ପୂର୍ବରୁ ଝିଅଟିର ଏକ ଦୁଖଃଭରା ଭାଷଣ ଆସୁଛି; ଯେଉଁଥିରେ ସେ ନିଜ ପିତାମାତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସର୍ଵ ପ୍ରଥମେ ଝିଅଟି ରାଜି ଚଳଚ୍ଚିତ୍ରର “ଉଙ୍ଗଲି ପକଡ଼କେ ତୁନେ” ଗୀତରେ ନାଚ କରିଥିଲେ । ଏହାପରେ ନିଜ ଭଉଣୀଙ୍କ ସହ ଦୁଃଖ ସନ୍ଦେଶ ଦେଇ ପିତାମାତାଙ୍କୁ ଦୁଃଖିତ କରି ଦେଇଥିଲେ । ନାଚ ଶେଷ ହେବା ପରେ ଷ୍ଟେଜକୁ ସିଧା ଓଲ୍ଲାଇ ନିଜ ପିତାମାତାଙ୍କ ପାଖକୁ ଯାଇ ସେମାନଙ୍କୁ କୁଣ୍ଢାଇ ପକାଇଥିଲେ । ଏହି ନାଚ ଭିଡ଼ିଓଟି ଖୁବ୍ ଦୁଖଃଭରା ଅଟେ ଏବଂ ଆମର ବିଶ୍ୱାସ ରହିଛି; ଏହାକୁ ଦେଖିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ବାହାରି ଆସିବ । ଏହି ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ ଅନେକ ଲୋକ ଦେଖି ସାରିଲେଣି । ଯଦି ଆପଣ ଏହି ଭିଡ଼ିଓ ଦେଖି ନାହାନ୍ତି; ତେବେ ଆମେ ଆପଣଙ୍କ ପାଇଁ ଏହି ଭିଡ଼ିଓଟି ନେଇ ଆସିଛୁ । ଏହି ଭିଡ଼ିଓ ସେହି ଝିଅଙ୍କୁ ସମର୍ପିତ ଅଟେ ଯେଉଁମାନଙ୍କ ବିବାହ ହୋଇ ଯାଇଛି କିମ୍ବା ହେବାକୁ ଅଛି । ଏହି ହୃଦୟସ୍ପର୍ଶୀ ଭିଡ଼ିଓକୁ ଆପଣ ମଧ୍ୟ ଥରେ ଦେଖି ନିଅନ୍ତୁ ।

ଭିଡ଼ିଓ ଦେଖନ୍ତୁ :