ପିଲାଙ୍କ ନାମରେ ପ୍ରତିଦିନ ୧୦୦ ଟଙ୍କା ସଞ୍ଚୟ କରନ୍ତୁ, ୧୫ ବର୍ଷ ପରେ ହୋଇଯିବେ ୩୪ ଲକ୍ଷ ଟଙ୍କାର ମାଲିକ ।

Spread the love

ସଞ୍ଚୟ ଯେତେ ଶୀଘ୍ର କରିବେ ଲାଭ ସେତେଟା ଅଧିକ ହେବ । ଏଥିରେ କାମରେ ଆସିବ ମ୍ୟୁଚୁଆଳ ଫଣ୍ଡର କିଛି ସ୍କିମ ।

ଯଦି ବଡ଼ ବଡ଼ ସଞ୍ଚୟ ସହ କିଛି କିଛି ଛୋଟ ସଞ୍ଚୟ ପ୍ରତି ଧ୍ୟାନ ଦିଆଯାଏ, ତେବେ ଆପଣଙ୍କ ଭବିଷ୍ୟତର ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇପାରିବ । ଯଦି ଆପଣ ପ୍ରତିଦିନ ଖର୍ଚ୍ଚର ଅନୁଶାସିତ ଢଙ୍ଗରେ ନିଜ ପିଲାଙ୍କ ପାଇଁ ୧୦୦ ଟଙ୍କା ସଞ୍ଚୟ କରନ୍ତି । ତେବେ ମାତ୍ର ୧୫ ବର୍ଷରେ ସେମାନଙ୍କ ପାଇଁ ଆପଣ ୩୪ ଲକ୍ଷ ଟଙ୍କା ସଞ୍ଚୟ କରି ପାରିବେ । ସଞ୍ଚୟ ଯେତେ ଶୀଘ୍ର ଆରମ୍ଭ କରିବେ; ଲାଭ ସେତେ ଅଧିକ ହୋଇପାରିବ । ଏଥି ସକାଶେ ଆପଣଙ୍କ କାମରେ ଆସିବା ମ୍ୟୁଚୁଆଳ ଫଣ୍ଡର କିଛି ମନଲୋଭା ସ୍କିମ ।

ଆସନ୍ତୁ ଜାଣିବେ ୧୫ ବର୍ଷରେ କିପରି ୩୪ ଲକ୍ଷ ଟଙ୍କା ହେବ ।

ମ୍ୟୁଚୁଆଳ ଫଣ୍ଡରୁ ମିଳିବ ଭଲ ଲାଭ :

ବଜାରରେ ନିବେଶ ପାଇଁ ଅନେକ ବିକଳ୍ପ ରହିଛି । କିନ୍ତୁ ସିଷ୍ଟମେଟିକ୍ ଇଂବେଷ୍ଟ ପ୍ଲାନ (SIP) ଜରିଆରେ ମ୍ୟୁଚୁଆଳ ଫଣ୍ଡରେ ନିବେଶ କରାଯାଏ । ତେବେ ଆପଣଙ୍କୁ ଭଲ ଲାଭ ହୋଇପାରିବ । ଅନେକ ଏପରି ଇକ୍ୟୁଟି ମ୍ୟୁଚୁଆଳ ଫଣ୍ଡ ରହିଛି; ଯାହା ଲଞ୍ଚ ହେବା ପରବର୍ତ୍ତୀ ସମୟରେ କିମ୍ବା ୧୦ ରୁ ୧୫ ବର୍ଷ ପରେ ବର୍ଷକୁ ୨୦ ପ୍ରତିଶତ କିମ୍ବା ତଦ୍ଦୁର୍ଦ୍ଧ ଲାଭ ଦେଇଛି । ଯଦି ଆପଣ ସାମାନ୍ୟ ରିସ୍କ ନେବେ; ତେବେ ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ ଅଟେ । ନିବେଶ ସମୟ ସୀମା ଅଧିକ ରଖିଲେ ବଜାରରୁ ରିସ୍କର ପୂର୍ତ୍ତି ମଧ୍ୟ କରା ଯାଇପାରିବ ।

ଏପରି କରନ୍ତୁ ୩୪ ଲକ୍ଷ ଟଙ୍କାର ଫଣ୍ଡ :

ଆପଣ ଆପଣଙ୍କ ପିଲାଙ୍କ ପାଇଁ ପ୍ରତିଦିନ ୧୦୦ ଟଙ୍କା ସଞ୍ଚୟ କରି ମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଏପରି ନିବେଶ ୧୫ ବର୍ଷ ପର୍ଯ୍ୟନ୍ତ କରିବା ନିହାତି ଜରୁରୀ ଅଟେ । ଯଦି ପ୍ରତି ବର୍ଷ ୨୦ ପ୍ରତିଶତ ରିଟର୍ଣ୍ଣ ମିଳେ, ତେବେ ଆପଣଙ୍କୁ ୧୫ ବର୍ଷ ପରେ ପାଖାପାଖି ୩୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳି ପାରିବ । ୧୫ ବର୍ଷରେ ଆପଣ ୫ ଲକ୍ଷ ୪୦୦୦୦ ଟଙ୍କା ନିବେଶ କରିବେ, ଯାହା ବଢି ବଢି ୩୪ ଲକ୍ଷ ଟଙ୍କା ହୋଇଯିବ । ଏହାର ଅର୍ଥ ହେଉଛି ଆପଣଙ୍କୁ ୨୮ ଲକ୍ଷ ୬୦୦୦୦ ଟଙ୍କା ଅତିରିକ୍ତ ମିଳିବ ।

ଏକ୍ସପୋର୍ଟଙ୍କ କହିବା ଅନୁସାରେ ମ୍ୟୁଚୁଆଳ ଫଣ୍ଡରେ ପ୍ରତି ମାସରେ ଟିକେ ଟିକେ ନିବେଶ କରି ବଡ଼ ସଞ୍ଚୟ ଉପାର୍ଜନ କରିପାରିବେ । ମ୍ୟୁଚୁଆଳ ଫଣ୍ଡରେ ନିବେଶ କରିବାରେ ରିସ୍କ କମ ହୋଇଥାଏ । ମ୍ୟୁଚୁଆଳ ଫଣ୍ଡରେ ଏକ ସୁବିଧା ରହିଛି ଯାହା ହେଉଛି ଆପଣଙ୍କ ଟଙ୍କାକୁ ଭିନ୍ନ ଭିନ୍ନ କମ୍ପାନୀରେ ନିବେଶ କରାଯାଇଥାଏ । ଏହାର ଅର୍ଥ ହେଉଛି ଅଲଗା ଅଲଗା ଷ୍ଟାକ ଏବଂ ବ୍ରାଣ୍ଡରେ ଆପଣଙ୍କ ଟଙ୍କାକୁ ନିବେଶ କରାଯାଇଥାଏ । ଏଥିରେ ଆପଣଙ୍କୁ ଲାଭ ଏହା ହେବ ଯେ, ଯଦି କୌଣସି କମ୍ପାନୀରେ ଆପଣଙ୍କ ଟଙ୍କା ବୁଡି ଯାଏ, ତେବେ ଅନ୍ୟ କମ୍ପାନୀରେ ନିବେଶ ହୋଇଥିବା ଲାଭରୁ ଆପଣ ଲାଭବାନ ହୋଇପାରିବେ ।

ଭଲ ରିଟର୍ଣ୍ଣ ଦେବା ଭଳି ଫଣ୍ଡ :

କିଛି ମ୍ୟୁଚୁଆଳ ଫଣ୍ଡ ସ୍କିମ ନିଜ ନିବେଶକ ମାନଙ୍କୁ ୧୫ ରୁ ୨୦ ବର୍ଷରେ ୨୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଥାଏ । ସୁନ୍ଦରମ୍ ମିଡକୈପ୍ ଫଣ୍ଡରେ ୨୫.୬୪ ପ୍ରତିଶତ, ଫ୍ରାଙ୍କଲୀନ ଇଣ୍ଡିଆ ପ୍ରାଇମା ଫଣ୍ଡରେ ୨୧.୨୮ ପ୍ରତିଶତ, ଆଦିତ୍ୟ ବିଡ଼ଲା ସନ୍ ଲାଇଫ୍ ଇକ୍ୟୁଟି ଫଣ୍ଡରେ ୧୮.୮୦ ପ୍ରତିଶତ ରିଟର୍ଣ୍ଣ ମିଳିଛି ନିବେଶକ ମାନଙ୍କୁ ।