ଏକ ଦୁଃଖିତ ପିତା ନିଜକୁ ଚାପୁଡ଼ା ମାରି କହୁଥିଲେ, “ମୋ ଝିଅମାନଙ୍କୁ ଫେରାଇ ଦିଅ କିମ୍ବା ମୋତେ ଗୁଳି କରି ମାରିଦିଅ”

ପାକିସ୍ତାନରେ ଯେଉଁ ଝିଅମାନଙ୍କୁ ଅପହରଣ କରି ଧର୍ମ ପରିବର୍ତ୍ତନ କରାଯାଇଛି, ସେହି ଝିଅମାନଙ୍କର ଦୁଃଖିତ ବାପାଙ୍କ ଏକ ଭିଡ଼ିଓ ଭାଇରଲ ହୋଇଛି; ଯେଉଁଥିରେ ବାପା ଜଣକ ନିଜକୁ ଗୁଳି ମାରି ଦେବାକୁ କହିଛନ୍ତି ।
ପାକିସ୍ତାନରେ ହୋଲି ଦିନ ଦୁଇ ଜଣ ନାବାଲିକ ଝିଅଙ୍କ ଅପହରଣ କରାଯାଇଥିଲା ଓ ବନ୍ଧୁକ ମୁନରେ ଠିଆ କରାଯାଇ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିଲା । ଧର୍ମ ପରିବର୍ତ୍ତନ ପରେ, ସେହି ଦୁଇ ନାବାଳିକାଙ୍କ ବିବାହ କରି ଦିଆଯାଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସବୁ ସ୍ଥାନରେ ଖୁବ୍ ହଙ୍ଗାମା ହୋଇଛି ଓ ପାକିସ୍ତାନ ସରକାରଙ୍କୁ ଏହି ବିଷୟ ଉପରେ ଯାଞ୍ଚ କରିବା ପାଇଁ ଚାପ ପକାଯାଉଛି । ଏହି ଘଟଣାରେ ପୀଡିତ ଦୁଇ ନାବାଳିକାଙ୍କ ବାପାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ସେହି ଭିଡ଼ିଓରେ ପିତା ଜଣକ କାନ୍ଦି କାନ୍ଦି ନିଜକୁ ଚାପୁଡ଼ା ମାରିବାର ନଜରକୁ ଆସୁଛି । ଏହି ଦୁଃଖୀ ପିତାଙ୍କ ଅବସ୍ଥା ହୋଇଥାଇ ପାରେ, କେହି ବୁଝିପାରିବେ ନାହିଁ କିନ୍ତୁ ସତ୍ୟ ଏହା ଯେ, ଏକ ପିତାଙ୍କ ସାମ୍ନାରେ ନିଜ ଝିଅଙ୍କ ପ୍ରତି ଅନ୍ୟାୟ ହେଉଥିବାର ଦେଖି ନିଜକୁ ଜୀବନରୁ ମାରି ଦେବାକୁ କହିବାର ଯଥାର୍ଥତା ରହିଛି । ପାକିସ୍ତାନରେ ହୋଇଥିବା ଏହି ହିନ୍ଦୁ ନାବାଳିକା ଝିଅଙ୍କ ଅପହରଣ ଓ ପରେ ସେମାନଙ୍କ ଧର୍ମ ପରିବର୍ତ୍ତନ ପରେ ପାକିସ୍ଥାନରେ ରହୁଥିବା ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ଏହିପରି ହଙ୍ଗାମା କରି ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଇଛନ୍ତି ।
ପାକିସ୍ଥାନରେ ହୋଇଛି ହିନ୍ଦୁ ନାବାଳିକା ଝିଅଙ୍କ ଅପହରଣ ଓ ଧର୍ମ ପରିବର୍ତ୍ତନ :
ପାକିସ୍ତାନରେ ଯେଉଁ ହିନ୍ଦୁ ଝିଅଙ୍କ ଅପହରଣ ପରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇ ଦିଆଯାଇଛି; ସେମାନଙ୍କ ଦୁଃଖିତ ପିତାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ପିତା ଜଣକ କାନ୍ଦି କାନ୍ଦି ନିଜକୁ ଗୁଳି କରି ମରିଦେବାକୁ ନିବେଦନ କରିଛନ୍ତି । ସେହି ପିତାଙ୍କ ଲୁହ କହୁଛି ଯେ, ସେ କେତେ ପରିମାଣରେ ଦୁଃଖରେ ଅଛନ୍ତି ।ସେ ନିଜ ଝିଅମାନଙ୍କୁ ଫେରାଇ ଆଣିବାକୁ ସରକାର ଓ ଲୋକଙ୍କୁ ଗୁହାରି କରୁଛନ୍ତି । ଅପହରଣ ହୋଇଥିବା ଦୁଇ ଝିଅଙ୍କ ବୃଦ୍ଧ ପିତାଙ୍କ ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି; ପିତା ଜଣକ କାନ୍ଦି କାନ୍ଦି ନିଜ ଝିଅଙ୍କ ସୁରକ୍ଷିତ ଘର ଲେଉଟାଣିର ଗୁହାରି କରୁଛନ୍ତି ଓ ଏହା ନ ହୋଇପାରିଲେ ନିଜ ପାଇଁ ଇଚ୍ଛା ମୃତ୍ୟୁର ଗୁହାରି ଲଗାଇଛନ୍ତି । ଭିଡ଼ିଓ ଦେଖନ୍ତୁ ।
While we were enjoying colors of Holi, Two minor Girls named Raveena & Reena were abducted in broad daylight by Moslems from Pakistan,& the poor father of Girls is left protesting at Police station. This is the cost Hindus r paying for staying in Pak.pic.twitter.com/PwgHuS8rts
— Tarun ཡེཨར་ཨོཕ༹་མོནཀ (@YearOfMonk) March 23, 2019
ଏହି ସବୁ ଘଟଣାରୁ ସବୁଠାରୁ ମୁଖ୍ୟ କଥା ଏହା ଯେ, ଏହି ଘଟଣାଟି ଏକ ପୋଲିସ ଥାନା ସାମ୍ନାରେ ଘଟିଛି । ପୋଲିସ ପ୍ରଥମେ ଏହି ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଯେତେବେଳେ ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟର ବିରୋଧ କରିବା ଫଳରେ ପୋଲିସ ଆରୋପିଙ୍କ ବିରୁଦ୍ଧରେ ମାମଲା ରଜ୍ଜୁ କରିଛି । ଚାପ ପଡିବା ଫଳରେ ପୁଲିସ ପାକିସ୍ଥାନ ନିୟମ ଅନୁସାରେ ଅପହରଣ, ଜବରଦସ୍ତି ବିବାହ କରାଇବା, ଡକାୟତି, ମାରପିଟ ଓ ଅନାଧିକୃତ ଭାବରେ ଘରେ ପଶିବା ପାଇଁ… ଏହିପରି ରିପୋର୍ଟ ରଜ୍ଜୁ କରିଛି । ଘଟଣାଟି ସାମ୍ନାକୁ ଆସିବ ପରେ ପାକିସ୍ଥାନ ସରକାରଙ୍କୁ ଦୁନିଆରେ ସମସ୍ତେ ନିନ୍ଦା କରୁଛନ୍ତି । ଏହି ଘଟଣା ଫଳରେ ପାକିସ୍ଥାନର ଅସଲ ଚେହେରା ସାମ୍ନାକୁ ଆସିଛି ଓ ଜଣାପଡ଼ିଛି ପାକିସ୍ତାନ ନିଜ ଦେଶରେ ରହୁଥିବା ଅଳ୍ପ ସଂଖ୍ୟକମାନଙ୍କ ପ୍ରତି କିପରି ବ୍ୟବହାର କରୁଛି ? ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।
ପୁରା ଘଟଣା କଣ ଜାଣନ୍ତୁ :
20 ମାର୍ଚ୍ଚ ସନ୍ଧ୍ୟାରେ ଅର୍ଥାତ ହୋଲିର ଗୋଟିଏ ଦିନ ପୂର୍ବରୁ କିଛି ଲୋକ ଏହି ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟର ନାବାଳିକା ଝିଅ ଦୁଇ ଜଣଙ୍କୁ ଅପହରଣ କରି ନେଇଥିଲେ ।ଏହି ଝିଅମାନଙ୍କ ମଧ୍ୟରୁ ରିନା ୧୫ ବର୍ଷ ଓ ରବିନା ୧୩ ବର୍ଷ, ଏମାନଙ୍କ ଧର୍ମ ପରିବର୍ତ୍ତନ କରାଇ, ଜବରଦସ୍ତି ଏହି ଦୁଇ ଭଉଣୀଙ୍କ ବିବାହ ଜଣେ ବୟସ୍କ ବ୍ୟକ୍ତି ସହ କରାଇ ଦିଆଯାଇଛି । ଏହି ଘଟଣା ସିନ୍ଦ ପ୍ରାନ୍ତର ଅଟେ । ଏହି ଘଟଣା ଘଟିବା ପରେ ହିଁ ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟ ପାକିସ୍ଥାନରେ ବିଦ୍ରୋହ କରିଛନ୍ତି ଓ ଏହି ବିଦ୍ରୋହରେ ଅପହୃତ ଝିଅଙ୍କ ପିତା ମଧ୍ୟ ସାମିଲ ହୋଇଛନ୍ତି ।