କୋରୋନା ସଙ୍କଟରେ ବୈଜ୍ଞାନିକ ଦେଲେ ଶୁଭ ଖବର ! କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଉପଯୁକ୍ତ ସାବ୍ୟସ୍ତ ହୋଇଛି ଏହି ଔଷଧ :

Spread the love

ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭୂତାଣୁ ଆଜି ସମଗ୍ର ଦୁନିଆରେ ନିଜର ଆତଙ୍କ ଖେଳାଇଛି । ଏହି ଭୂତାଣୁ କାରଣରୁ ୭୦ ଲକ୍ଷରୁ ମଧ୍ୟ ଅଧିକ ଲୋକ ରୋଗଗ୍ରସ୍ତ ହୋଇଛନ୍ତି, ଯେଉଁଠି ୪ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏପରି ସ୍ଥିତିରେ ସମସ୍ତେ ଏହି ରୋଗ ପାଇଁ ଟୀକା ସନ୍ଧାନରେ ବ୍ୟସ୍ତ ଅଛନ୍ତି । ବୈଜ୍ଞାନିକ ଓ ଡାକ୍ତରମାନେ ଅହରହ ଦିନରାତ୍ର ପରିଶ୍ରମ କରୁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁ ପାଇଁ କୌଣସି ସଠିକ୍ ଟୀକା ବା ଔଷଧ ବାହାର କରିପାରିନାହାଁନ୍ତି । କୋରୋନାକୁ ନେଇ ଅଧିକାଂଶ ଦେଶରେ ଲକ୍ଡ଼ାଉନ ଭଳି ସ୍ଥିତି ବଜାୟ ରହିଛି, ମାତ୍ର ଏବେ ଏହି ଭୂତାଣୁର ପ୍ରୟୋଗରେ କ୍ଲିନିକଲ୍ ପ୍ରୟୋଗର ଆରମ୍ଭ ହୋଇସାରିଛି । ଯାହାକୁ କୋରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଉଛି ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଭୂତାଣୁର ଟୀକା ପ୍ରସ୍ତୁତ କରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ କିନ୍ତୁ ବର୍ତ୍ତମାନ ସମୟ ମଧ୍ୟରେ ଏହାର କ୍ଲିନିକାଲ୍ ଟ୍ରାଏଲରୁ ସମ୍ୟକ ଆଶ୍ୱାସନା ମିଳୁଥିବାର ନଜର ଆସିଛି । କୁହାଯାଉଛି ଯେ ଏହି ପ୍ରୟୋଗ ଦ୍ଵାରା ରୋଗୀଙ୍କର କିଛି ପରିବର୍ତ୍ତନ ଘଟିଛି । ପୁଣି ଆମେରିକା ୧ ଅରବ ଡଲାର ଟୀକାର ଅର୍ଡର ଦେଇଛି । କାରଣ କୋରୋନାର ଆତଙ୍କ ଆମେରିକାରେ ସବୁଠାରୁ ଅଧିକ ରହିଛି ଏବଂ ସେଠାରେ ଅନ୍ୟ ଦେଶ ତୁଳନାରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ରହିଛି । ଏହାପରେ ଇଟାଲୀ, ବ୍ରିଟେନ, ଋଷ, ସିଙ୍ଗାପୁର ଏବଂ ଷଷ୍ଠ ନମ୍ବରରେ ଭାରତ ପହଂଚିଛି । କୋରୋନା ସଂକ୍ରମଣ ଜନିତ ମାମଲା ଦ୍ଵିଗୁଣିତ ହେବାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶରେ ହେଲଥ୍ ଏମରଜେନ୍ସିର ଘୋଷଣା କରିଛନ୍ତି ଏବଂ ଏହି ଭୂତାଣୁ ଠାରୁ ବର୍ତ୍ତିବାର ଉପାୟ ମଧ୍ୟ କହିଛନ୍ତି । ଏକ୍ସପୋର୍ଟଙ୍କ କହିବା କଥା ଯେ, ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା କରୋନା ବ୍ୟାପିଥାଏ ଏବଂ ଏଥିପାଇଁ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବାକୁ ଅନିର୍ବାର୍ଯ୍ୟ କରାଯାଇଛି ।

କୋରୋନା ସଙ୍କଟ ମଧ୍ୟରେ ଏକ ଭଲ ଖବର ଆସିଛି, ପ୍ରକୃତରେ ଇଂଲଣ୍ଡରେ ଗବେଷଣାକର୍ତ୍ତାଙ୍କ କହିବା କଥା ଯେ ପୂର୍ବରୁ ଏପରି ପ୍ରମାଣ ମିଳିଛି ଏକ ଔଷଧ କୋରୋନା ଭୂତାଣୁ ରୋଗୀମାନଙ୍କୁ ବଞ୍ଚାଇବାକୁ ଲାଭକାରୀ ହୋଇପାରିବ । ଡେକ୍ସାମେଥାସୋନ (Dexamethasone) ନାମକ ଷ୍ଟିରୋଏଡ଼ର ବ୍ୟବହାର ଦ୍ଵାରା ଗମ୍ଭୀର ରୂପରେ ରୋଗୀଙ୍କ ମୃତ୍ୟୁ ହାର କିଛି ମାତ୍ରାରେ କମିଯାଇଛି ।

ଇଂଲଣ୍ଡରେ ହୋଇଥିବା ଏହି ଶୋଧ ଏବଂ ଏହାର ଲାଭକାରୀ ପରିଣାମ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଖୁସି ବ୍ୟକ୍ତ କରିଛି । ଏକ ବୟାନରେ WHOର ମହାନିର୍ଦେଶକ ଡକ୍ଟର ଟେଡ୍ରୋସ ଆଡାନୋମ୍ ଘେବ୍ରେୟେସସ କହିଛନ୍ତି ଯେ- “ଆମେ ଡେ଼କ୍ସାମେଥାସୋନ (Dexamethasone) ଉପରେ ଗବେଷଣାକୁ ଆମେ ସ୍ୱାଗତ କରୁଛୁ ଯାହା କୋରୋନାର ମୃତ୍ୟୁ ହାରକୁ କମ କରିପାରିବ । ଆମକୁ ଜୀବନ ବଞ୍ଚାଇବା ପାଇଁ ଏବଂ ସଂକ୍ରମଣକୁ ରୋକିବା ଉପରେ ଧ୍ୟାନ ଦେବାକୁ ହେବ ।” ସେ କହିଛନ୍ତି ଯେ, ମୁଁ ବ୍ରିଟେନ ସରକାର, ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟେନର କେତେକ ହସ୍ପିଟାଲ ଏବଂ ରୋଗୀଙ୍କୁ ଶୁଭକାମନା ଦେଉଛି କି ଯେଉଁମାନେ ଏହି ବୈଜ୍ଞାନିକ ସଫଳତାରେ ଯୋଗଦାନ ଦେଇଛନ୍ତି ।”

ମଙ୍ଗଳବାର ଦିନ ଏହି ଫଳାଫଳର ଘୋଷଣା କରାଯାଇଛି ଏବଂ ଖୁବଶୀଘ୍ର ଅଧ୍ୟୟନକୁ ପ୍ରକାଶିତ କରାଯିବାର ପ୍ରକ୍ରିୟା ଜାରି ରହିଛି । ଅଧ୍ୟୟନ ଅନୁସାରେ, ୨୧୦୪ ଜଣ ରୋଗୀଙ୍କୁ କଠୋର ପରୀକ୍ଷଣ କରାଯାଇଛି ଏବଂ ବିନା ନିରୀକ୍ଷଣ ପ୍ରକ୍ରିୟାରେ ଔଷଧ ଦିଆଯାଇଛି ଓ ତାଙ୍କର ତୁଳନା ୪୩୨୧ ଜଣ ରୋଗୀଙ୍କ ସହିତ କରାଯାଇଛି, ଯେଉଁମାନଙ୍କର ସାଧାରଣ ଭାବରେ ଚିକିତ୍ସା କରାଯାଉଥିଲା । ଡେକ୍ସାମେଥାସୋନ ଏକ ଷ୍ଟିରୋଏଡ଼ ଅଟେ ଯାହାର ଉପଯୋଗ ୧୯୬୦ ଦଶକରେ କୌଣସି ଫୁଲିଥିବା ଅଂଶକୁ କମ କରିବା ପାଇଁ କରାଯାଉଥିଲା, ଯେଉଁଥିରେ କେତେକ କୌଣସି ପ୍ରକାରର କର୍କଟ ରୋଗ ମଧ୍ୟ ସାମିଲ ଅଛି । ପୁଣି ଭାରତରେ ଏହି ଔଷଧ ୧୦ ଟଙ୍କାରେ ୧୦ ଏମଏଲ ମିଳିଥାଏ । ଏହାର ଉତ୍ପାଦନ ଅନେକ ଭାରତୀୟ କମ୍ପାନୀ କରିଥାଏ ।