SBIରେ ଟଙ୍କା ଜମା ରଖିବା ଏବଂ ଉଠେଇବାରେ ନିୟମରେ ପରିବର୍ତ୍ତନ କରାଯାଇଛି । ଜଣାନ୍ତୁ ଆପଣ ଲାଭରେ ରହିବେ ।

Spread the love

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଟଙ୍କା ଜମା କରିବା ଏବଂ ଉଠେଇବା ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ଯଦି ଆପଣ SBI ବ୍ୟାଙ୍କର ଗ୍ରାହକ ହୋଇଥିବେ; ତେବେ ଏହି ପରିବର୍ତ୍ତିତ ନିୟମ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଟଙ୍କା ଜମା କରିବା ଏବଂ ଉଠେଇବାର ନିୟମରେ ପରିବର୍ତ୍ତନ ହୋଇଛି । ବାସ୍ତବରେ, ଏସବିଆଇ ଟଙ୍କା ଉଠାଇବା ଏବଂ ଜମା କରିବା ନିୟମରେ ପରିବର୍ତ୍ତନ କରିଛନ୍ତି । ଯଦି ଆପଣ ଏହି ବ୍ୟାଙ୍କର ଗ୍ରାହକ ହୋଇଥିବେ; ତେବେ ଏହି ପରିବର୍ତ୍ତିତ ନିୟମ ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ନୂତନ ନିୟମ ବିଷୟରେ ଅବଗତ ହେବା ଫଳରେ ଆପଣ ଲାଭରେ ରହିବେ । ଆମେ ଆପଣଙ୍କୁ କହିଦେଉଛୁ ଯେ, ଏସବିଆଇରେ ଟଙ୍କା ଉଠାଇବା ଏବଂ ଜମା କରିବାର ନୂତନ ପରିବର୍ତ୍ତିତ ନିୟମ ଗୁଡିକ ହେଲା …

ଅନ୍ୟଲୋକଙ୍କ ଖାତାରେ ଟଙ୍କା ଜମା କରିପାରିବେ ନାହିଁ :

ଏସବିଆଇ ଗ୍ରାହକଙ୍କ ଖାତାକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ଯେ, କୌଣସି ବ୍ୟକ୍ତିଙ୍କ ଖାତାରେ ଅନ୍ୟ ବ୍ୟକ୍ତି ଟଙ୍କା ଜମା କରିପାରିବେ ନାହିଁ । ଅର୍ଥାତ ଯଦି ‘A’ ବ୍ୟକ୍ତିଙ୍କର ଏସବିଆଇ ଆକାଉଣ୍ଟରେ ବ୍ୟାଙ୍କ ଖାତା ଅଛି; ତେବେ କେବଳ ସେ ହିଁ କେସ କାଉଣ୍ଟରରେ ଯାଇ ଟଙ୍କା ଜମା କରିପାରିବେ । ଏମିତି କି କାହାର ବାପା ମଧ୍ୟ ନିଜ ପୁଅ କିମ୍ବା ଝିଅର ଏସବିଆଇ ଖାତାରେ ଟଙ୍କା ଜମା କରିପାରିବେ ନାହିଁ ।

ଏସବିଆଇ ନିଜ ଗ୍ରାହକଙ୍କୁ ଭଲ ସୁବିଧା ଦେବା ପାଇଁ ଆଉ ଏକ ନିୟମ ପରିବର୍ତ୍ତନ କରିଛନ୍ତି । ଏହି ନିୟମ ଅନୁସାରେ ଏସବିଆଇ ଗ୍ରାହକମାନେ ବର୍ତ୍ତମାନ ଦେଶର ଯେକୌଣସି ଶାଖାରେ ଆପଣ ନିଜର ସଞ୍ଚିତ ଅର୍ଥ ଯେତେ ଚାହିଁବେ; ସେତିକି ଜମା କରିପାରିବେ ।

ଏସବିଆଇ ଖାତାରେ ପ୍ରତି ମାସରେ କିଛି ନ୍ୟୁନତମ ଅର୍ଥ ସଞ୍ଚିତ ରଖି ଆପଣ ଏଟିଏମ (ATM)ରୁ ଯେତେ ଚାହିଁବେ, ସେତିକି ଟ୍ରାଞ୍ଜେକ୍ସନ କରିପାରିବେ । RBI ଦେଶର ଶ୍ରେଷ୍ଠ ବ୍ୟାଙ୍କ ଗୁଡିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜ ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ଏଟିଏମ ଟ୍ରାଞ୍ଜେକ୍ସନ ଧନରାଶିକୁ ମୁକ୍ତ ସୁବିଧା ଯୋଗାଇ ଦିଅନ୍ତୁ ।

ଏଟିଏମରୁ ଟଙ୍କା ଉଠାଇବା ନିୟମ ପରିବର୍ତ୍ତନ ହେଲା :

SBIର ଏଟିଏମରୁ ପ୍ରତିଦିନ ଟଙ୍କା ଉଠାଇବାର ସୀମା ୪୦,୦୦୦ ରୁ କମି ବର୍ତ୍ତମାନ ୨୦,୦୦୦ ଟଙ୍କା କରି ଦିଆଯାଇଛି । ଏଟିଏମରୁ ଟଙ୍କା ଉଠିବାର ନୂତନ ସୀମା ଅକ୍ଟୋବର ୩୧ ରୁ ଲାଗୁ ହେବ । ଡିଜିଟାଲ ଟ୍ରାଞ୍ଜେକ୍ସନରେ ଉନ୍ନତି ଆଣିବା ପାଇଁ ଏବଂ ବର୍ଦ୍ଧିତ ଏଟିଏମ ଫ୍ରଡ଼ମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଏମିତି କରାଯାଇଛି ।